Advertisment

'ମହିଳାମାନେ ସେମାନଙ୍କ ସୁରକ୍ଷା ପାଇଁ ଘରେ ତ୍ରିଶୂଳ ରଖନ୍ତୁ'

ପଶ୍ଚିମବଙ୍ଗର ସଂସ୍କୃତି ଅତି ନିମ୍ନ ସ୍ତରକୁ ଗଲାଣି ବୋଲି ବାନାର୍ଜୀ କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Keep Trishuls At Home for safety says Bengal BJP Leader

Keep Trishuls At Home for safety says Bengal BJP Leader

ମହିଳାମାନେ ସେମାନଙ୍କ ସୁରକ୍ଷା ପାଇଁ ତ୍ରିଶୂଳ ରଖନ୍ତୁ। ଏହା କହିଛନ୍ତି ପଶ୍ଚିମବଙ୍ଗର ବିଜେପି ନେତା। ଏକ ଶୋଭାଯାତ୍ରାରେ ଯୋଗ ଦେବା ଅବସରରେ ସେ ଏକଥା କହିଛନ୍ତି। ଏହାସହ ପଶ୍ଚିମବଙ୍ଗର ଶାସନକୁ ନେଇ ମମତାଙ୍କ ଉପରେ ବର୍ଷିଛନ୍ତି। ପଶ୍ଚିମବଙ୍ଗ ବାରାନଗରରେ ଆୟୋଜିତ ହୋଇଥିଲା ବିଜେପିର ସମାରୋହ। ଏହି ଉତ୍ସବରେ ଯୋଗ ଦେଇଥିଲେ ବିଜେପି ନେତା ରାଜୁ ବାନାର୍ଜୀ। ସେ ତାଙ୍କର ସମ୍ବୋଧନରେ ପଶ୍ଚିମବଙ୍ଗ ମା ଓ ଭଉଣୀ ମାନେ ତ୍ରିଶୂଳ ରଖିବା ପାଇଁ ଅନୁରୋଧ କରିଛନ୍ତି।

Advertisment

ମଙ୍ଗଳବାର ରାତିରେ ପଶ୍ଚିମବଙ୍ଗ ବାରାନଗର ଠାରେ ଜଗଧାତ୍ରୀ ପୂଜା ବେଳେ ଏକଥା କହିଛନ୍ତି ବିଜେପି ନେତା ରାଜୁ ବାନାର୍ଜୀ। ଟିଏମ୍‌ସିକୁ ଟାର୍ଗେଟ୍‌ କରି ଶ୍ରୀ ବାନାର୍ଜୀ କହିଛନ୍ତି ତୃଣମୃଳ କଂଗ୍ରେସକୁ ସମର୍ଥନ କରୁଥିବା ମହିଳାମାନେ ନିଜ ଭିତରେ ମାରପିଟ୍‌ ଓ ଝଗଡ଼ା କରି ଅକାରଣେ ଜୀବନ ହରାଉଛନ୍ତି। ସେମାନେ ଆମ ସୁରକ୍ଷା ପାଇଁ କଣ କରିବେ ? ଆମର ସୁରକ୍ଷା ପାଇଁ ମା ଓ ଭଉଣୀମାନେ ସେମାନଙ୍କ ପାଖରେ ତ୍ରୀଶୂଳ ରଖନ୍ତୁ।

ପଶ୍ଚିମବଙ୍ଗର ସଂସ୍କୃତି ଅତି ନିମ୍ନ ସ୍ତରକୁ ଗଲାଣି ବୋଲି ବାନାର୍ଜୀ କହିଛନ୍ତି। ସେ ଆହୁରି କହିଛନ୍ତି- ଆମ ସଂସ୍କୃତିକୁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ସ୍ତରରେ ପହଞ୍ଚାଇଛନ୍ତି। ବଙ୍ଗ ରାଜ୍ୟ ଅନ୍ୟ କ‌ୌଣସି ଦେଶର ରାଜ୍ୟ ନୁହେଁ। ବଙ୍ଗ ଭାରତର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଠି କେବଳ ଭାରତ ଶାସନ ଚାଲିଥିବା ଆଇନ ହିଁ ରହିବ ବୋଲି ସେ କହିଛନ୍ତି।

Advertisment

ସେହି ଅଞ୍ଚଳର ଅନ୍ୟ ଏକ ଜଗଧାତ୍ରୀ ପୂଜା ସମାରୋହ ଉଦ୍‌ଘାଟନ କରୁଥିବା ‘ତୃଣମୂଳ କଂଗ୍ରେସ’ ବିଧାୟକ ତାପସ ରାୟ ଉପରୋକ୍ତ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ସେମାନେ ଚାହୁଁଛନ୍ତି ଲୋକେ ଘରେ ତ୍ରିଶୂଳ ରଖନ୍ତୁ। ଆଉ କିଛି ଲୋକେ ସେମାନଙ୍କୁ ଘରେ ଆଉ କିଛି ଅସ୍ତ୍ର ରଖିବାକୁ କହିବେ। ଏହାଦ୍ବାରା ପଶ୍ଚିମବଙ୍ଗର ସୌହାର୍ଦ୍ଦ୍ୟପୂର୍ଣ୍ଣ ରାଜନୀତି, ଶାନ୍ତି ଓ ଆଇନଶୃଙ୍ଖଳା ପ୍ରଭାବିତ ହେବ। ସେମାନେ ବଙ୍ଗରେ ଶାନ୍ତି ବିଷୟରେ କହୁଥିବା ବେଳେ ଏଭଳି ହିଂସା ଉଦ୍ରେକକାରୀ ମନ୍ତବ୍ୟ ଦେଉଛନ୍ତି।

BJP
Advertisment
Advertisment