• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାଙ୍ଗାଳ କରୁଛି ଲଟେରୀ କିଣା ନିଶା । ତଥାପି ନିତି ପ୍ରତିଦିନ ଟିକେଟ୍‌ କିଣନ୍ତି ଦିଜ ମଜୁରିଆ । କେରଳର ଲୋକଙ୍କ ମନରେ ଲଟେରୀ ଟିକେଟ କିଣିବାକୁ ପ୍ରବଳ ଆଗ୍ରହ ରହିଛି । ଅନେକ ଲଟେରୀ ଜିତି ନିଜର ସ୍ୱପ୍ନ ମଧ୍ୟ ପୂରଣ କରିଛନ୍ତି । ହେଲେ କିଛି ଲୋକ ଲଟେରୀ ଜିତିବା ଆଶାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିନ୍ତି, ସିନା ଜିତି ପାରନ୍ତି ନାହିଁ । ଏମିତି ଜଣେ ବ୍ୟକ୍ତି ହେଲେ କନ୍ନୁର ଜିଲ୍ଲାର ୫୨ ବର୍ଷୀୟ ଦିନ ମଜୁରିଆ ରାଘବନ୍‌ ।

କରିବରୁଲ ବାସିନ୍ଦା ରାଘବନ୍‌ ଲଟେରୀ ଟିକେଟ କିଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ନିଜ ଜୀବନ କାଳ ଭିତରେ ଲଟେରୀ ଟିକେଟ୍ କିଣିବା ପାଇଁ ସେ ପ୍ରାୟ ୩.୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । ତଥାପି ଆଜି ଯାଏ ତାଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ହୋଇନାହାନ୍ତି । ଏବେ ସୁଦ୍ଧା ତାଙ୍କର ଗୋଟିଏ ବି ଲଟେରୀ ଲାଗିନି କି ସେ ବଡ଼ ରାଶିର ଟଙ୍କା ଜିତି ନାହାନ୍ତି । ତଥାପି ନିରାଶ ହୋଇନାହାଁନ୍ତି ରାଘବନ୍‌ ଏବଂ ଲଟେରୀ ଟିକେଟ କିଣିବା ଆଗ୍ରହ ତାଙ୍କର ଆଜି ପର୍ଯ୍ୟନ୍ତ ମରିନି ।

୧୯୭୦ ମସିହାରୁ ରାଘବନ୍ ଲଟେରୀ ଟିକେଟ କିଣିବା ଆରମ୍ଭ କରିଥିଲେ । ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୧୮ ବର୍ଷ । ଆଉ ସେବେ ଠାରୁ ଲଟେରୀ କିଣି ଭାଗ୍ୟ ପରୀକ୍ଷା କରୁଛନ୍ତି ରାଘବନ୍ । ସବୁ ଦିନ ସେ ୧୦ଟି ଟିକେଟ୍ କିଣନ୍ତି । ତେବେ ରାଘବନ୍ କିଣିଥିବା ସମସ୍ତ ଲଟେରୀ ଟିକେଟକୁ ଏକ ବସ୍ତାରେ ସାଇତି ରଖିଛନ୍ତି ।

ସେ ଟିକେଟ୍‌ ପାଇଁ ଖର୍ଚ୍ଚ କରିଥିବା ମୋଟ ପରିମାଣ ୩.୫ କୋଟିରୁ ଅଧିକ । ଏତେ ବର୍ଷ ମଧ୍ୟରେ ଥରେ ମାତ୍ର ରାଘବନଙ୍କ ଲଟେରୀ ଲାଗିଥିଲା, ଆଉ ସେ ୫୦୦୦ ଟଙ୍କା ଜିତିଥିଲେ ।

ଲଟେରୀ ଲାଗୁନଥିଲେ ବି କେବେ ଭାଗ୍ୟକୁ ନିନ୍ଦି ନାହାନ୍ତି ରାଘବନ୍ । ସେ କହିଛନ୍ତି, ମୋ କଷ୍ଟ ଉପାର୍ଜିତ ଟଙ୍କା ଖର୍ଚ୍ଚ କରି ମୁଁ ଲଟେରୀ କିଣେ । ମୋ ପରିବାର ଲୋକ କେବେ ଏଥିରେ ଆପତ୍ତି କରିନାହାନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ଲାଗୁଛି ରାଘବନ୍‌ଙ୍କ ଲଟେରୀ ।