Advertisment

Kedarnath helicopter crash: ୪ ମାସ ତଳେ ୨ ଯାଆଁଳା ପୁଅଙ୍କ ବାପା ହେ।ଇଥିଲେ, ଖୁସିରେ ଲାଗିଗଲା ନଜର

୨ ଯମଜ ସନ୍ତାନଙ୍କ ପୂଜା ପାଇଁ ଦିନ ଭେନ୍ୟୁ ସବୁ କିଛି ପ୍ରସ୍ତୁତ ଥିଲା । କିନ୍ତୁ ହେଲିକପ୍ଟର କ୍ରାସ୍ ସବୁକିଛି ବଦଳାଇଦେଲା । ଯେଉଁଘରେ ପୂଜା ପାଇଁ ଚାଲିଥିଲା ପ୍ରସ୍ତୁତି ସେଠି ଏବେ ନୀରବତା ।

ଅଦ୍ୟତନ ହୋଇଛି
Kedarnath helicopter crash

Kedarnath helicopter crash

Advertisment

ସେଦିନ ଥିଲା ଫାଦର୍ସ ଡେର ସକାଳ। ଯେତେବେଳେ ଦୁନିଆ ନିଜ ବାପାଙ୍କୁ ଫାଦର୍ସ ଡେର ଶୁଭେଚ୍ଛା ଜଣାଉଥିଲା ସେତେବେଳେ ଗେ।ଟିଏ ବାପା ନିଜ ପରିବାର ପାଇଁ ଡ୍ୟୁଟିରେ ଥିବାବେଳେ ଜୀବନ ହରାଇଦେଲା । ସକାଳୁ ସକାଳୁ କେଦାରନାଥ ହେଲିକପ୍ଟର କ୍ରାସ ଜୟପୁର ଶାସ୍ତ୍ରୀ ନଗରକୁ ଶେ।କରେ ବୁଡାଇଦେଇଥିଲା ।

Advertisment

ହେଲିକପ୍ଟର ଦୁର୍ଘଟଣାରେ ଜୟପୁରର ୩୭ ବର୍ଷୀୟ ପାଇଲଟ ଓ ପୂର୍ବତନ ଲେପ୍ଟନାଣ୍ଟ କର୍ଣ୍ଣେଲ ରାଜବୀର ସିଂହ ଚୌହାନଙ୍କ ମୃତ୍ୟୁ ଘଟିଛି । କିଛି ଦିନ ତଳେ ସେ ଯମଜ ସନ୍ତାନଙ୍କର ପିତା ହେ।ଇଥିଲେ । ୨ ପୁଅଙ୍କ ଜନ୍ମ ତାଙ୍କ ଜୀବନରେ ଖୁସି ଭରିଦେଇଥିଲା । କେତେ ସ୍ବପ୍ନ ଦେଖିଥିଲେ ନିଜ ସନ୍ତାନଙ୍କ ପାଇଁ । କିନ୍ତୁ ସବୁକିଛି ଭାଙ୍ଗି ଚୁରମାର ହେ।ଇଯାଇଛି ।

ଅଧିକ ପଢ଼ନ୍ତୁ: AI ବିମାନ ଦୁର୍ଘଟଣା ପୂର୍ବରୁ ବିଚଳିତ ଥିଲେ ପାଇଲଟ୍, କ୍ରାସର ୫ ସେକେଣ୍ଡ ପୂର୍ବରୁ କହିଥିଲେ ୭ଟି ଶବ୍ଦ

Advertisment

୧୪ବର୍ଷ ଧରି ସେନାରେ କାମ କରିଛନ୍ତି ରାଜବୀର । ପରିବାର ପାଇଁ ବେସରକାରୀ ପାଇଲଟ ହେ।ଇଥିଲେ । କିନ୍ତୁ ଭାଗ୍ୟରେ କିଛି ଅଲଗା ଲେଖାଥିଲା । ସକାଳ ୫ଟା ୨୦ରେ କଣ୍ଟ୍ରେ।ଲ ରୁମକୁ ମେସେଜ ପଠାଇଲେ ଲ୍ୟାଣ୍ଡିଂ ପାଇଁ ଲେଫଟ୍ ଟର୍ଣ୍ଣ କରୁଛି । ଏହା ତାଙ୍କର ଶେଷ ମେସେଜ ହେ।ଇଗଲା ।

