• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସମାଜରେ ବଢ଼ିବାରେ ଲାଗିଛି ଅପରାଧ । ଦୁଷ୍କର୍ମର ଶିକାର ହେଉଛନ୍ତି ଯୁବତୀ ଓ ନାବାଳିକା । ମହିଳାଙ୍କ ପ୍ରତି ଅତ୍ୟାଚାର ମଧ୍ୟ ବଢ଼ିବାରେ ଲାଗିଛି । ଆଉ ଏପରି ସମୟରେ କୁନି କୁନି ପିଲାମାନଙ୍କୁ ଗୁଡ୍‌ ଟଚ୍‌ ଏବଂ ବ୍ୟାଡ୍‌ ଟଚ୍‌ ସମ୍ପର୍କରେ ଅଭିଭାବକମାନେ ଶିକ୍ଷା ଦେଉଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଳାଣି । ଆଉ ସବୁଠାରୁ ବଡ଼ କଥା ହେଉଛି ପିଲାମାନଙ୍କ ପାଠ୍ୟକ୍ରମରେ ସେକ୍ସ ଏଜୁକେସନ୍ ସାମିଲ ହେବାକୁ ନେଇ ବିଶେଷଜ୍ଞମାନେ ମଧ୍ୟ ମତ ପ୍ରକାଶ କଲେଣି । ସେକ୍ସ ଏଜୁକେସନ୍‌ ଦ୍ୱାରା ଛୋଟ ଛୋଟ ପିଲାମାନେ ଭଲ ଓ ଖରାପ ସମ୍ପର୍କ ବାବଦରେ ସଠିକ୍‌ ଭାବେ ବୁଝିପାରିବେ ବୋଲି କୁହାଯାଉଛି ।

ଅନେକ ସ୍ଥାନରେ ସେକ୍ସ ଏଜୁକେସନ୍ ନିଷେଧ ରହିଛି । ହେଲେ କର୍ଣ୍ଣାଟକର ଶିକ୍ଷାନୁଷ୍ଠାନଗୁଡ଼ିକ ଏକ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁଛନ୍ତି । ଆଉ ପିଲାମାନଙ୍କ ପାଇଁ ନୂତନ ଆଭିମୁଖ୍ୟର ଆବଶ୍ୟକତା ରହିଛି ବୋଲି କୁହାଯାଇଛି । କିଛି କଲେଜ ଏବଂ ବିଶେଷଜ୍ଞମାନେ ଚାହୁଁଛନ୍ତି ଯେ, ସରକାର ଏ ସବୁ ପ୍ରତି ପଦକ୍ଷେପ ଗ୍ରହଣ କରନ୍ତୁ । ସେକ୍ସ ଏଜୁକେସନ୍ ବା ଯୌନ ଶିକ୍ଷା ଉପରେ ବ୍ୟାପକ ନୀତି ଆପଣାନ୍ତୁ ବୋଲି କୁହାଯାଇଛି ।

ସିଏମଆର ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ସୋସିଆଲ ସାଇନ୍ସ ଆଣ୍ଡ ହ୍ୟୁମାନିଟିସ (SOSSH) ବିଭାଗର ମୁଖ୍ୟ ରବି ଶଙ୍କର ଏ.ଭି କହିଛନ୍ତି ଯେ ଏଭଳି ନୀତି ପ୍ରଣୟନ କରିବା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ରହିଛି । ସେ କହିଛନ୍ତି, ଯଦି ଏହି ଭଳି ଏକ ନୀତି କାର୍ଯ୍ୟକାରୀ ହୁଏ, ତେବେ ଆମେ କିଛି ଭୁଲ୍ ଚିନ୍ତାଧାରାକୁ ପଛରେ ପକାଇପାରିବା । ହେଲେ କେନ୍ଦ୍ର ସରକାର ସେକ୍ସ ଏଜୁକେସନ୍ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ।

