/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652773031.jpg)
Kannada Actor Chethana Raj, 21, Dies After Undergoing ‘Fat-Free’ Plastic Surgery
ମହଙ୍ଗା ପଡିଲା ପ୍ଲାଷ୍ଟିକ୍ ସର୍ଜରୀ । କସ୍ମେଟିକ ସର୍ଜରୀ ନେଲା ଅଭିନେତ୍ରୀଙ୍କ ଜୀବନ । କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜଙ୍କ ଆଜି ଅକାଳ ବିୟୋଗ ହୋଇଛି । ପ୍ଲାଷ୍ଟିକ୍ ସର୍ଜରୀ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।
ସର୍ଜରି ସମୟରେ ଏକ ଭୁଲ ହୋଇଥିଲା, ଯାହା ତାଙ୍କ ପାଇଁ ଘାତକ ସାଜିଥିଲା ବୋଲି କୁହାଯାଉଛି ।
ସୂଚନା ଅନୁସାରେ, ଅଭିନେତ୍ରୀ ଚେତନା ନିଜ ମୋଟାପଣ କମାଇବା ପାଇଁ ଗତକାଲି ଫ୍ୟାଟ ଫ୍ରି ସର୍ଜରୀ କରାଇଥିଲେ । ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚେତନା ନିଜ ବାପା ମାଆଙ୍କୁ ନ ଜଣାଇ ସାଙ୍ଗମାନଙ୍କ ସହ ହସ୍ପିଟାଲକୁ ଯାଇଥିଲେ ଏବଂ ସର୍ଜରୀ କରିଥିଲେ । ହେଲେ ପରିବାର ଲୋକେ ଏହି ଟ୍ରାଜେଡି ପାଇଁ ଡାକ୍ତରଙ୍କୁ ଦାୟୀ କରିଛନ୍ତି । ଏନେଇ ଥାନାରେ ଏତଲା ମଧ୍ୟ ଦିଆଯାଇଛି । ଚେତନାଙ୍କ ମୃତଦେହ ଏବେ ବି ହସ୍ପିଟାଲରେ ରହିଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)