/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661423635.jpg)
JIO Prepaid
ୟୁଜର୍ସଙ୍କ ପାଇଁ ରିଲାଏନ୍ସ JIO ର ବଡ଼ ଅଫର୍ । ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ଜିଓ ଆଣିଛି ଖୁସି ଖବର । ଏଣିକି ପ୍ରିପେଡ୍ ଉପଭୋକ୍ତା ମାନଙ୍କୁ ୩୬୫ ଦିନର ବୈଧତା ସହ ଅନ୍ୟାନ୍ୟ ସୁବିଧା ଯୋଗାଇଦେବ ଜିଓ । ଏଥିରେ ମାଗଣା OTT ସବସ୍ପ୍ରିପସନ୍, ଜିଓ ଆପ୍ସ ଗୁଡ଼ିକର ସୁବିଧା ଆଦି ଦିଆଯିବ ।
ଯଦି ଆପଣ ଜିଓର ପ୍ରିପେଡ୍ ସିମ୍ ବ୍ୟବହାର କରୁଛନ୍ତି ଏବଂ ଏହାସହ ଅନ୍ଲିମିଟେଡ୍ ଡାଟା, ଉଏସ୍ କଲ୍ ଓ ଏସ୍ଏମ୍ଏସ୍, ମାଗଣା OTT ସବସ୍କ୍ରିପସନ୍ ସୁବିଧା ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଜିଓ ଆଣିଦେଇଛି ଏକ ଭଲ ଅଫର୍ । ତେବେ ଜାଣନ୍ତୁ କଣ ରହିଛି ଜିଓର ବର୍ଷକର ପ୍ରିପେଡ୍ ପ୍ଲାନ୍ର ସୁବିଧା ।
JIO ର ବାର୍ଷିକ ପ୍ରିପେଡ୍ ପ୍ଲାନ୍-
JIO Rs 2545 - ଏହି ପ୍ଲାନ୍ର ବୈଧତା ୩୩୬ ଦିନ ପାଇଁ ରହିବ । ଏହାସହ ୫୦୪ ଜିବିର ଡାଟା ଅର୍ଥାତ୍ ୧.୫ ଜିବି ଦିନକୁ, ତାସହ ଅନ୍ଲିମିଟେଡ୍ ଭଏସ୍ କଲ୍ ଏବଂ ଦିନକୁ ୧୦୦ SMS ସୁବିଧା ଦିଆଯିବ । ଆଡ୍ ଅନ୍ ସୁବିଧା ସହ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି, ଜିଓ କ୍ଲାଉଡ୍ ଆଦିର ଆକ୍ସେସ୍ ଦିଆଯିବ।
JIO Rs 2879 - ଏହି ପ୍ଲାନ୍ର ବୈଧତା ୩୬୫ ଦିନ ପାଇଁ ରହିବ । ଏହାସହ ୭୩୦ ଜିବିର ଡାଟା ଅର୍ଥାତ୍ ୨ ଜିବି ଦିନକୁ, ତାସହ ଅନ୍ଲିମିଟେଡ୍ ଭଏସ୍ କଲ୍ ଏବଂ ଦିନକୁ ୧୦୦ SMS ସୁବିଧା ଦିଆଯିବ । ଆଡ୍ ଅନ୍ ସୁବିଧା ସହ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି, ଜିଓ କ୍ଲାଉଡ୍ ଆଦିର ଆକ୍ସେସ୍ ଦିଆଯିବ।
JIO Rs 2999 - ଏହି ପ୍ଲାନ୍ର ବୈଧତା ୩୬୫ ଦିନ ପାଇଁ ରହିବ । ଏହାସହ ୯୧୨.୫ ଜିବିର ଡାଟା ଅର୍ଥାତ୍ ୨.୫ ଜିବି ଦିନକୁ, ତାସହ ଅନ୍ଲିମିଟେଡ୍ ଭଏସ୍ କଲ୍ ଏବଂ ଦିନକୁ ୧୦୦ SMS ସୁବିଧା ଦିଆଯିବ । ଆଡ୍ ଅନ୍ ସୁବିଧା ସହ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି, ଜିଓ କ୍ଲାଉଡ୍ ଆଦିର ଆକ୍ସେସ୍ ଦିଆଯିବ । ଏହାସହ ଡିଜନୀ ହଟଷ୍ଟାର୍(Disney Hotstar) ର ବାର୍ଷିକ ସବସ୍ପ୍ରିପସନ୍ ମଧ୍ୟ ରହିବ ।
JIO Rs 4199 - ଏହି ପ୍ଲାନ୍ଟି ଜିଓର ଟିକେ ମହଙ୍ଗା ରହିଛି । ଏହି ପ୍ଲାନ୍ର ବୈଧତା ୩୬୫ ଦିନ ପାଇଁ ରହିବ । ଏହାସହ ୧୦୯୫ ଜିବିର ଡାଟା ଅର୍ଥାତ୍ ୩ ଜିବି ଦିନକୁ, ତାସହ ଅନ୍ଲିମିଟେଡ୍ ଭଏସ୍ କଲ୍ ଏବଂ ଦିନକୁ ୧୦୦ SMS ସୁବିଧା ଦିଆଯିବ । ଆଡ୍ ଅନ୍ ସୁବିଧା ସହ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି, ଜିଓ କ୍ଲାଉଡ୍ ଆଦିର ଆକ୍ସେସ୍ ଦିଆଯିବ । ଏହାସହ ଡିଜନୀ ହଟଷ୍ଟାର୍(Disney Hotstar) ର ବାର୍ଷିକ ସବସ୍ପ୍ରିପସନ୍ ମଧ୍ୟ ରହିବ ।
(ବି.ଦ୍ର.- ରିଜାର୍ଜ ପୂର୍ବରୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ଏହି ନୂଆ ଅଫର୍ ଗୁଡ଼ିକର ସତ୍ୟାସତ୍ୟ ଯାଞ୍ଚ କରିନିଅନ୍ତୁ। ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ରିପୋର୍ଟରୁ ଏହା ଉଦ୍ଧୃତ। ଏଥି ପାଇଁ ଆମେ ଦାୟୀ ନୁହେଁ।)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)