ଏହା ବ୍ୟତୀତ SOSSHର ମୁଖ୍ୟ ରବି ଶଙ୍କର ଏ.ଭି ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ସେକ୍ସ ଏଜୁକେସନ୍‌କୁ ନେଇ ବୁଝାମଣାର ଅଭାବ ରହିଛି । ଉଚ୍ଚଶିକ୍ଷା ଅନୁଷ୍ଠାନରେ ଯୁବକମାନେ ଉଠାଉଥିବା ପ୍ରଶ୍ନରେ ଶିକ୍ଷକମାନେ ଲଜ୍ଜିତ ହୁଅନ୍ତି । ତେଣୁ ଏହି ବିଷୟରେ ପଢ଼ାଇବାକୁ ଶିକ୍ଷକମାନେ ଅନିଚ୍ଛା ପ୍ରକାଶ କରିଥାଆନ୍ତି ।

ସେହିପରି ଆର.ଭି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର YSR ମୂର୍ତ୍ତି ଏହି ସମ୍ପର୍କରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ସେକ୍ସ ଏଜୁକେସନ୍ ଅନ୍ୟ ବିଷୟଗୁଡିକ ସହିତ ସମାନ ନୁହେଁ । କାରଣ ଏହାର ପରିଚାଳନା ପାଇଁ ଉପଯୁକ୍ତ ଶୈକ୍ଷିକ କୌଶଳର ଆବଶ୍ୟକତା ରହିଛି । କାରଣ ଛାତ୍ରଛାତ୍ରୀମାନେ ବିଭିନ୍ନ ପୃଷ୍ଠଭୂମିରୁ ଆସିଥାନ୍ତି । ବିଭିନ୍ନ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏହି ଶିକ୍ଷା ଦେବାର ଆବଶ୍ୟକତା ରହିଛି ।

ଅନ୍ୟପଟେ ବହୁ ବିଶେଷଜ୍ଞ କହିଛନ୍ତି, ସେକ୍ସ ଏଜୁକେସନ୍‌ କ୍ଲାସ ନେବାକୁ ହେଲେ ଉପଯୁକ୍ତ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ସେମାନଙ୍କ ନିକଟରେ ଯଥେଷ୍ଟ ଜ୍ଞାନ, ଅଭିଜ୍ଞତା ଏବଂ ସ୍ପଷ୍ଟ ଦିଗ୍‌ ଦର୍ଶନ ଦେବାର ଦକ୍ଷତା ରହିଥିବା ଦରକାର  ।

ମଣିପାଲର TA Pai Management Instituteର ଆସିଷ୍ଟାଣ୍ଟ ପ୍ରଫେସର ପୂର୍ଣ୍ଣିମା ଭେଙ୍କଟ କହିଛନ୍ତି, ସେକ୍ସ ଏଜୁକେସନ୍‌ ବିଦ୍ୟାଳୟ ଏବଂ କଲେଜ ପାଠ୍ୟକ୍ରମର ଏକ ଅଂଶ ହେବା ଉଚିତ୍ । ବଡ଼ ବଡ଼ ବିଲାମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ ତେଲେଙ୍ଗାନା ସରକାରୀ ବିଦ୍ୟାଳୟ ପାଠ୍ୟପୁସ୍ତକରେ ବ୍ୟକ୍ତିଗତ ସୁରକ୍ଷା ଅଧ୍ୟାୟ ଉପସ୍ଥାପନ କରିଛୁ । ଯେଉଁଥିରେ ଭଲ ଏବଂ ଖରାପ ସ୍ପର୍ଶ ବିଷୟରେ ରହିଛି । ଯଦିଓ ଏହା ସମ୍ପୂର୍ଣ୍ଣ ସେକ୍ସ ଏଜୁକେସନ୍‌ କ୍ଲାସ୍‌ ନୁହେଁ, କିନ୍ତୁ ବୟସ ଅନୁସାରେ ଏହି ଶିକ୍ଷାଦାନର ଆବଶ୍ୟକତା ରହିଛି ।