Advertisment

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଲଳିତ !

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ ଜଷ୍ଟିସ ୟୁ ୟୁ ଲଳିତ...ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ଲଳିତ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Justice UU Lalit in line to become next CJI, was part of Triple Talaq verdict

Justice UU Lalit in line to become next CJI, was part of Triple Talaq verdict

ଜଷ୍ଟିସ ୟୁ ୟୁ ଲଳିତ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିବା ଜଷ୍ଟିସ ଏନ୍. ଭି. ରମନ୍ନା ଆସନ୍ତା ୨୬ ତାରିଖରେ ଅବସର ଗ୍ରହଣ କରିବେ । ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଜଷ୍ଟିସ ୟୁ ୟୁ ଲଳିତଙ୍କ ନାଁ ସୁପାରିସ କରିଛନ୍ତି ଜଷ୍ଟିସ ଏନ୍. ଭି. ରମନ୍ନା ।

Advertisment

ଚଳିତ ମାସ ୨୬ ତାରିଖରେ ଜଷ୍ଟିସ ରମନ୍ନା ଅବସର ନେଉଥିବାରୁ ଲଳିତ ତାଙ୍କ ସ୍ଥାନ ନେବେ । ଏନେଇ ପ୍ରଧାନ ବିଚାରପତି ବ୍ୟକ୍ତିଗତ ଭାବେ ଲଳିତଙ୍କୁ ଉତ୍ତରାଧିକାରୀ ପାଇଁ ସୁପାରିସ ପତ୍ର ପ୍ରଦାନ କରିଛନ୍ତି । ତେବେ ଜଷ୍ଟିସ ଲଳିତ ମାତ୍ର ୭୪ ଦିନ ପାଇଁ ପ୍ରଧାନ ବିଚାରପତି ପଦରେ ରହିବେ । ସେ ଆସନ୍ତା ନଭେମ୍ବର ୮ ତାରିଖରେ ଅବସର ଗ୍ରହଣ କରିବେ । ଲଳିତ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ଶୁଣାଇଛନ୍ତି ।

Advertisment

ତେବେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୫ ଜଣିଆ ବେଞ୍ଚରେ ତାଙ୍କୁ ସାମିଲ କରାଯାଇଥିଲା । ହେଲେ ପୂର୍ବରୁ ସେ ଅଯୋଧ୍ୟା ବିବାଦରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ପାଇଁ କେଶ୍ ଲଢ଼ିଥିବାରୁ ଏନେଇ ଅଭିଯୋଗ ଆସିବା ପରେ ଜଷ୍ଟିସ ଲଳିତ ସେତେବେଳେ ଏହି ୫ ଜଣିଆ ବେଞ୍ଚରୁ ନିଜ ଆଡୁ ଓହରି ଯାଇଥିବା ଜଣାପଡିଛି ।

Supreme Court
Advertisment
Advertisment