/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696149187.jpg)
Nagabhushana Kannada Actor
କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ନାଗଭୂଷଣଙ୍କ କାର୍ ଶନିବାର ରାତିରେ ବେଙ୍ଗାଲୁରୁରେ ଏକ ଦମ୍ପତିଙ୍କୁ ଧକ୍କା ଦେଇଥିବା କଥା ପୋଲିସ ସୂଚନା ଦେଇଛି । ଏହି ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ଆହତ ସ୍ୱାମୀ ଚିକିତ୍ସାଧୀନ ଅଛନ୍ତି ।
Advertisment
ସୂଚନାନୁଯାୟୀ ଗତକାଲି ରାତି ପ୍ରାୟ ୯ଟା ୪୫ ମିନିଟ୍ ବେଳକୁ ଫିଲ୍ମ ତେଗାରୁ ପାଲ୍ୟର ସୁଟିଂ ସାରି ଫେରିବା ବେଳେ ରାସ୍ତାକଡ଼ ଫୁଟପାଥ୍ରେ ଚାଲୁଥିବା ଜଣେ ଦମ୍ପତ୍ତିଙ୍କ ଉପରେ ଗାଡ଼ି ଚଡ଼ାଇ ଦେଇଥିଲେ । ଘଟଣାରେ ସ୍ତ୍ରୀ ପ୍ରାଣ ହରାଇଥିବା ବେଳେ ସ୍ୱାମୀ ଏବେବି ଚିକିତ୍ସାଧିନ ରହିଛନ୍ତି ।
ଦୁର୍ଘଟଣା ପରେ ନାଗଭୂଷଣ ନିଜେ ଦମ୍ପତିଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିବା ପୋଲିସ କହିଛି । ଏନେଇ ବେଙ୍ଗାଲୁରୁର କୁମାରସ୍ୱାମୀ ଟ୍ରାଫିକ ପୋଲିସ ଷ୍ଟେସନରେ ଏକ ମାମଲା ଦାଖଲ କରାଯାଇଛି । ନାଗଭୂଷଣ ଅତି ବେପରୁଆ ଏବଂ ଦ୍ରୁତଗତିରେ ଗାଡି ଚାଳନା କରୁଥିବାରୁ ଏପରି ଦୁର୍ଘଟଣା ଘଟିଥିବା FIR ରେ ଉଲ୍ଲେଖ କରାଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)