Advertisment

CONFUSE ! ! ! ମୃତ୍ୟୁ ପରେ କାନ୍ଦିବା ବଦଳରେ ହସିଲେ ପରିବାର, ଭାଇରାଲ୍‌ ହେଉଛି ଫଟୋ

ଜଣେ ବୃଦ୍ଧାଙ୍କ ଅନ୍ତିମସଂସ୍କାର ବେଳେ ତାଙ୍କ ପରିବାର ସଦସ୍ୟ କାନ୍ଦିବା ବଦଳରେ ହସ ହସ ମୁହଁରେ ମୃତଦେହ ସହ ଫଟୋ ଉଠାଇଛନ୍ତି। ଏ ଫଟୋକୁ ଦେଖିଲାପରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଏହା ବିବ୍ରତ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Kerala family smiles during funeral

Kerala family smiles during funeral

ସବୁଦିନ ପାଇଁ ନିଜ ଲୋକଙ୍କୁ ହରାଇବା ପରେ ଦୁଃଖରେ ସମସ୍ତେ ଭାଙ୍ଗି ପଡ଼ିଥାନ୍ତି। ଶୋକାକୁଳ ପରିବେଶ ସହ ଲୁହରେ ଭିଜିଥାଏ ସମସ୍ତଙ୍କ ଆଖି। ହେଲେ ଏବେ ସୋସିଆଲ୍‌ ମିଡିଆରେ ଏମିତି ଏକ ଫଟୋ ଭାଇରାଲ୍‌ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ବିବ୍ରତ ହୋଇଯିବେ। ଜଣେ ବୃଦ୍ଧାଙ୍କ ଅନ୍ତିମସଂସ୍କାର ବେଳେ ତାଙ୍କ ପରିବାର ସଦସ୍ୟ କାନ୍ଦିବା ବଦଳରେ ହସ ହସ ମୁହଁରେ ମୃତଦେହ ସହ ଫଟୋ ଉଠାଇଛନ୍ତି। ଏ ଫଟୋକୁ ଦେଖିଲାପରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଏହା ବିବ୍ରତ କରିଛି। ଟ୍ୱିଟରରେ କେରଳର ଏହି ପରିବାରର ଫଟୋ ଭାଇରାଲ୍‌ ହେଉଛି।

Advertisment

ଅମ୍ବିକା ଜେକେ ନାମକ ଜଣେ ୟୁଜର୍ସ ଟ୍ୱିଟରରେ ଏହି ଫଟୋ ଶେଆର କରିଛନ୍ତି। ଭାଇରାଲ୍‌ ଫଟୋରେ ଦେଖିବାକୁ ମିଳିଛି, ରୁମ୍‌ରେ ଏକ କଫିନ୍ ରଖା ଯାଇଛି ଓ ଏହା ଉପରେ ଧଳା ରଙ୍ଗର ଫୁଲମାଳ ପଡ଼ିଛି। ପରିବାରର ସଦସ୍ୟମାନେ କଫିନ୍‌ ଚାରିପଟେ ଛିଡ଼ା ହୋଇଛନ୍ତି। କିଛି ସଦସ୍ୟ ଛିଡ଼ା ହୋଇଥିବା ବେଳେ ଆଉ କିଛି ସଦସ୍ୟ ବସିଛନ୍ତି। ସବୁଠାରୁ ବଡ଼ କଥା, କାନ୍ଦିବା ବଦଳରେ ସମସ୍ତଙ୍କ ମୁହଁରେ ହସ ଦେଖିବାକୁ ମିଳିଛି।

Advertisment

ମିଳିଥିବା ସୂଚନା ଅନୁସାରେ, କେରଳର ୯୫ ବର୍ଷୀୟା ଖ୍ରୀଷ୍ଟିଆନ୍‌ ମହିଳା ମାରିୟାମ୍ମାଙ୍କ ମୃତ୍ୟୁ ହୋଇଛି। ପରିବାରର ଅଧିକାଂଶ ସଦସ୍ୟ ବାହାରେ ରୁହନ୍ତି। ତେଣୁ ଏହି ଅନ୍ତିମସଂସ୍କାର ସମସ୍ତଙ୍କୁ ଏକତ୍ରିତ କରିବାର ଏକ ସୁଯୋଗ ଆଣିଥିବା କୁହାଯାଉଛି। ଫଳରେ ସମସ୍ତଙ୍କ ମୁହଁରେ ହସ ଦେଖିବାକୁ ମିଳିଛି। ହେଲେ ଏହି ଫଟୋ ଯେ କେହି ବି ପ୍ରଥମେ ଦେଖିବେ ଏହା ତାଙ୍କୁ ଦ୍ୱନ୍ଦ୍ୱରେ ପକାଇବା ସହ ବିବ୍ରତ କରିବ। ଫଟୋଟି ‘ଅଡ୍‌’ ଦିଶୁଥିବା କିଛି ୟୁଜର୍ସ କହିଛନ୍ତି। ଆଉ କିଛି ୟୁଜର୍ସ କହିଛନ୍ତି ଯେ, ହୁଏତ ମହିଳା ଜଣକ ଚାହୁଁଥିଲେ ତାଙ୍କ ମୃତ୍ୟୁ ପରେ ସମସ୍ତେ ଏକତ୍ରିତ ହେବେ। ଯାହାକି ସେମାନଙ୍କ ପାଇଁ ଖୁସି ଆଣିଦେବ।  


— Free Mind (@FreeMindKeenEye) August 23, 2022


— Gagan Mehta (@GaganMe79291506) August 23, 2022

Funeral
Advertisment
Advertisment