Advertisment

Justice Yaswant Varma: ତଦନ୍ତ କରି ସତ ବାହାର କଲା ପ୍ୟାନେଲ୍, ହରଡ଼ଘଣାରେ ବିଚାରପତି

ଏହି ଟଙ୍କା ସଂପର୍କରେ ନିଜେ ଜଷ୍ଟିସ ବର୍ମା କିମ୍ୱା ତାଙ୍କ ପରିବାରର କହି ସଦସ୍ୟ ପୋଲିସ୍ କିମ୍ୱା ବିଚାର ବିଭାଗର ଉଚ୍ଚପଦସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଇନାହାନ୍ତି । ମୁଁ ଜାଣିନାହିଁ ବୋଲି ନିଜେ ବିଚାରପତି ଯାହା କହୁଛନ୍ତି. ତାହା ବିଶ୍ୱାସ କରି ହେଉନାହିଁ ବୋଲି ତଦନ୍ତ ପ୍ୟାନେଲ୍ ମତ ଦେଇଛି । ଯଦି ଏହା ଷଡଯନ୍ତ୍ର, ତେବେ ଜଷ୍ଟିସ ବର୍ମା କାହିଁକି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି କିମ୍ୱା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଜଣାଇଲେ ନାହିଁ ବୋଲି ପ୍ୟାନେଲ୍ ପ୍ରଶ୍ନ କରିଛି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Panel Report

Panel Report

ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଦିନେ ନା ଦିନେ ସତ ପଦାକୁ ବାହାରେ । କଳାକାରନାମା ଧରାପଡିଯାଏ । ତାହା ମଧ୍ୟ ଘଟିଛି ଏହି ଜଜଙ୍କ କ୍ଷେତ୍ରରେ । ଏକ ଅପ୍ରତ୍ୟାଶିତ ଘଟଣାରେ ଧରାପଡି ଏବେ ହରଡଘଣାରେ ପଡିଛନ୍ତି ହାଇକୋର୍ଟର ଜଣେ ବରିଷ୍ଠ ବିଚାରପତି । ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଇଣ୍ଟର୍ନାଲ୍ ଇନକ୍ୱାରୀ ପ୍ୟାନେଲ୍ ଏହିସବୁ ଗୁରୁତର ପ୍ରସଙ୍ଗ ତାଙ୍କ ବିରୋଧରେ ଉଠାଇଛନ୍ତି । ସିଧାସଳଖ କହିଛନ୍ତି ଅଭିଯୋଗର ଆଧାର ଅଛି ।

Advertisment

ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ଦିଲ୍ଲୀ ବାସଭବନରେ ଗୋଟିଏ ରୁମରୁ ମିଳିଥିଲା ପୁଳା ପୁଳା ଟଙ୍କା । କହିବାକୁ ଗଲେ, ରୁମଟି ଟଙ୍କାରେ ଭର୍ତ୍ତିଥିଲା । ଇଣ୍ଟର୍ନାଲ୍ ପ୍ୟାନେଲ୍ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି, ବିଚାରପତିଙ୍କ ଘରେ ନୋଟ୍ ଓ ଅଧାପୋଡା ନୋଟ୍ ଗଦା ହୋଇଥିବାର ବହୁତ ଲୋକ ଦେଖିଛନ୍ତି । ଏହି ଟଙ୍କାର ପାହାଡ ସଂପର୍କରେ ସେ ନା ପୋଲିସକୁ ଜଣାଇଛନ୍ତି ନା ବିଚାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିଜଆଡୁ ଜଣାଇଛନ୍ତି । ଏହି ଘଟଣା ସାମନାକୁ ଆସିବା ପରେ ବିଚାରପତିଙ୍କ ବ୍ୟବହାର ଅସ୍ୱାଭାବିକ ଥିଲା ।

ବିଚାରପତିଙ୍କ ବାସଭବନରୁ ଟଙ୍କା ମିଳିବା ଘଟଣାର ତଦନ୍ତ କରୁଥିବା ପ୍ୟାନେଲ୍ କହିଛନ୍ତି, ଏହି ଅଭିଯୋଗର ସତ୍ୟତା ରହିଛି । ଏହି ପ୍ୟାନେଲ୍ ୫୫ ଜଣଙ୍କୁ ପଚରାଉଚରା କରିଛି । ଜଷ୍ଟିସ ବର୍ମାଙ୍କ ଝିଅଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଏପରିକି ନିଆଁ ଲାଗିବା ବିଷୟରେ ମଧ୍ୟ ପଚରାଯାଇଛି । ଜଷ୍ଟିସ ବର୍ମାଙ୍କ ବାସଭବନରେ ନିଆଁ ଲାଗିଥିବା ବେଳର ଭିଡିଓ କରାଯାଇଛି ଓ ଫଟୋ ମଧ୍ୟ ଉଠାଯାଇଛି । ତାଙ୍କ ଷ୍ଟୋରରୁମରେ ୫୦୦ ଟଙ୍କିଆ ଟଙ୍କା ବିଡା ପଡିଥିବାର ଭିଜୁଆଲ୍ ରହିଛି । ସାକ୍ଷୀମାନେ ମଧ୍ୟ ଏ କଥା କହିଛନ୍ତି ।

