/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640938883.jpg)
Pushparaj Jain
ଆୟକର ବିଭାଗ ପଞ୍ଝାରେ ସମାଜବାଦୀ ପାର୍ଟିର ଏମଏଲସି ବା ବିଧାନ ପରିଷଦ ସଭ୍ୟ ପୁଷ୍ପରାଜ ଜୈନ । ଉତ୍ତରପ୍ରଦେଶରେ ଆୟକର ବିଭାଗର ଘନଘନ ଚଢାଉ ହେଉଥିବାର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ପୁଷ୍ପରାଜ ଜୈନ ଓରଫ ପମ୍ପିଙ୍କ ଘର ସମେତ ଅଫିସ, ଫ୍ୟାକ୍ଟ୍ରି ସବୁଠି ଆୟକର ବିଭାଗ ଚଢଉ କରିଛି । ପୀୟୂଷ ଜୈନଙ୍କ ଉପରେ ଚଢଉ ହେବା ପରଠାରୁ ହିଁ ପୁଷ୍ପରାଜଙ୍କ ଉପରେ ଆଇଟି ବିଭାଗର କଡା ନଜର ରହିଥିଲା । ଆୟକର ବିଭାଗ ପୁଷ୍ପରାଜଙ୍କର କନୌଜ୍ ଠାରେ ଥିବା ଘରେ ଏପରି ସମୟରେ ରେଡ୍ କରିଥିଲା ଯେଉଁ ସମୟରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ କନୌଜ୍ରେ ଉପସ୍ଥିତ ଥିଲେ। ଏହାକୁ ସମାଜବାଦୀ ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।
ସମାଜବାଦୀ ପାର୍ଟି ନିଜ ଅଫିସିଆଲ୍ ଟ୍ୱିଟର ପେଜ୍ରୁ ନିଜ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ଟ୍ୱିଟ୍ରେ ଲେଖାଯାଇଛି ଯେ, ‘ପୂର୍ବଥରର ବିଫଳତା ପରେ ବିଜେପି ସରକାର ଆୟକର ବିଭାଗର ସାହାଯ୍ୟ ନେଇ ଏମଏଲସି ପୁଷ୍ପରାଜ ଏବଂ କନୌଜରେ ରହୁଥିବା ଅନ୍ୟ ବ୍ୟବସାୟୀଙ୍କ ଉପରେ ଚଢଉ କରିବାରେ ଲାଗିଛି। ୟୁପି ନିର୍ବାଚନରେ ଭୟଭୀତ ବିଜେପି ସରକାରର କେନ୍ଦ୍ରୀୟ ଏଜେନ୍ସିର ଖୋଲାଖୋଲି ଅପବ୍ୟବହାର ସାଧାରଣ କଥା ପାଲଟି ଗଲାଣି । ଲୋକେ ସବୁ ଦେଖୁଛନ୍ତି ଏବଂ ସେମାନେ ଭୋଟ ମାଧ୍ୟମରେ ଏହାର ଉତ୍ତର ଦେବେ’।
पिछली बार की अपार विफलता के बाद इस बार BJP के परम सहयोगी I.T. ने सपा MLC श्री पुष्प राज जैन और कन्नौज के अन्य इत्र व्यापारियों के यहां पर आखिर छापे मार ही दिए है।
डरी BJP द्वारा केंद्रीय एजेंसियों का खुलेआम दुरुपयोग, यूपी चुनावों में आम है।जनता सब देख रही है, वोट से देगी जवाब।
— Samajwadi Party (@samajwadiparty) December 31, 2021
ଏଥିସହ ସମାଜବାଦୀ ପାର୍ଟିର ମିଡିଆ ଟ୍ୱିଟର ହ୍ୟାଣ୍ଡେଲରୁ ଏହା ଟ୍ୱିଟ୍ରେ ଲେଖାଯାଇଛି ଯେ, ‘ସମ୍ମାନିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଜୀ କନୌଜରେ ଏକ ସାମ୍ବାଦିକ ସମ୍ମିଳନୀ ଘୋଷଣା କରିବା ମାତ୍ରେ ହିଁ ବିଜେପି ସରକାର ଏମଏଲସି ପୁଷ୍ପରାଜ ଜୈନଙ୍କ ଗୁଇନ୍ଦା କାର୍ଯ୍ୟାନୁଷ୍ଠାନ କରିବା ଆରମ୍ଭ କରିସାରିଛି । ବିଜେପିର ଭୟ ଓ କ୍ରୋଧ ସ୍ପଷ୍ଟ ହୋଇଛି। ଲୋକମାନେ ବିଜେପିକୁ ଏକ ଶିକ୍ଷା ଦେବାକୁ ପ୍ରସ୍ତୁତ ଅଛନ୍ତି’।
आदरणीय राष्ट्रीय अध्यक्ष श्री अखिलेश यादव जी के कन्नौज में प्रेसवार्ता की घोषणा करते ही भाजपा सरकार ने सपा एमएलसी पम्पी जैन के यहां छापामार कार्यवाही करनी शुरू कर दी।
भाजपा का डर और बौखलाहट साफ है,
जनता भाजपा को सबक सिखाने के लिए तैयार है!
— SamajwadiPartyMedia (@MediaCellSP) December 31, 2021
ସୂଚନା ଅନୁଯାୟୀ, ଆୟକର ବିଭାଗର ଟିମ୍ ସକାଳ ୭ଟାରେ ପୁଷ୍ପରାଜଙ୍କ ଘରେ ପହଞ୍ଚିଥିଲା। ଆୟକର ବିଭାଗ ପୁଷ୍ପରାଜଙ୍କ ଘର, କାର୍ଯ୍ୟାଳୟ ସମେତ ୫୦ଟି ସ୍ଥାନରେ ଚଢ଼ାଉ କରିଛି। ସୂଚନାନୁସାରେ, କନୌଜରେ ଥିବା ଆୟକର ବିଭାଗ ଟିମ୍ ମଧ୍ୟ ସ୍ଥାନୀୟ ପୁଲିସ ଠାରୁ ଫୋର୍ସ ମାଗିଛି। ଏହା ପରେ କନୌଜ ପୁଲିସ ଆଇଟି ବିଭାଗକୁ ଏହି ଫୋର୍ସ ଯୋଗାଇ ଦେଇଛି। ଏହା ସହିତ ଆୟକର ବିଭାଗର ଏକ ଟିମ୍ ମଧ୍ୟ ୟାକୁବ ପରଫ୍ୟୁମରେ ଚଢ଼ାଉ କରୁଛି। ସୂଚନାନୁସାରେ, କମ୍ପାନୀର ମାଲିକଙ୍କର ମୃତ୍ୟୁ ହୋଇସାରିଛି। ତାଙ୍କ ପୁଅର ନାମ ଫୌଜାନ। ଆୟକର ବିଭାଗ ଉଭୟ ବ୍ୟବସାୟୀଙ୍କ ୫୦ରୁ ଅଧିକ ସ୍ଥାନ ଉପରେ ଚଢ଼ାଉ କରିଛି। କାନପୁର ବ୍ୟତୀତ ନୋଏଡା, ସୁରଟ, ମୁମ୍ବାଇ ବ୍ୟତୀତ ଡିଣ୍ଡିଗାଲ (ତାମିଲନାଡୁ) ରେ ମଧ୍ୟ ଚଢ଼ାଉ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)