ରାଜବୀରଙ୍କ ମାଆ ସୋନା କନୱରଙ୍କୁ ଏପର୍ଯ୍ୟନ୍ତ ତାଙ୍କ ପୁଅର ମୃତ୍ୟୁ ବିଷୟରେ ସୂଚନା ଦିଆଯାଇନାହିଁ। ତାଙ୍କୁ କେବଳ ଏତିକି କୁହାଯାଇଛି ଯେ ସେ ସାମାନ୍ୟ ଆଘାତ ପାଇଛି। ସେ ବାରମ୍ବାର କହୁଛନ୍ତି 'ସେ ଏତେ ଭଲ ପାଇଲଟ୍ ଥିଲେ, ତେବେ ସେ କିପରି ଆହତ ହେଲେ? ଘରକୁ ଏତେ ଲୋକ କାହିଁକି ଆସୁଛନ୍ତି?

Advertisment

ରାଜବୀରଙ୍କ ପଡ଼ୋଶୀ ସୂରଜ ଏବଂ ଅଶୋକ କହିଛନ୍ତି ଯେ ସେ ବହୁତ ଭଦ୍ର, ବନ୍ଧୁତ୍ୱପୂର୍ଣ୍ଣ ଏବଂ ସର୍ବଦା ସାହାଯ୍ୟ କରିବାକୁ ପ୍ରସ୍ତୁତ ଥିଲେ। ଯୁବକମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବା ତାଙ୍କର ସ୍ୱଭାବ ଥିଲା। 'ଆମେ କେବଳ ଜଣେ ପାଇଲଟ୍ ହରାଇ ନାହୁଁ, ବରଂ ଜଣେ ପ୍ରକୃତ ବନ୍ଧୁଙ୍କୁ ହରାଇଛୁ ।

ରାଜବୀର ସେନାରେ ଥିବା ସମୟରେ ଅନେକ ବିପଦପୂର୍ଣ୍ଣ ମିଶନରେ କାମ କରିଥିଲେ । ଗତ ବର୍ଷ ଅକ୍ଟୋବରରେ ସେ ଆର୍ମି ଏଭିଏସନ୍ ରୁ ଅବସର ନେଇଥିଲେ ଏବଂ ଘରୋଇ କ୍ଷେତ୍ରରେ ପାଇଲଟ୍ ଭାବରେ କାମ କରିବା ଆରମ୍ଭ କରିଥିଲେ । ଯାହାଦ୍ୱାରା ସେ ତାଙ୍କ ପରିବାରକୁ ସମୟ ଦେଇପାରିବେ । ୨୦ଦିନ ପୂର୍ବେ ସେ ଘରକୁ ଆସିଥିଲେ । ଅନେକ ସମୟ ଧରି ସେ ନିଜ ପୁଅଙ୍କ ସହ ଖେଳିଥିଲେ ।

ରାଜବୀରଙ୍କ ପତ୍ନୀ ଦୀପିକା ଚୌହାନ ସେନାରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ । ମାତ୍ର ଚାରି ମାସ ପୂର୍ବରୁ ତାଙ୍କର ଯାଆଁଳା ସନ୍ତାନ ହେ।ଇଛି । ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା । ଜୁନ୍ ୩୦ରେ ପିତାମାତାଙ୍କ ୫୦ତମ ବିବାହ ବାର୍ଷିକୀ ଏବଂ ନବଜାତ ସନ୍ତାନଙ୍କ ପାଇଁ ପୂଜା ହେବାର ଥିଲା । ଏଥିପାଇଁ ଭେନ୍ୟୁ ବୁକ୍ ହେବା ସହ ପେ।ଷାକ ବି ସିଲେଇ ସରିଥିଲା । କିନ୍ତୁ ହେଲିକପ୍ଟର ଦୁର୍ଘଟଣା ସବୁକିଛି ବଦଳାଇଦେଲା

ଅଧିକ ପଢ଼ନ୍ତୁ: ପ୍ଲେନ କ୍ରାସ୍‌ ପଛରେ ଅଛି କି ଷଡ଼ଯନ୍ତ୍ର ? କାହିଁକି ଏମିତି କହିଲେ ବାବା ରାମଦେବ.

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