• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନ୍ୟାୟ ଦେବା ବଦଳରେ କଲେ ଅନ୍ୟାୟ । ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କ ସହ ଦୁର୍ବ୍ୟବହାର କଲେ ଖୋଦ୍‌ ଜଜ୍‌ । ଯେତେବେଳେ ଜଣେ ଦୁଷ୍କର୍ମ ପୀଡ଼ିତା ନିଜୟ ବୟାନ ରେକର୍ଡ କରିବା ପାଇଁ ଜଜ୍‌ଙ୍କ ନିକଟକୁ ଯାଇଥିଲେ, ସେଠାରେ ଜଜ୍‌ ତାଙ୍କୁ ନ୍ୟାୟ ଦେବା ବଦଳରେ ପ୍ରଶ୍ନ ପଚାରିବା ବାହାନାରେ ମହିଳାଙ୍କ ଶରୀରରେ ହାତମାରିବାକୁ ଲାଗିଲେ । ଜଜ୍‌ଙ୍କୁ ଏଭଳି କରିବାକୁ ବାରଣ କରିବାରୁ ଜଜ୍‌ କହିଥିଲେ ‘ଏଭଳି ମାମଲାରେ ଆମକୁ ଏମିତି ହାତ ମାରିବାକୁ ପଡ଼ିଥାଏ’ । ଖୋଦ ମହିଳା ଜଣକ ଏଭଳି ଅଭିଯୋଗ କରିଛନ୍ତି ।

ଗତ ସପ୍ତାହରେ ତ୍ରିପୁରାରୁ ଏହି ଘଟଣା ସାମ୍ନାକୁ ଆସିଥିଲା । ଜଜ୍‌ଙ୍କ ଚ୍ୟାମ୍ବରରେ ହିଁ ଏଭଳି ଘଟଣା ଘଟିଥିବା କୁହାଯାଉଛି । ମାମଲା କୋର୍ଟରେ ପହଞ୍ଚିବା ପରେ ତ୍ରିପୁରା ଉଚ୍ଚ ନ୍ୟାୟାଳୟର ଧଲାଇ ଜିଲ୍ଲାର କମାଲପୁରର ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ୍‌ ବିଶ୍ୱତୋଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ରାଜ୍ୟ ଆଇନ ବିଭାଗର ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ଯେ, ଉକ୍ତ ଅଭିଯୁକ୍ତ ଜଜ୍‌ଙ୍କୁ ହାଇକୋର୍ଟ ପକ୍ଷରୁ ବର୍ତ୍ତମାନ ପାଇଁ ବ୍ୟାନ୍‌ କରାଯାଇଛି । ଏହାସହ ଷ୍ଟେସନ୍‌ ଛାଡ଼ି ବିନା ଅନୁମତିରେ କୁଆଡ଼େ ନଯିବା ପାଇଁ ମଧ୍ୟ କୁହାଯାଇଛି ।

୨୩ ବର୍ଷୀୟ ଦୁଷ୍କର୍ମ ପୀଡିତାଙ୍କ ପକ୍ଷରୁ ଜଜ୍‌ଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି । ପୀଡିତା କହିଛନ୍ତି ଯେ ‘ଯେତେବେଳେ ମୁଁ CrPC ର ଧାରା 164 ଅନୁଯାୟୀ ନିଜ ବୟାନ ରେକର୍ଡ କରିବାକୁ ଜଜ୍‌ଙ୍କ କୋଠରୀକୁ ଯାଇଥିଲି, ସେତେବେଳେ ଜଜ୍‌ ମୋ ଦେହରେ ହତ ମାରି ଏଠି ସେଠି ଛୁଇଁବାକୁ ଲାଗିଲେ । ଏମିତିକି ଜଜ୍‌ ମୋତେ କହିଥିଲେ ଯେ, ତାଙ୍କ କଥା ନମାନିଲେ ମାମଲା ମୋ ବିରୋଧରେ ଯିବ’ ।

ଯୁବତୀ ଜଣଙ୍କୁ ଗତ ୧୩ ଫେବୃଆରୀରେ ୨୬ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଘରେ ପଶି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା । ସେନେଇ ସେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଜଜ୍‌ଙ୍କ ନିକଟକୁ ସେ ବୟାନ ରେକର୍ଡ ପାଇଁ ଯାଇଥିଲେ । କିନ୍ତୁ ଜଜ୍‌ଙ୍କ ଏଭଳି ବ୍ୟବହାର ପରେ ସେ ବୟାନ ରେକର୍ଡ ନକରି ସେଠାରୁ ଦୌଡ଼ି ପଳାଇଆସିଲେ ।