• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କର୍ଣ୍ଣାଟକରେ ହିଜାବ ବିବାଦକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେମବାର ଠାରୁ ଖୋଲିଛି ସ୍କୁଲ । ତେବେ ଆଜି ମଧ୍ୟ ହିଜାବ ପିନ୍ଧି ଆସିବାକୁ ନେଇ ବିବାଦୀୟ ସ୍ଥିତି ଦେଖାଦେଇଛି । କର୍ଣ୍ଣାଟକର ଉଡୁପି ଯେଉଁଠାରେ ପ୍ରଥମେ ଏହି ବିବାଦ ଦେଖାଦେଇଥିଲା । ସେଠାରେ ଆଜି କିଛି କଲେଜର ଛାତ୍ରୀ ହିଜାବ ପିନ୍ଧି ବିରୋଧ କରିଛନ୍ତି । ଛାତ୍ରୀ ମାନେ ହିଜାବ ପିନ୍ଧି ସ୍କୁଲ ଓ କଲେଜ ଆସିବାରୁ ସେମାନଙ୍କୁ ପ୍ରବେଶ କରାଇବାକୁ ରାଜି ହୋଇନି ସ୍କୁଲ କର୍ତ୍ତୃପକ୍ଷ ।

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ା କଡ଼ି ଭାବେ ପାଳନ କରାଯାଉଛି ବୋଲି ସ୍କୁଲ ପ୍ରଶାସନ କହିଛି । ସେପଟେ ପୋଲିସ ଏହି ଘଟଣା ଉପରେ କଡ଼ା ନଜର ରଖିଥିବା ଉଡୁପିର ଅତିରିକ୍ତ ଏସପି କହିଛନ୍ତି । ପରିସ୍ଥିତି ଶାନ୍ତ ଅଛି ଏହି ବବାଦ ସ୍କୁଲ ଏବଂ ଛାତ୍ରୀଙ୍କ ମଧ୍ୟରେ ପୋଲିସ କେବଳ ଶାନ୍ତି ବଜାୟ ରଖିବା ଲାଗି ନିୟୋଜିତ ବୋଲି ସେ କହିଛନ୍ତି ।

ସେପଟେ କର୍ଣ୍ଣାଟକରେ ହିଜାବ ପିନ୍ଧିବା ପ୍ରସଙ୍ଗରେ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିକ୍ଷାମନ୍ତ୍ରୀ ବିସି ନାଗେସ୍ । ରାଜ୍ୟର ୫ରୁ ୬ଟି ସ୍କୁଲକୁ ଛାଡ଼ିଲେ ସମସ୍ତ ସ୍କୁଲରେ ଠିକ୍ ଭାବେ ଶିକ୍ଷାଦାନ ଚାଲିଛି ।

ସମସ୍ତ ଛାତ୍ରୀମାନେ ସ୍କୁଲକୁ ନିୟମିତ ଆସୁଛନ୍ତି , ଆଉ କୋଭିଡ କଟକଣା ମଧ୍ୟରେ ଅଫଲାଇନ ଶିକ୍ଷା ଚାଲିଛି । ହିଜାବ ପିନ୍ଧିବା ନେଇ ଯେଉଁ କେତେକ ଛାତ୍ରୀ ଅଭିଯୋଗ ଆଣିଛନ୍ତି , ସେମାନଙ୍କୁ ବୁଝାସୁଝା କରି ଏହାର ସମାଧାନ କରାଯିବ ବୋଲି କହିଛନ୍ତି କର୍ଣ୍ଣାଟକର ଶିକ୍ଷାମନ୍ତ୍ରୀ ।