ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ବାଚସ୍ପତି । ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ହୋଇଛନ୍ତି ବୈଜୟନ୍ତ ପଣ୍ଡା । କମିଟିରେ ଲୋକସଭାରୁ ୧୫ ଓ ରାଜ୍ୟସଭାରୁ ୭ ସଦସ୍ୟ ମନୋନୀତ ହୋଇଛନ୍ତି ।
Also Read
#ବୈଜୟନ୍ତ_ପବ୍ଲିକ_ଅଣ୍ଡରଟେକିଂ_କମିଟି_ଅଧ୍ୟକ୍ଷ
— ଓଟିଭି (@otvkhabar) August 17, 2024
-ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ବ ଦେଲେ ବାଚସ୍ପତି
-ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ହେଲେ ବୈଜୟନ୍ତ ପଣ୍ଡା
-କମିଟିରେ ଲୋକସଭାରୁ ୧୫, ରାଜ୍ୟସଭାରୁ ୭ ସଦସ୍ୟ ମନୋନୀତ
-କମିଟିରେ ତାରିକ ଅନୱାର, ସୁଦୀପ ବନ୍ଦୋପାଧ୍ୟାୟ, କାନିମୋଇ ସଦସ୍ୟ
-ପ୍ରତାପ ଷଡ଼ଙ୍ଗୀ,… pic.twitter.com/OshhmtsfPo
ଏହି କମିଟିରେ ତାରିକ ଅନୱାର, ସୁଦୀପ ବନ୍ଦୋପାଧ୍ୟାୟ, କାନିମୋଇ, ପ୍ରତାପ ଷଡ଼ଙ୍ଗୀ, ଦେବାଶିଷ ସାମନ୍ତରାୟ, ଅରୁଣ ସିଂହ ସଦସ୍ୟ ରହିଛନ୍ତି ।
ପୂର୍ବରୁ ସଂସଦର ବିଜନେସ ଆଡଭାଇଜରୀ କମିଟି ପାଇଁ ମନୋନୀତ ହୋଇଥିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବିଭିନ୍ନ ଦଳର ୧୪ ଜଣ ସାଂସଦଙ୍କୁ କମିଟି ପାଇଁ ମନୋନୀତ କରିଥିଲେ ବାଚସ୍ପତି ଓମ୍ ବିର୍ଲା। ଯେଉଁଥିରେ ଓଡ଼ିଶାରୁ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ସ୍ଥାନ ପାଇଥିଲେ ।
ସେହିପରି ବିଜନେସ୍ ଆଡଭାଇଜରୀ କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହୋଇଥିଲେ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ, କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ଡିଏମକେ ସାଂସଦ ଦୟାନିଧି ମାରନ। ବିଜେପି ସାଂସଦ ପିପି ଚୌଧୁରୀ, ଅନୁରାଗ ଠାକୁରଙ୍କ ଭଳି ନେତାଙ୍କୁ ବି ବିଜନେସ୍ ଆଡଭାଇଜରୀ କମିଟି ପାଇଁ ମନୋନୀତ କରିଥିଲେ ବାଚସ୍ପତି।