Advertisment

ଜଣେ ସାକ୍ଷୀ ତଦନ୍ତ ପ୍ୟାନେଲକୁ କହିଛନ୍ତି, ଏତେ ଟଙ୍କା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ମୁଁ ଜୀବନରେ ଆଗରୁ କେବେ ଏତେ ଟଙ୍କା ମୋ ଆଖିରେ ଦେଖିନଥିଲି ।

ଅଧିକ ପଢ଼ନ୍ତୁ: ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବିରୋଧରେ FIR ଦାଏର ହୋଇ ପାରିବ ତ ? ସୁପ୍ରିମ ନିଷ୍ପତ୍ତିରେ ରହିଛି ଉତ୍ତର

ଏହି ଟଙ୍କା ସଂପର୍କରେ ନିଜେ ଜଷ୍ଟିସ ବର୍ମା କିମ୍ୱା ତାଙ୍କ ପରିବାରର କହି ସଦସ୍ୟ ପୋଲିସ୍ କିମ୍ୱା ବିଚାର ବିଭାଗର ଉଚ୍ଚପଦସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଇନାହାନ୍ତି । ମୁଁ ଜାଣିନାହିଁ ବୋଲି ନିଜେ ବିଚାରପତି ଯାହା କହୁଛନ୍ତି. ତାହା ବିଶ୍ୱାସ କରି ହେଉନାହିଁ ବୋଲି ତଦନ୍ତ ପ୍ୟାନେଲ୍ ମତ ଦେଇଛି । ଯଦି ଏହା ଷଡଯନ୍ତ୍ର, ତେବେ ଜଷ୍ଟିସ ବର୍ମା କାହିଁକି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି କିମ୍ୱା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଜଣାଇଲେ ନାହିଁ ବୋଲି ପ୍ୟାନେଲ୍ ପ୍ରଶ୍ନ କରିଛି । ଟଙ୍କା ମିଳିଥିବା ସ୍ଥାନ ଷ୍ଟୋରରୁମଟି ଜଷ୍ଟିସ ବର୍ମା ଓ ତାଙ୍କ ପରିବାର ସଦସ୍ୟଙ୍କ ନିୟନ୍ତ୍ରଣରେ ଥିଲା । ନିଆଁ ଲିଭିବା ପରେ ରୁମଟି ସଫା କରାଯାଇଥିଲା ଓ ଟଙ୍କା ଉଭାନ ହୋଇଯାଇଥିଲା ।

ନିଆଁ ଲିଭାଇଥିବା ଅଗ୍ନିଶମ ବାହିନୀ ଅଧିକାରୀଙ୍କୁ ରିପୋର୍ଟରେ ଟଙ୍କା କଥା ନଲେଖିବାକୁ ଜଜଙ୍କ ବ୍ୟକ୍ତିଗତ ସଚିବ କହିଥିଲେ । ପଚରାଉଚରା ବେଳେ ଫାୟାର୍ ଅଫିସର ଏହା କହିଛନ୍ତି ।

ଗତ ମାର୍ଚ୍ଚ ମାସରେ ଦିଲ୍ଲୀ ହାଇକୋର୍ଟର ତତ୍କାଳୀନ ବିଚାରପତି ଜଷ୍ଟିସ ବର୍ମାଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ସେହି ସମୟରେ ସେ ଘରେ ନଥିଲେ । ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ନିଆଁ ଲିଭାଇବା ବେଳେ ଅଗ୍ନିଶମ ବାହିନୀ କର୍ମଚାରୀ ଓ ପୋଲିସ୍ ଯାହା ଦେଖିଲେ, ସେଥିରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ପରେ ସୁପ୍ରିମକୋର୍ଟ ଏହାର ତଦନ୍ତ ପାଇଁ ଏକ ପ୍ୟାନେଲ୍ ଗଠନ କରିଥିଲେ । ଏହି ଘଟଣା ପରେ ଜଷ୍ଟିସ ବର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଥିଲା । କିନ୍ତୁ ତାଙ୍କୁ କୌଣସି ମାମଲା ବିଚାର କାମ ଦିଆଯାଉନାହିଁ । ତାଙ୍କ ବିରୋଧରେ ଅଭିଯୋଗର ସତ୍ୟତା ଥିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଏହି ପ୍ୟାନେଲ୍ ସୁପାରିଶ କରିଛି । ବିଚାରପତି ଜଣକ ଏବେ ସୁଦ୍ଧା ତାଙ୍କ ପଦରୁ ଇସ୍ତଫା ଦେଇନାହାନ୍ତି କି ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିନାହାନ୍ତି ।

ଅଧିକ ପଢ଼ନ୍ତୁ: ପୁଣି ବାହାରିବ ପୁଳା ପୁଳା ସୁନା, ଖେ।ଲିବ ସୁନାର ସହର

Supreme Court Allahabad High Court Delhi High Court Judge Of Orissa High Court Judge Transferred
Advertisment
Advertisment