• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଏଣିକି ପୁଣି ଖୋଲିବ ଇନ୍ଦିରା କ୍ୟାଣ୍ଟିନ୍‌ । ମାତ୍ର ୫ ଟଙ୍କାରେ ବ୍ରେକ୍‌ଫାଷ୍ଟ ଓ ୧୦ ଟଙ୍କାରେ ମିଳିବ ମଧ୍ୟାହ୍ନ ଭୋଜନ । ଯିଏ ଯିବ ସିଏ ଖାଇବ...ପୁଣି ପୂରା ପେଟ ପୂରା । କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଫେରିବା ପରେ ବନ୍ଦପଡିଥିବା ଇନ୍ଦିରା କ୍ୟାଣ୍ଟିନ୍‌ ପୁଣି ଥରେ ଖୋଲିବାକୁ ନିଷ୍ପତ୍ତି ନେଇଛି । ଯାହାକୁ ନେଇ ପୂରା ଦେଶରେ ଏବେ ଜୋର ଧରିଛି ଚର୍ଚ୍ଚା ।

ନିର୍ବାଚନରେ ବଡ ବିଜୟ ହେବା ପରେ କର୍ଣ୍ଣାଟକ ବାସିନ୍ଦା କେମିତି ଭଲରେ ଚଳିବେ ସେନେଇ ନୂଆନୂଆ ନିଷ୍ପତ୍ତି ନେଉଛନ୍ତି ସିଦ୍ଦରମୈୟା ସରକାର । ମୁଖ୍ୟମନ୍ତ୍ରୀ ଚୌକିରେ ବସିବା ପରେ ସିଦ୍ଦ କହିଛନ୍ତି, ଆମେ ସବୁବେଳେ କର୍ଣ୍ଣାଟକ ଲୋକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରିବୁ । ତେଣୁ ପ୍ରଥମ ପର୍ଯ୍ୟାୟରେ ବନ୍ଦ ପଡିଥିବା ଇନ୍ଦିରା କ୍ୟାଣ୍ଟିନକୁ ଖୋଲିବୁ ।

କର୍ଣ୍ଣାଟକରେ ପୂର୍ବରୁ ଯେବେ କଂଗ୍ରେସ ସରକାର ଥିଲା ସେହି ସମୟରେ ଇନ୍ଦିରା କ୍ୟାଣ୍ଟିନ ଆରମ୍ଭ ହୋଇଥିଲା । କିନ୍ତୁ ବିଜେପି ପୁନର୍ବାର କ୍ଷମତାକୁ ଆସିବା ପରେ କ୍ୟାଣ୍ଟିନ ବନ୍ଦ ହୋଇଯାଇଥିଲା । ତେଣୁ ଚଳିତ ବିଧାନସଭାରେ ପୁଣି ବହୁମତ ପାଇ ସରକାର ଗଢିଛି କଂଗ୍ରେସ । ତେଣୁ ଇନ୍ଦିରା କ୍ୟାଣ୍ଟିନ୍‌ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ନୂଆ ସରକାର ।

ସରକାରଙ୍କ ନିୟମ ଅନୁସାରେ, ଇନ୍ଦିରା କ୍ୟାଣ୍ଟିନରେ ଗରିବ ଏବଂ ଆର୍ଥିକ ସ୍ଵଛଳ ନଥିବା ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯିବ । କ୍ୟାଣ୍ଟିନର ମେନୁରେ ଜଳଖିଆର ଦାମ କେବଳ ପାଞ୍ଚ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପାଇଁ ୧୦ ଟଙ୍କା ଦେବାକୁ ପଡିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା କଂଗ୍ରେସ ପ୍ରଚାର ସମୟରେ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲା କି, ଯଦି ଦଳ କ୍ଷମତାକୁ ଆସେ ତେବେ ସଙ୍ଗେ ସଙ୍ଗେ ଇନ୍ଦିରା କ୍ୟାଣ୍ଟିନ୍‌ ଖୋଲାଯିବ । ଆଉ ଚଳିତ ବିଧାନସଭାରେ ଦଳ ଜିତିବା ପରେ ସିବ୍ଦ ଏମିତି ନିଷ୍ପତ୍ତି ନେଇଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଇନ୍ଦିରା କ୍ୟାଣ୍ଟିନରେ ଥିବା ମେନୁ ପ୍ରତିଦିନ ବଦଳାଯାଇଥାଏ । ଜଳଖିଆରେ ଉପମା, ପୋଙ୍ଗଲ୍ ଏବଂ ଇଡଲି ଦିଆଯିବ ବୋଲି ପ୍ରାଥମିକ ପର୍ଯ୍ୟାୟରେ ସୂଚନା ରହିଛି ।