• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସାମ୍ବାଦିକତାରୁ ଆତଙ୍କବାଦୀ । କାଶ୍ମୀରର ଶ୍ରୀନଗର ଜିଲ୍ଲାର ରାଇନାୱାରୀ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ପ୍ରଥମେ ଏକ ସାମ୍ବାଦିକ ଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଆତଙ୍କବାଦୀ ହେବା ପୂର୍ବରୁ ସେ ଏକ ନ୍ୟୁଜ୍ ପୋର୍ଟାଲ୍ ଚଳାଉଥିବାର ସୂଚନା ମିଳିଛି ।

ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ନାମ ରାଇସ୍ ଅହମ୍ମଦ ଭଟ ହୋଇଥିବାବେଳେ ଅନ୍ୟ ଆତଙ୍କବାଦୀ ଜଣକ ହିଲାଲ ଅହମ୍ମଦ ରାହା ବୋଲି ଜଣାପଡିଛି ।

ମାମଲାରେ ଜଣେ ପୋଲିସ ଅଧିକାରୀ କହିଛନ୍ତି, ‘ଅଧ ରାତିରେ ରାଇନାୱାରୀ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଯାହାର କିଛି ସମୟ ପରେ ହିଁ ସେଠାରେ ଗୁଳିବିନିମୟ ହୋଇଥିଲା। ଏନକାଉଣ୍ଟର ଫଳରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି’।

ସେହିପରି ଏନେଇ କାଶ୍ମୀର ପୋଲିସର ଆଇଜିପି ବିଜୟ କୁମାର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, ‘ନିହତ ହୋଇଥିବା ୨ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେଙ୍କର ନିକଟରେ ପ୍ରେସ୍ କାର୍ଡ ରହିଛି । ଏହା ଗଣମାଧ୍ୟମର ଅପବ୍ୟବହାରକୁ ସ୍ପଷ୍ଟ ଭାବରେ ଦର୍ଶାଉଛି’ ।

ଜାତୀୟ ଗଣ ମାଧ୍ୟମର ରିପୋର୍ଟ ଅନୁସାରେ, ନିହତ ଆତଙ୍କବାଦୀ ରାଇସ୍ ଅହମ୍ମଦ ଭଟ ହୋଇଥିବାବେଳେ ସେ ଅନନ୍ତଗଡ଼ର ‘ଭ୍ୟାଲି ନ୍ୟୁଜ୍‌ ସର୍ଭିସ’ ନାମକ ଏକ ନ୍ୟୁଜ୍‌ ପ୍ରୋଟାଲରେ ସାମ୍ବାଦିକ ଥିଲେ । ହେଲେ ୨୦୨୧ ମସିହାରେ ସେ ଆତଙ୍କବାଦୀ ହୋଇଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାରୁ ଅହମ୍ମଦଙ୍କ ବିରୋଧରେ ଦୁଇଟି ମାମଲା ମଧ୍ୟ ରୁଜୁ ହୋଇଥିଲା ।