/odishatv-khabar/media/post_attachments/uploadimage/library/16_9/16_9_0/cow_1682237260.jpg)
cow
ପଶୁପାଳନ ବର୍ତ୍ତମାନ ସମୟରେ ଦେଶର ସର୍ବୋତ୍ତମ ଆୟର ଉତ୍ସ ଭାବରେ ଉଭା ହୋଇଛି । ଅଧିକରୁ ଅଧିକ କୃଷକ ଏହି ବ୍ୟବସାୟ ଆଡକୁ ମୁହାଁଇବା ଆବଶ୍ୟକ । କାରଣ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ଦିଆଯାଉଛି । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଗାଈ କିଣିବା ଉପରେ ଝାଡ଼ଖଣ୍ଡ ସରକାର (Government of Jharkhand) ବମ୍ପର ସବସିଡି ପ୍ରଦାନ କରୁଛନ୍ତି ।
ଝାଡ଼ଖଣ୍ଡ (Jharkhand) ରେ ଚାଷୀମାନେ ମାତ୍ର ୧୦ ପ୍ରତିଶତ ରାଶି ଖର୍ଚ୍ଚ କରି ଦୁଧିଆଳୀ ଗାଈ କିଣିପାରିବେ । ମୁଖ୍ୟମନ୍ତ୍ରୀ ପଶୁଧନ ବିକାଶ ଯୋଜନା ଅନୁସାରେ ଏହି ସହାୟତା ଯୋଗାଇ ଦିଆଯାଉଛି । ଯୋଜନା ଅଧୀନରେ ଗାଈ ପାଳୁଥିବା ମହିଳାମାନଙ୍କୁ ରାଜ୍ୟ ସରକାର ୯୦ ପ୍ରତିଶତ ସବସିଡିରେ ଦେଉଛନ୍ତି । ଏଥି ସହିତ ଅନ୍ୟ ସମସ୍ତ ବର୍ଗର ଲୋକଙ୍କୁ ୭୫ ପ୍ରତିଶତ ସବସିଡି ପ୍ରଦାନ କରାଯାଉଛି ।
ଝାଡ଼ଖଣ୍ଡ ସରକାର ଏହି ଯୋଜନାର ଲାଭ ସମସ୍ତ ଜିଲ୍ଲାର ଚାଷୀଙ୍କ ପାଇଁ ଉପଲବ୍ଧ କରିଛନ୍ତି । ଗୋପାଳନ ଦ୍ୱାରା ଗୋବର ଉତ୍ପାଦନ ବୃଦ୍ଧି ସହିତ ପ୍ରାକୃତିକ ଏବଂ ଜୈବିକ ଚାଷକୁ ଉତ୍ସାହିତ କରାଯାଇ ପାରିବ ବୋଲି ସରକାର କହିଛନ୍ତି । ଆଗ୍ରହୀ ଚାଷୀମାନେ ମୁଖ୍ୟମନ୍ତ୍ରୀ ପଶୁଧନ ବିକାଶ ଯୋଜନାର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରି ଆବେଦନ କରିପାରିବେ । ଏହା ବ୍ୟତୀତ କୃଷକମାନେ ଗାବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ଏଥିପାଇଁ ଆବେଦନ କରିପାରିବେ ।
ପଶୁଧନ ବିକାଶ ଯୋଜନାର ଲାଭ ଉଠାଇବା ପାଇଁ ଚାଷୀ ରାଜ୍ୟର ସ୍ଥାନୀୟ ବାସିନ୍ଦା ହେବା ଆବଶ୍ୟକ । କେବଳ ଗୋପାଳକ କିମ୍ବା ଚାଷୀମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏଥିପାଇଁ ଆବେଦନକାରୀଙ୍କର ପଶୁପାଳନ ସହିତ ଜଡିତ ମୌଳିକ ଭିତ୍ତିଭୂମି ରହିବା ଉଚିତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)