• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଥାରେ ଅଛି ପୁଅ ଯେବେ ଯୋଗ୍ୟ ଧନ କାହିଁ ପାଇଁ ସଞ୍ଚୁ । ଅର୍ଥାତ ଯୋଗ୍ୟ ପୁଅ କେବେ ବାପାମା’ଙ୍କ ଧନସମ୍ପତ୍ତି ଉପରେ ନଜର ରଖେନା । ଏପରି ଜଣେ ଯୋଗ୍ୟ ପୁଅ ହେଲେ କୋଲକାତାର ବିଶାଖ ମଣ୍ଡଳ । ତାଙ୍କର ମା ଜଣେ ଅଙ୍ଗନୱାଡ଼ି କର୍ମୀ ହୋଇଥିବା ବେଳେ ବାପ ଜଣେ ସାଧାରଣ କୃଷକ । ପିଲାଟି ଦିନରୁ ପାଠ ପଢ଼ିବା ପାଇଁ ତାଙ୍କୁ ଅନେକ କଷ୍ଟ କରିବା ପାଇଁ ପଡ଼ିଛି । ତାଙ୍କ ବାପାମା’ ଓଳିଏ ଖାଇ ଓଳିଏ ଉପାସରେ ରହି ପାଠ ପଢ଼ାଇଛନ୍ତି । ଦିନରାତି ଏକ କରି କଠିନ ପରିଶ୍ରମ କରି ପୁଅର ଭବିଷ୍ୟତ ଗଢ଼ିଛନ୍ତି ।

ଆଉ ଆଜି ସେହି ପୁଅ ବାପାମା’ଙ୍କ ଦୁଃଖକଷ୍ଟର ମାନ ରଖିଛି । ମୋଟା ଅଙ୍କର ଦରମାରେ ତାଙ୍କୁ ଫେସବୁକରେ ଚାକିରି ମିଳିଛି । କୋଲକାତା ଯାଦବପୁର ବିଶ୍ୱବିଦ୍ୟାଳୟର ମେଧାବୀ ବିଶାଖ ଙ୍କ ଉପରେ ଟଙ୍କା ବର୍ଷା ହୋଇଛି । କମ୍ପ୍ୟୁଟର ସାଇନ୍ସର ଅନ୍ତିମ ବର୍ଷର ଛାତ୍ର ବିସାଖ ମଣ୍ଡଳଙ୍କୁ ଫେସବୁକରୁ ୧.୮ କୋଟି ଟଙ୍କାର ପ୍ୟାକେଜର ଚାକିରି ଅଫସର ହୋଇଛି । ପୁଅର ସଫଳତାରେ ବାପାମା’ଙ୍କ ପାଦ ତଳେ ଲାଗୁନି । ସାହିପଡ଼ିଶାରେ ମିଠା ବାଣ୍ଟିଛନ୍ତି ।

ସେପ୍ଟେମ୍ବରରେ ଫେସବୁକ ଜଏନ୍ କରିବେ ବିଶାଖ

କୋଲକାତାର ଏକ ସାଧାରଣ ପରିବାରରୁ ଲଣ୍ଡନ ଯାତ୍ରା । ସେପ୍ଟେମ୍ବର ମାସରେ ଲଣ୍ଡନ ସ୍ଥିତ ଫେସବୁକ ଅଫସିରେ ଯୋଗଦେବେ ବିଶାଖ । ତେବେ ଫେସବୁକରେ ମୋଟା ଅଙ୍କର ଦରମାରେ ଚାକିରି ପାଇବା ପୂର୍ବରୁ ତାଙ୍କୁ ଗୁଗୁଲ୍ ଆମାଜନରୁ ମଧ୍ୟ ଅଫର୍ ଆସିଥିଲା । ଅନେକ ଚିନ୍ତା କରିବା ପରେ ସେ ଫେସବୁକ୍‌ରେ ଜଏନ୍‌ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପୁଅର ଏହି ସଫଳତାରେ ବିଶାଖଙ୍କ ବାପାମା’ ଖୁସିରେ ଆତ୍ମହରା ହୋଇ ଉଠୁଛନ୍ତି ।

ବିଶାଖଙ୍କ ଏପରି ସଫଳତାରେ ତାଙ୍କ ପରିବାର ସମେତ ଶିକ୍ଷକମାନେ ମଧ୍ୟ ବେଶ୍‌ ଖୁସି । ଯାଦବପୁର ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଛାତ୍ରଙ୍କ ସଫଳତାରେ ଅଭିଭୂତ ହୋଇପଡ଼ିଛନ୍ତି । ଚାକିରି ଅଫର ପାଇବା ପରେ ବିଶାଖ ତାଙ୍କୁ ଭେଟିବା ସହ ଆଶୀର୍ବାଦ ନେଇଛନ୍ତି ।

ଏହାପୂର୍ବରୁ ଯାଦବପୁର ବିଶ୍ୱବିଦ୍ୟାଳୟର୯ ଜଣ ଛାତ୍ରଙ୍କୁ ୧ କୋଟିରୁ ଅଧିକ ପ୍ୟାକେଜରେ ଚାକିରି ମିଳିଛି । ସେପଟେ ବିଶାଖ ଲଣ୍ଡନ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତାଙ୍କୁ ତାଙ୍କର ପରିଶ୍ରମର ଫଳ ମିଳିଛି ବୋଲି କହିଛନ୍ତି ।