Kalyan Banerjee
କୋଲକାତା ଆଇନ କଲେଜ ମାମଲାରେ ଟିଏମସି ନେତାଙ୍କ ମଧ୍ୟରେ ବିବାଦ ଖୋଲାଖୋଲି ଭାବରେ ସାମ୍ନାକୁ ଆସିଛି । ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଟାର୍ଗେଟ କରିଛନ୍ତି କଲ୍ୟାଣ ବାନାର୍ଜୀ । କହିଛନ୍ତି ମୋଇତ୍ରା ତାଙ୍କ ହନିମୁନରୁ ଫେରିଛନ୍ତି ଏବଂ ମୋ ସହିତ ଝଗଡ଼ା କରିବା ଆରମ୍ଭ କରିଛନ୍ତି।
ସେ ମୋତେ ନାରୀ ବିରୋଧୀ କହୁଛନ୍ତି, ସେ ନିଜେ କ’ଣ? ମହୁଆ ଏକ ପରିବାରକୁ ଭାଙ୍ଗି ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ସେ କ’ଣ ସେହି ମହିଳାଙ୍କୁ (ପୂର୍ବତନ ପତ୍ନୀଙ୍କୁ) ଆଘାତ ଦେଇ ନାହାନ୍ତି?
କଲ୍ୟାଣ ବାନାର୍ଜୀ ଆହୁରି କହିଛନ୍ତି ନୈତିକତା ଉଲ୍ଲଂଘନ ଅଭିଯୋଗରେ ବହିଷ୍କୃତ ହୋଇଥିବା ଜଣେ ଏମପି ମୋତେ ନୈତିକତା ଶିଖାଉଛନ୍ତି । ସେ ନିଜେ ନାରୀ ବିରୋଧୀ । ସେ କେବଳ ନିଜର ଭବିଷ୍ୟତ ସୁରକ୍ଷିତ କରିବା ଏବଂ ଅର୍ଥ ରୋଜଗାର କରିବା ଜାଣନ୍ତି।
କଲ୍ୟାଣ ବାନାର୍ଜୀଙ୍କ ଏଭଳି ଟାର୍ଗେଟ ମହୁଆ ମୋଇତ୍ରାଙ୍କ ଏକ ବୟାନର ପ୍ରତିକ୍ରିୟା ଭାବେ ଆସିଛି । ମୋଇତ୍ରା ଦଳର ଏକ ପୋଷ୍ଟକୁ ଏକ୍ସରେ ସେୟାର କରି ଲେଖିଥିଲେ ଭାରତରେ ମହିଳା ମାନଙ୍କ ପ୍ରତି ଘୃଣା ଦଳୀୟ ମତ ବାହାରେ । ଏଭଳି ମନ୍ତବ୍ୟ ଯେକୌଣସି ନେତା କରିଥାନ୍ତୁ ନା କାହିଁକି । କିନ୍ତୁ ଟିଏମସି ଏଭଳି ମନ୍ତବ୍ୟକୁ ନିନ୍ଦା କରେ । ଏକ ବିବାଦୀୟ ମନ୍ତବ୍ୟରେ କଲ୍ୟାଣ ବାନାର୍ଜୀ ପୀଡିତାଙ୍କୁ ଦୋଷାରୋପ କରିଥିବା ଅଭିଯୋଗ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751218429.jpg)