Advertisment

ଗ୍ରାହକଙ୍କ ପାଇଁ ଖୁସି ଖବର: ପୁରୁଣା 4G ଫୋନ୍‌ ବଦଳରେ ମାତ୍ର ୪,୪୯୯ ଟଙ୍କାରେ ପାଆନ୍ତୁ JioPhone Next

ଗ୍ରାହକମାନେ ଯେକୌଣସି ପୁରୁଣା ୪ଜି ଫିଚର ଫୋନ୍, ଜିଓଫୋନ୍ କିମ୍ବା ସ୍ମାର୍ଟଫୋନ୍‌କୁ ବଦଳାଇ ମାତ୍ର ୪,୪୯୯ ଟଙ୍କା ମୂଲ୍ୟରେ ଏକ ସମ୍ପୂର୍ଣ୍ଣ ନୂଆ ଜିଓଫୋନ୍ ନେକ୍ସଟ୍ ପାଇପାରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
JioPhone Next

JioPhone Next

ରିଲାଏନ୍ସ ରିଟେଲ୍ ପକ୍ଷରୁ ଜିଓ ଫୋନ୍ ନେକ୍ସଟ୍(JioPhone Next) ପାଇଁ ସୀମିତ ସମୟର ଏକ୍ସଚେଞ୍ଜ ଟୁ ଅପ୍‌ଗ୍ରେଡ୍(Exchange To Upgrade) ଅଫରର ଶୁଭାରମ୍ଭ ହୋଇଛି। ଅଫର ଅନୁସାରେ, ଗ୍ରାହକମାନେ ଯେକୌଣସି ପୁରୁଣା ୪ଜି ଫିଚର ଫୋନ୍, ଜିଓଫୋନ୍ କିମ୍ବା ସ୍ମାର୍ଟଫୋନ୍‌କୁ ବଦଳାଇ ମାତ୍ର ୪,୪୯୯ ଟଙ୍କା ମୂଲ୍ୟରେ ଏକ ସମ୍ପୂର୍ଣ୍ଣ ନୂଆ ଜିଓଫୋନ୍ ନେକ୍ସଟ୍ ପାଇପାରିବେ। ଏହି ଅଫର ରିଲାଏନ୍ସ ରିଟେଲ୍‌ର ଜିଓମାର୍ଟ ଡିଜିଟାଲ୍‌, ରିଲାଏନ୍ସ ଡିଜିଟାଲ୍‌ ଓ କୋଣ ଅନୁକୋଣରେ ଥିବା ଆଉଟ୍‌ଲେଟ୍‌ ଗୁଡ଼ିକରେ ଉପଲବ୍ଧ ହେବ।

Advertisment

JioPhone Nextକୁ ଜିଓ ଓ ଗୁଗୁଲ୍ ପକ୍ଷରୁ ମିଳିତ ଭାବେ ଡିଜାଇନ୍ କରାଯାଇଛି। ଏହା ବିଶ୍ୱର ସବୁଠୁ ସୁଲଭ ୪ଜି ସ୍ମାର୍ଟଫୋନ୍। ଗୁଗୁଲ୍ ଆସିଷ୍ଟାଣ୍ଟ୍‌କୁ ବ୍ୟବହାର କରି ବ୍ୟବହାରକାରୀମାନେ ଡିଭାଇସ୍‌କୁ ପରିଚାଳନା କରିପାରିବେ। ବ୍ୟବହାରକାରୀଙ୍କ ସ୍କ୍ରିନ୍‌ରେ ଯେଉଁ ବିଷୟବସ୍ତୁ (କଣ୍ଟେଣ୍ଟ) ଥିବ ତାହା ୧୦ଟି ଲୋକପ୍ରିୟ ଭାଷାରେ ଅନୁବାଦ ହୋଇପାରିବ ।

ଜାଣନ୍ତୁ, JioPhone Next କ’ଣ ସବୁ ଫିଚର୍ସ ରହିଛି....

  • ୧୩ ମେଗାପିକ୍ସେଲ୍‌ ରିଅର୍‌ କ୍ୟାମେରା। ଫ୍ରଣ୍ଟ୍‌ କ୍ୟାମେରା ୮ମେଗାପିକ୍ସେଲ୍‌
  • ସ୍କ୍ରିନ୍‌ ସାଇଜ୍‌ 5.45 ଇଞ୍ଚ  + ମଲ୍ଟିଟଚ୍‌
  • Resolution HD + (720×1440)। Corning Gorilla Glass 3 ଡିସ୍‌ପ୍ଲେ। 
  • ଏହି ସ୍ମାର୍ଟଫୋନ୍‌ରେ Qualcomm Snapdragon QM-215, Quad Core 1.3 Ghz ପ୍ରୋସେସର ରହିଛି। 
  • ଫୋନ୍‌ରେ ୨ ଜିବି RAM ଓ ୩୨ ଜିବି ଇଣ୍ଟରନାଲ୍‌ ଷ୍ଟୋରେଜ୍‌ ରହିଛି। ଏହାସହ 3500mAH ବ୍ୟାଟେରୀ ସହ ୨ଟି ନାନୋ ସିମ୍‌ ମଧ୍ୟ ଆପଣ ଏହି ଫୋନ୍‌ରେ ବ୍ୟବହାର କରିପାରିବେ।
    JioPhone NextJioPhone Next
Advertisment
JioPhone Next Jio Smart Phone Jio Phone
Advertisment
Advertisment