/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667635415.jpg)
Bidar Accident
ଦୁଃଖଧନ୍ଦା କରି ଫେରୁଥିବା ବେଳେ ମାଡ଼ି ଆସିଲା ମୃତ୍ୟୁରୂପୀ ଟ୍ରକ୍ । ଅକାଳରେ ଝଡ଼ି ପଡ଼ିଲା ୭ ନିରୀହଙ୍କ ଜୀବନ । କର୍ଣ୍ଣାଟକ ବିଦରରେ ଟ୍ରକ୍ ଏବଂ ଅଟୋ ରିକ୍ସା ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୭ ଜଣଙ୍କର ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୧୧ ଜଣ ଆହତ ହୋଇଛନ୍ତି । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ଏବେ ସମସ୍ତ ଆହତଙ୍କୁ ମେଡିଲକାରେ ଭର୍ତ୍ତି କରାଯାଇଛି ।
ଶୁକ୍ରବାର ଦିନ ବିଳମ୍ବିତ ରାତିରେ କର୍ଣ୍ଣାଟକର ବିଦର ଜିଲ୍ଲାର ଏକ ବିଦ୍ୟାଳୟ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମହିଳା ଦିନ ମଜୁରିଆ ବୋଲି ଜଣାପଡ଼ିଛି । କାମ ସାରି ସମସ୍ତେ ଅଟୋ ରିକ୍ସାରେ ଘରକୁ ଫେରୁଥିଲେ । ଏହି ସମୟରେ ଏକ ଟ୍ରକ୍ ବେମଲାଖଡା ସରକାରୀ ବିଦ୍ୟାଳୟ ନିକଟରେ ଅଟୋକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ସମସ୍ତେ ଅଟୋରୁ ଛିଟିକି ପଡ଼ିଥିଲେ । ଆଉ ଘଟଣାସ୍ଥଳରେ ହିଁ ୭ ଜଣଙ୍କର ଜୀବନ ଚାଲିଯାଇଥିଲା ।
ପୋଲିସର ସୂଚନା ଅନୁସାରେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାମାନେ ହେଲେ ପାର୍ବତୀ (୪୦), ପ୍ରଭାସୀ (୩୬), ଗୁଣ୍ଡାମା (୬୦), ଯାଦମା (୪୦), ଜଗମା (୩୪), ଇସୱାରାମା (୫୫) ଏବଂ ରୁକ୍ମିଣୀ ବାଇ (୬୦) । ଆହତମାନଙ୍କ ମଧ୍ୟରେ ଟ୍ରକ ଡ୍ରାଇଭର ଏବଂ ରିକ୍ସା ଡ୍ରାଇଭର ସମେତ ୧୧ ଜଣ ମଧ୍ୟ ଅଛନ୍ତି । ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ପୋଲିସ କହିଛି । ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)