/odishatv-khabar/media/post_attachments/uploadimage/library/16_9/16_9_0/corona_1703058768.jpg)
corona
ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ଭାରତ ପାଇଁ ମଧ୍ୟ ଚିନ୍ତା ବଢ଼ାଇଛି । ବେଶ୍ କିଛି ଦିନର ବ୍ୟବଧାନ ପରେ କର୍ଣ୍ଣାଟକର ବେଙ୍ଗାଲୁରୁରେ କରୋନା ସଂକ୍ରମଣ ପାଇଁ ଜଣକର ମୃତ୍ୟୁ ହୋଇଛି । କରୋନା ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛି । ତେବେ କରୋନାରେ ମୃତ୍ୟୁ ନେଇ ସରକାରୀ ଭାବେ କିଛି ସ୍ପଷ୍ଟ ହୋଇନି ।
କେବଳ ଭାରତରେ ନୁହେଁ, ବିଭିନ୍ନ ଦେଶରେ ଏବେ କରୋନା କାୟା ମେଲାଇବା ଆରମ୍ଭ କରିଛି । ଭାରତରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୋଆ ଓ କେରଳରେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସବୁଠାରୁ ଅଧିକ ସଂକ୍ରମିତ କେରଳରେ ଦେଖିବାକୁ ମିଳିଛି । କେରଳରେ ଚିହ୍ନଟ ହୋଇଥିବା କରୋନାରେ ଏହି JN.1 ସବ୍ ଭ୍ୟାରିଆଣ୍ଟ ଭାରତ ବାହାରେ ଖୁବ୍ କ୍ଷୀପ୍ର ବେଗରେ ମାଡ଼ିବାରେ ଲାଗିଛି । ଆମ ଦେଶକୁ ଏବେ ସୁଦ୍ଧା ବିପଦ ଆସିନାହିଁ କିନ୍ତୁ ଆମକୁ ଏବେଠାରୁ ସତର୍କ ରହିବାକୁ ପଡ଼ିବ ବୋଲି କୁହାଯାଇଛି ।
JN.1 ଭାରିଆଣ୍ଟ କ’ଣ ?
ଓମିକ୍ରନ୍ର ସବ୍ଭାଇଆଣ୍ଟ BA.2.86 ‘ପିରୋଲା’ ଭାବରେ ମଧ୍ୟ ଜଣାଶୁଣା । ଏହି ଭାରିଆଣ୍ଟକୁ JN.1 ମଧ୍ୟ କୁହାଯାଉଛି । ଏହି ଭାରିଆଣ୍ଟ ସଂକ୍ରମିତ ମାମଲା ପ୍ରଥମେ ଚଳିତ ବର୍ଷ ସେପ୍ଟେମ୍ବରରେ ଆମେରିକାକୁ ଆସିଥିଲା । ରିପୋର୍ଟ ଅନୁଯାୟୀ, ଡିସେମ୍ବର ୧୫ ରେ ଚାଇନାରେ ଏହି ସବଭାରିଆଣ୍ଟର ସାତଟି ମାମଲା ଦେଖିବାକୁ ମିଳିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)