• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୋଲିସକୁ ଲୁଚାଇବାକୁ ଯାଇ ମୋବାଇଲ ଗିଳିଦେଲା ଅଭିଯୁକ୍ତ । ୨୦ ଦିନ ପରେ ହେଲା ଅପରେସନ୍‌ । ଡାକ୍ତର କହିଲେ ପେଟରେ ରହିଛି ମୋବାଇଲ । ଏହି ଘଟଣା ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁଥିଲେ ବି ସତ । କର୍ଣ୍ଣାଟକର ଶିବମୋଗା ଜେଲ୍‌ରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ହତ୍ୟା ଅଭିଯୁକ୍ତ ପୋଲିସ ନଜରରୁ ଲୁଚାଇବାକୁ ଯାଇ Keypad ମୋବାଇଲ୍‌ଟିକୁ ଗିଳିଦେଇଥିଲା । ଅଭିଯୁକ୍ତର ନାଁ ପର୍ଶୁରାମ । ତାକୁ ବୟସ ୩୮ ହେବ ।

କିଛି ଦିନ ପରେ ତାର ପେଟ ଦରଜ ହେବା ଆରମ୍ଭ ହେଲା । ଧିରେ ଧିରେ ଏହି କଷ୍ଟ ତା’ପାଇଁ ଅସହ୍ୟ ହେଲା । ଏତେ କଷ୍ଟ ସତ୍ତ୍ୱେ ସେ ପୋଲିସ କିମ୍ବା ଜେଲ୍‌ କର୍ତ୍ତୃପକ୍ଷଙ୍କୁ ମୋବାଇଲ ଗିଳିଥିବା ନେଇ କିଛି କହିନଥିଲା । କିନ୍ତୁ ଯନ୍ତ୍ରଣା ଅସହ୍ୟ ହେବା ପରେ ପୋଲିସ ତାକୁ ନେଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲା ।

ହେଲେ ସେଠାରେ ସମସ୍ୟା ସମାଧାନ ନହେବାରୁ ବାଙ୍ଗଲୋର ଭିକ୍ଟୋରିଆ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ପରୀକ୍ଷା ନିରିକ୍ଷା ବା ଅଲ୍‌ଟ୍ରାସାଉଣ୍ଡ କରିବା ପରେ ଜାଣିବାକୁ ପାଇଲେ ଯେ, ପେଟରେ କୌଣସି ଏକ ଇଲେକ୍ଟ୍ରୋନିକ ଡିଭାଇସ୍‌ ରହିଛି, ଯାହାଫଳରେ ଏଭଳି ଯନ୍ତ୍ରଣା ହେଉଛି । ତେଣୁ ଅପରେସନ୍‌ କରି ତାକୁ ବାହାର କରିବାକୁ ହେବ ।

୭୫ ମିନିଟ୍‌ ଧରି ଚାଲିଥିଲା ଏହି ସର୍ଜରୀ । ଶେଷରେ ପର୍ଶୁରାମ ପେଟରୁ ବାହାରିଥିଲା କିପ୍ୟାଡ୍‌ ମୋବାଇଲ । ଡାକ୍ତର କହିଲେ ପ୍ରାୟ ୨୦ ଦିନ ଧରି ପେଟରେ ଥିଲା ମୋବାଇଲ । ଇନ୍‌ଟେଷ୍ଟାଇନ୍‌ ଭିତରେ ପଶିଯାଇଥିଲା ମୋବାଇଲ । ତେଣୁ ସର୍ଜରୀ କରିବାକୁ ଆମେ ବାଧ୍ୟ ହେଲୁ ବୋଲି କହିଛନ୍ତି ଡାକ୍ତର ।

ତେବେ ଏହି ଘଟଣା ପରେ ପର୍ଶୁରାମ ନାଁରେ ଆଉ ଏକ ମାମଲା ରୁଜୁ କରିଛି ପୋଲିସ । ମୋବାଇଲ ଲୁଚାଇ ରଖିବା ସହ ମୋବାଇଲ ସ୍ମଗଲିଂର ମାମଲା ରୁଜୁ କରିଛି ।

କଥାରେ ଅଛି ନା ପୋଲିସ ଯେତେ ଚାଲାକ ହେଲେ ବି ଚୋର ଆଉ ଦୁଇ ପାଦ ଆଗରେ । ହେଲେ ଆଉ ଗୋଟିଏ ମଧ୍ୟ କଥା ଅଛି, ଚୋର ଘର ସବୁବେଳେ ଅନ୍ଧାର ନୁହେଁ । ଉପରବାଲା ସବୁ ଦେଖୁଛି । ଏଠି ମଧ୍ୟ ଠିକ୍‌ ସେମିତି କିଛି ଘଟିଲା । ପୋଲିସକୁ ଚକ୍‌ମା ଦେଇ ଅଭିଯୁକ୍ତ ଜେଲ୍‌ ଭିତରକୁ ମୋବାଇଲ ସିନା ନେଇଗଲା ହେଲେ କିଛି ଫଳପ୍ରଦ ହେଲାନି । ସେ ଭାବିଥିଲା ମଳଦ୍ୱାର ପଟେ ମୋବାଇଲ ବାହାରି ଯିବ । ଆଉ ଜେଲ୍‌ ଭିତରେ ଥାଇ ସେ ମୋବାଇଲ ଚଳାଇବ । ବାହାର ଦୁନିଆ ସହ ଯୋଗାଯୋଗରେ ରହିବ । କିନ୍ତୁ ସବୁ ପ୍ଲାନ୍‌ ତାର ଫସର ଫାଟିଗଲା ।