/odishatv-khabar/media/post_attachments/uploadimage/library/16_9/16_9_0/man-killed-11_1625473038.jpg)
Contractor's Suicide
କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ଫସିଲେ ମନ୍ତ୍ରୀ ! FIRରେ ଉଠିଲା ମନ୍ତ୍ରୀଙ୍କ ନାଁ। ସନ୍ତୋଷ ପାଟିଲ ନାମକ ଜଣେ କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣାରେ କର୍ଣ୍ଣାଟକର ଜଣେ ମନ୍ତ୍ରୀ ଫସି ଯାଇଛନ୍ତି। ଘଟଣାକୁ ନେଇ ପୋଲିସ୍ ଛାନ୍ଭିନ୍ ଚଳାଇ ଥିବାବେଳେ FIRରେ ମନ୍ତ୍ରୀ କେଏସ୍ ଇଶ୍ୱରପ୍ପାଙ୍କ ନାଁ ରହିଛି। ଗତକାଲି ଉଡୁପି ସ୍ଥିତ ଏକ ଲଜ୍ରୁ କଣ୍ଟ୍ରାକ୍ଟରଙ୍କ ମୃତଦେହ ମିଳିଥିଲା। ମୃତ୍ୟୁ ପୂର୍ବରୁ ମନ୍ତ୍ରୀଙ୍କ ବିରୋଧରେ ସନ୍ତୋଷ ଦୁର୍ନୀତି ଅଭିଯୋଗ ଆଣିଥିଲେ।
ଇଶ୍ୱରପ୍ପାଙ୍କ ୨ ଜଣ ସହଯୋଗୀ ବାସବରାଜ୍ ଓ ରମେଶଙ୍କ ନାଁ ମଧ୍ୟ FIRରେ ଉଲ୍ଲେଖ କରାଯାଇଛି। ସନ୍ତୋଷଙ୍କ ଭାଇ ପ୍ରଶାନ୍ତଙ୍କ ଅଭିଯୋଗ ଆଧାରରେ ପୋଲିସ୍ FIR ରୁଜୁ କରିଛି। ସନ୍ତୋଷ ଅଭିଯୋଗ ଆଣିଥିଲେ ଯେ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତ ରାଜ ବିଭାଗ ଅଧିନରେ କରିଥିବା ୪ କୋଟି ଟଙ୍କାର କାମ ପାଇଁ ମନ୍ତ୍ରୀଙ୍କ ସହଯୋଗୀମାନେ ତାଙ୍କ ଠାରୁ ୪୦% କମିଶନ ଦାବି କରିଥିଲେ।
ସୁଇସାଇଡ୍ ନୋଟ୍ରେ ସନ୍ତୋଷ ଉଲ୍ଲେଖ କରିଛନ୍ତି, ତାଙ୍କ ମୃତ୍ୟୁ ପାଇଁ କେବଳ କେଏସ୍ ଇଶ୍ୱରପ୍ପା ହିଁ ଦାୟୀ ରହିବେ। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମୋ ପରିବାରକୁ ସାହାଯ୍ୟ କରନ୍ତୁ। ମୁଁ ହାତ ଯୋଡ଼ି ଏହା ଅନୁରୋଧ କରୁଛି।’
ଅନ୍ୟପକ୍ଷେ, ଘଟଣାର ତଦନ୍ତ ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆସିଥିବା ଅଭିଯୋଗକୁ ମନ୍ତ୍ରୀ କେଏସ୍ ଇଶ୍ୱରପ୍ପା ଖଣ୍ଡନ କରିଛନ୍ତି। ଏହାସହ ସେ ସନ୍ତୋଷଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ତଦନ୍ତ ପରେ ସତ ସାମ୍ନାକୁ ଆସି ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)