/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658810897.jpg)
Kargil Vijay Diwas 2022। All you need to know about the 1999 Kargil War
ଆଜି କାରଗିଲ ବିଜୟ ଦିବସ । ଏହି ଅବସରରେ ସାରାଦେଶ ଦେଶମାତୃକାର ରକ୍ଷା ପାଇଁ ବୀର ଯବାନଙ୍କ ବଳିଦାନର ସ୍ମୃତିଚାରଣ କରୁଛି । କାରଗିଲ ଯୁଦ୍ଧ ୧୯୯୯ ମେ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା । ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧର ଆରମ୍ଭ କରିଥିଲା । ୫ ହଜାର ସୈନ୍ୟଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ ।
ଭାରତୀୟ ସେନା ଏହି ବିଷୟରେ ଅବଗତ ପରେ ଆରମ୍ଭ ହୋଇଥିଲା ଅପରେଶନ ବିଜୟ । ଯୁଦ୍ଧରେ ଭାରତର ୫୨୭ ଯବାନ ସହିଦ ହୋଇଥିଲେ । ସହିଦଙ୍କ ମଧ୍ୟରେ ଜମ୍ମୁ-କଶ୍ମୀରର ୭୧ ଜଣ ଥିଲେ । ଭାରତୀୟ ବାୟୁସେନାର ମିଗ୍-୨୭, ମିଗ୍-୨୯ ଯୁଦ୍ଧ ବିମାନରୁ ଶତ୍ରୁ ଶିବିର ଉପରେ ବୋମାମାଡ଼ କରିଥିଲା । ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱ ସମ୍ମୁଖରେ ପରାଜୟ ସ୍ୱୀକାର କରିଥିଲା ପାକିସ୍ତାନ । ଆଜି ଏହି ବୀର ସହିଦ ମାନଙ୍କ ବଳିଦାନକୁ ସାରା ଦେଶ ମନେ ପକାଇ ଏହି ଦିବସ ପାଳୁଛି ।
କାରଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ଗୋପୀନାଥ:-
କାରଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଅନେକ ଓଡ଼ିଆ । ବୀର ଯବାନ ବୀର ସହିଦ ଯବାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗୋପୀନାଥ ମହାରଣା । ପାକିସ୍ତାନକୁ ଧୂଳି ଚଟାଇ କାରଗିଲର ବିଜୟ ବାନା ଉଡାଇ ଦେଇଗଲେ । ଆଜି କାରଗିଲ ଦିବସରେ ସହିଦଙ୍କୁ ତାଙ୍କ ଗାଁ ମାଟି ସହ ସାରା ରାଜ୍ୟ ଓ ଦେଶ ମନେ ପକାଉଛି । ମାତ୍ର ୨୩ ବର୍ଷ ବୟସରେ ସେ ୧୯୯୯ ମସିହା ମେ ୧୯ ତାରିଖରେ ଦେଶ ପାଇଁ ଜୀବନ ଦେଇଥିଲେ । ସେହି ବୀର ସହିଦଙ୍କୁ ମନେ ପକାଇ ଆଜି ପର୍ଯ୍ୟନ୍ତ ବି ତାଙ୍କ ମାଆ ଆଖିରୁ ଲୁହ ସୁଖୁନି ।
ଦେଶମାତୃକାର ସେବାପାଇଁ ବଳିଦାନ ଦେଇଥିଲେ ସହିଦ ନିରଞ୍ଜନ :-
ଗୋପୀନାଥଙ୍କ ପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପାଙ୍ଗୁଡା ଗାଁର ଯବାନ ନିରଂଜନ ବେହେରା କାରଗିଲ ଯୁଦ୍ଧରେ ଦେଶମାତୃକାର ସମ୍ମାନରକ୍ଷା ପାଇଁ ପ୍ରାଣର ବଳି ଦେଇଥିଲେ । ସେ ପାକ୍ ସେନାକୁ ଦୃଢ ଜବାବ ଦେଇ ହାସଲ କରିଥିଲେ । ବୀରଗତି ବୀର ସନ୍ତାନକୁ ହରାଇଛନ୍ତି ସତ ମାତ୍ର ତାଙ୍କ ବଳିଦାନ ପାଇଁ ପରିବାର ଓ ଗାଁଲୋକଙ୍କ ଛାତି କୁଣ୍ଢେମୋଟ । ଆଜି କାରଗିଲ ବିଜୟ ଦିବସରେ ତାଙ୍କ ସ୍ମୃତିଚାରଣ ସହ ସମସ୍ତେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)