• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ ଭାରତର କୌଣସି ବି ଅଞ୍ଚଳକୁ ଯାଆନ୍ତୁ, ସେଠାରେ କିଛି ନା କିଛି ପ୍ରସିଦ୍ଧ ମନ୍ଦିର ପାଇବେ । କେଉଁଠି ଭଗବାନ ଦର୍ଶନ ଦେଇଥାନ୍ତି ତ ଆଉ କେଉଁଠି ଭଗବାନ ରହିଥାନ୍ତି । ଲୋକଙ୍କ ବିଶ୍ୱାସ ଅନୁଯାୟୀ, ମନ୍ଦିରର ଗୌରବ ବହୁ ଦୂର ପର୍ଯ୍ୟନ୍ତ ବ୍ୟାପିଥାଏ । ପ୍ରତ୍ୟେକ ମନ୍ଦିରର ଏକ ଭିନ୍ନ କାହାଣୀ ରହିଥାଏ । ଏହି ମନ୍ଦିର ଗୁଡ଼ିକ ପ୍ରତି ଲୋକଙ୍କର ଖୁବ ଆସ୍ଥା ରହିଥାଏ । ଅନେକ ମନ୍ଦିର କେବଳ ପ୍ରସାଦ ପାଇଁ ମଧ୍ୟ ପ୍ରସିଦ୍ଧ । ଏହି ମନ୍ଦିରଗୁଡ଼ିକର ପ୍ରସାଦ ଖୁବ୍‌ ଚର୍ଚ୍ଚିତ । ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ପ୍ରସାଦ ଭାବେ ଚା’ ଦିଆଯାଇଥାଏ ।

ଆପଣ ଏପରି ଅନେକ ମନ୍ଦିର ବିଷୟରେ ଶୁଣିଥିବେ ଯେଉଁଠାରେ ନୁଡୁଲ୍ସ ଏବଂ ଚକୋଲେଟ୍ ପ୍ରସାଦ ବା ଭୋଗ ଭାବେ ଠାକୁରଙ୍କୁ ଦିଆଯାଏ । କିନ୍ତୁ କେରଳର କନ୍ନୁରଠାରେ ଏକ ମନ୍ଦିର ଅଛି, ଯେଉଁଠାରେ ଦେବତାଙ୍କୁ ଚା’ ଭୋଗ ଦିଆଯାଏ । ଏହି ମନ୍ଦିରର ନାଁ ମୁଥାପନ୍ । ଏହି ମନ୍ଦିର ଏହାର ଭବ୍ୟତା ଏବଂ ସୁନ୍ଦରତା ପାଇଁ ପ୍ରସିଦ୍ଧ । ଏହି ମନ୍ଦିରର ଅତ୍ୟନ୍ତ ଅନନ୍ୟ ପରମ୍ପରା ହେତୁ ଏହାର ଖ୍ୟାତି ବହୁ ଦୂର ପର୍ଯ୍ୟନ୍ତ ବ୍ୟାପ୍ତ । କିନ୍ତୁ ଏହାର ପ୍ରସାଦ ହେତୁ ଏହା ସବୁଠାରୁ ପ୍ରସିଦ୍ଧ ।

ଚା’ ସହିତ ମୁଙ୍ଗ ଡାଲ୍ ଜଳଖିଆ
ଏହି ମନ୍ଦିରଟି ବାଲାପାଟନମ୍ ନଦୀ କୂଳରେ ରହିଛି । ଏହି ମନ୍ଦିରରେ ଭଗବାନ ମୁଥାପନ୍‌ଙ୍କ ପୂଜା କରାଯାଏ । ତାଙ୍କୁ ଲୋକ ଦେବତା ଏବଂ ଭଗବାନ ବିଷ୍ଣୁ ଓ ଶିବଙ୍କର ଅବତାର ଭାବରେ ବିବେଚନା କରାଯାଏ । ଏଠାରେ ଭଗବାନଙ୍କୁ ପ୍ରସାଦ ଭାବେ ମୁଗ ଡାଲିରେ ତିଆରି ଚାଟ୍ ଏବଂ ଚା’ ପ୍ରସାଦ ଭାବରେ ଅର୍ପଣ କରାଯାଏ । ଦର୍ଶନ ପରେ ଏହି ପ୍ରସାଦ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଏ । ଲୋକମାନେ ଏହି ପ୍ରସାଦ ପାଇଁ ଦୂର ଦୂରାନ୍ତରୁ ଆସନ୍ତି । ଏହାର ସ୍ୱାଦ ଅତ୍ୟନ୍ତ ଅନନ୍ୟ । ମନ୍ଦିର ପରିସରରେ ପ୍ରତିଦିନ ଶହ ଶହ ଲିଟର କ୍ଷୀରର ଚା’ ତିଆରି କରାଯାଏ ।

ମନ୍ଦିରରେ ଅନେକ ସୁବିଧା ରହିଛି

ଏହି ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ଅନେକ ପ୍ରକାରର ସୁବିଧା ଦିଆଯାଏ । ସମସ୍ତ ଭକ୍ତଙ୍କୁ ଏଠାରେ ମାଗଣାରେ ରହିବାକୁ ଦିଆଯାଏ । ଲୋକମାନେ ଦୂର ଦୂରାନ୍ତରୁ ଏହି ମନ୍ଦିରକୁ ଆସନ୍ତି । ଏଭଳି ପରିସ୍ଥିତିରେ ସେମାନେ ବାହାରେ ରହିବା ପରିବର୍ତ୍ତେ ମନ୍ଦିର ପରିସରରେ ନିର୍ମିତ କୋଠରୀରେ ରହିବାର ସୁବିଧା କରାଯାଇଛି ।

ଅନ୍ୟ ଏକ କାରଣ ପାଇଁ ମଧ୍ୟ ଏହି ମନ୍ଦିର ପ୍ରସିଦ୍ଧ । ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମନ୍ଦିରରେ ଏକ ସ୍ୱତନ୍ତ୍ର ପ୍ରକାର ନୃତ୍ୟର ଆୟୋଜନ କରାଯାଇଥାଏ । ଏହାକୁ ଥିୟମ୍ କୁହାଯାଏ । ଏହାକୁ ଦେଖିବାକୁ ମଧ୍ୟ ଲୋକମାନେ ଆସନ୍ତି । କିନ୍ତୁ ଏହି ମନ୍ଦିରର ଚା’ ସବୁଠାରୁ ଅଧିକ ପ୍ରସିଦ୍ଧ ।