Advertisment

ଗଣମାଧ୍ୟମ ସମ୍ମୁଖରେ କାନ୍ଦି ପକାଇଲେ ସ୍ୱପ୍ନା, କହିଲେ- ‘ମୋତେ ମାରି The End କର’

କେରଳ ଗୋଲ୍ଡ ସ୍ମଗଲିଂ ମାମଲାର ଅଭିଯୁକ୍ତ ସ୍ୱପ୍ନା ସୁରେଶ ଗଣମାଧ୍ୟମ ସମ୍ମୁଖରେ କାନ୍ଦି ପକାଇଛନ୍ତି। ଦୟାକରି ମୋତେ ମାରିଦିଅ, ଫଳରେ କାହାଣୀ ଶେଷ ହୋଇଯିବ ବୋଲି ସ୍ୱପ୍ନା କହିଛନ୍ତି।

author-image
Rajalaxmi Sahoo
Kerala Gold Smuggling Case Accused Swapna Broke Down

Kerala Gold Smuggling Case Accused Swapna Broke Down

କେରଳ ଗୋଲ୍ଡ ସ୍ମଗଲିଂ ମାମଲାର ଅଭିଯୁକ୍ତ ସ୍ୱପ୍ନା ସୁରେଶ ଗଣମାଧ୍ୟମ ସମ୍ମୁଖରେ କାନ୍ଦି ପକାଇଛନ୍ତି। ସେ କହିଛନ୍ତି, ‘ଏଭଳି ଭାବେ ମୋ ଉପରେ କାହିଁକି ଆକ୍ରମଣ କରାଯାଉଛି। ମୁଁ ମୋ ବୟାନରେ କାଏମ ରହିଛି। ମୋତେ କ୍ଷତି ପହଞ୍ଚାଅ, ହେଲେ ମୋ ଆଖପାଖ ଲୋକଙ୍କୁ କ୍ଷତି ପହଞ୍ଚାନ୍ତୁ ନାହିଁ। ଦୟାକରି ମୋତେ ମାରିଦିଅ, ଫଳରେ କାହାଣୀ ଶେଷ ହୋଇଯିବ।’

Advertisment

କେରଳ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ, ତାଙ୍କ ପତ୍ନୀ ଓ ଝିଅଙ୍କ ବିରୋଧରେ ଟଙ୍କା ନେବା ଅଭିଯୋଗ ଆଣିବା ପରେ ସ୍ୱପ୍ନାଙ୍କ ପାଇଁ ଆହୁରି ଅଡ଼ୁଆ ବଢ଼ି ଯାଇଛି। ଚାରିଆଡ଼ୁ ତାଙ୍କ ଉପରେ ଆକ୍ରମଣ ହେଉଛି। ଗୋଟିଏ ପରେ ଗୋଟିଏ ଅଭିଯୋଗ ସ୍ୱପ୍ନାଙ୍କ ବିରୋଧରେ ଲଗାଯାଇଛି। କେରଳ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ମଧ୍ୟ ଖାରଜ କରି ଦେଇଛନ୍ତି।

ଗଣମାଧ୍ୟମ ସମ୍ମୁଖରେ ଭାବପ୍ରବଣ ହୋଇ ସ୍ୱପ୍ନା କହିଛନ୍ତି, ‘ମୁଁ ଠିକ୍‌ ନାହିଁ। ମୋତେ ବି ବଞ୍ଚିବାକୁ ଦିଅ। ବିନା କାରଣରେ ଆତଙ୍କବାଦୀଙ୍କ ଭଳି ମୋତେ ଟାର୍ଗେଟ୍‌ କରାଯାଉଛି। ଆଉ କେତେ ଅଭିଯୋଗ ମୋ ବିରୋଧରେ ଲଗାଇବେ ? ମୋ ପାଖରେ ଏତେ ଟଙ୍କା ନାହିଁ ଯେ, ଗୋଟିଏ ପରେ ଗୋଟିଏ ଓକିଲ ବଦଳାଇ ମୁଁ କେସ୍‌ ଲଢ଼ିବି। ଆଜିବି ମୁଁ ମୋ ବୟାନରେ କାଏମ ରହିଛି।’

Advertisment

ସୂଚନାଥାଉ କି, ଗତ ଜୁନ୍‌ ୭ରେ ସ୍ୱପ୍ନା କେରଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଅଭିଯୋଗ ଆଣି ସେ କହିଥିଲେ, ୨୦୧୬ ମସିହାରେ ପିନରୟୀ ବିଜୟନଙ୍କୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଦେଇଥିଲେ। କେରଳ ଗୋଲ୍ଡ ସ୍ମଗଲିଂ ମାମଲାରେ ଅଭିଯୁକ୍ତ ସ୍ୱପ୍ନା ସୁରେଶଙ୍କୁ  NIAର ସ୍ୱତନ୍ତ୍ର ଟିମ୍ ଗିରଫ କରିଥିଲା। 

୨୦୨୦ ମସିହା ଜୁଲାଇ ୫ ତାରିଖ ତିରୁଅନନ୍ତପୁରମ୍ ବିମାନବନ୍ଦର ଦେଇ ସ୍ଥାନୀୟ ୟୁଇଏ ଦୂତାବାସ ଠିକଣାରେ ଆସିଥିଲା ଏକ ବ୍ୟାଗ୍। ସାନିଟାରୀ ସାମଗ୍ରୀ ଥିବା ଏହି ବ୍ୟାଗରେ କିନ୍ତୁ ଲୁଚାଇ ରଖାଯାଇଥିଲା ୩୦ କିଲୋ ସୁନା। ଏନେଇ କଷ୍ଟମ ବିଭାଗ ସୂଚନା ପାଇବା ପରେ ବ୍ୟାଗ୍ ନେବାକୁ ଆସିଥିବା ୟୁଏଇ ବାଣିଜ୍ୟିକ ଦୂତାବାସର କର୍ମଚାରୀ ସରିଥ୍ କୁମାରଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସେ ପୂର୍ବରୁ ଏଭଳି ୧୦ଟି ବ୍ୟାଗ ଦୂତାବାସ ପହଞ୍ଚାଇଥିବା ସୂଚନା ଦେବା ସହ ସ୍ୱପ୍ନାଙ୍କ ନାଁ ନେଇଥିଲେ। ସେବେଠୁ ଚର୍ଚ୍ଚାର କେନ୍ଦ୍ରରେ ରହିଥିଲେ ସ୍ୱପ୍ନା

Gold Smuggling Kerala Gold Smuggling Case  Swapna Suresh
Advertisment
Advertisment