/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721208137.jpg)
Amitabh bachchan shared a romantic picture with his wife jaya
ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ବହୁତ ସକ୍ରିୟ ଅଛନ୍ତି। ସେ ପ୍ରାୟତଃ ପ୍ରଶଂସକମାନଙ୍କ ସହିତ ତାଙ୍କର ପୁରୁଣା ସ୍ମୃତି ବାଣ୍ଟନ୍ତି। ବର୍ତ୍ତମାନ ବଲିଉଡ୍ର ଏହି ମେଗାଷ୍ଟାର ତାଙ୍କ ଆଲବମରୁ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏହାକୁ ଦେଖିଲେ ଆପଣଙ୍କ ବି କହିବେ ପତ୍ନୀଙ୍କ ପ୍ରତି ତାଙ୍କ ମନରେ କେତେ ପ୍ରେମ!
ଭେଟେରାନ୍ ତାରକା ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ସହିତ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଉଭୟ ବର୍ଷାରେ ଏକାଠି ବୁଲୁଥିବାର ନଜର ଆସିଛନ୍ତି। ଫଟୋରେ ଅମିତାଭ ବର୍ଷାରେ ଜୟାଙ୍କୁ ଓଦା ନ କରେଇଦେବା ପାଇଁ ଏକ ଛତା ଧରିଥିବାର ନଜର ଆସିଛନ୍ତି। କିନ୍ତୁ ଜୟା ତାଙ୍କ ହାତରେ ଏକ ଲଡୁ ବାକ୍ସ ଧରଥିବା ବେଳେ ଉଦାସ ଭଳି ନଜର ଆସୁଛନ୍ତି।
ଅଧିକ ପଢ଼ନ୍ତୁ: ବିଗ୍ ବି’ଙ୍କ ନମ୍ରତା; କହିଲେ ନିର୍ଦ୍ଦେଶକ ହେଉଛନ୍ତି ଅଧିନାୟକ, ମୁଁ କେବଳ ଜଣେ କର୍ମଚାରୀ… ତେଣୁ…
ଜୟାଙ୍କ ସହ ଏହି ଫଟୋ ଶେୟାର କରି ଅମିତାଭ ବଚ୍ଚନ କ୍ୟାପ୍ସନ୍ରେ ଲେଖିଛନ୍ତି - 'T 5074 ... ଏବଂ ପ୍ରତିଦିନ ବର୍ଷା ହୁଏ... ଏପରିକି କାମର ସେଟରେ ବି'। ଫଟୋରେ ଅମିତାଭଙ୍କୁ ଧଳା କୁର୍ତ୍ତା ପାଇଜାମାରେ ଦେଖିବାକୁ ମିଳିଥିବାବେଳେ ଜୟା ଏକ ନୀଳ ସାଲୱାର ସୁଟ୍ରେ ଖୁବ ସୁନ୍ଦର ଦେଖାଯାଉଛନ୍ତି।
ଏହି ଫଟୋକୁ ଦେଖି ଗୋଟିଏ ପଟେ ବିଗ୍ ବିଙ୍କ ପ୍ରଶଂସକମାନେ ପ୍ରେମ ବର୍ଷା କରୁଥିବା ବେଳେ ଅନ୍ୟପଟେ ନେଟୀଜେନ୍ମାନେ ତାଙ୍କ ଅଭିବ୍ୟକ୍ତି ପାଇଁ ଜୟା ବଚ୍ଚନଙ୍କୁ ଟ୍ରୋଲ୍ କରୁଛନ୍ତି। ଜଣେ ଲେଖିଛନ୍ତି, 'ସାର୍, ଦୟାକରି ଆପଣଙ୍କ ବୟସ ଅନୁଯାୟୀ ସମୟ ସମୟରେ ଜାଗ୍ରତ ହୁଅନ୍ତୁ, ଏହି ପୋଷ୍ଟକୁ ଏଡିଟ୍ କରିବାର କ’ଣ ଥିଲା? ଆପଣଙ୍କର କ୍ରୋଧିତ ପତ୍ନୀ ହସୁ ନାହାନ୍ତି ତ।’
T 5074 - .... and the rain it raineth every day .. even on set at work .. pic.twitter.com/Sky5FJJbT2
— Amitabh Bachchan (@SrBachchan) July 16, 2024
ଅନ୍ୟ ଜଣେ ମଧ୍ୟ ସମାନ କିଛି ଲେଖିଛନ୍ତି, ‘ଜୟା ଜୀ, ଯଦି ଆପଣ ଟିକିଏ ହସିଦେଇଥାନେ କିଛି ବିଗିଡି ଯାଇ ନ ଥାନ୍ତା।’ ମନ୍ତବ୍ୟ ଦେବାବେଳେ, ଆଉଅ ଜଣେ ବିଗ୍ ବି’ଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି ଯେ ‘ଜୟା ଜୀଙ୍କର ମୁଡ୍ କାହିଁକି ଅଫ୍ ଅଛି?’ ଆଉ ଜଣେ ମଜ୍ଜାଳିଆ ଢଙ୍ଗରେ ଲେଖିଛନ୍ତି, 'ଶୂନରୁ ନେଇ ଖ୍ୟାତିର ଶିଖର ପର୍ଯ୍ୟନ୍ତ, ଏହା ପ୍ରତ୍ୟେକ ପୁରୁଷଙ୍କ ଅବସ୍ଥା।'
ଅଧିକ ପଢ଼ନ୍ତୁ: ଏହି ମେକ୍ଅପ୍ କଳାକାରଙ୍କ ଛୁଆଁରେ ବଦଳିଗଲେ ବିଗ୍ ବି; ଦେଖିଲେ ଆପଣଙ୍କ ଆଖି ଧୋକ୍କା ଖାଇଯିବ !
ତେବେ ସେ ଯାହା ବି ହେଉ, ଜୟାଙ୍କ ସହ ଅମିତାଭଙ୍କ ଏହି ଫଟୋକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି। ଏହା ଦେଖି ଆପଣ ସେମାନଙ୍କ ଅତୀତର ଦିନଗୁଡ଼ିକୁ ସ୍ମରଣ କରିବେ। ତେବେ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ୫୧ ବର୍ଷ ପୂର୍ବରୁ ବିବାହ କରିଛନ୍ତି। ଜୁନ୍ ୧୯୭୩ରେ ଦୁହେଁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି - ଅଭିଷେକ ବଚ୍ଚନ ଏବଂ ଶ୍ୱେତା ନନ୍ଦା।
ଚଳିତ ବର୍ଷ ଏପ୍ରିଲରେ ଜୟା ତାଙ୍କ ନାତୁଣୀ ନବ୍ୟା ନନ୍ଦାଙ୍କ ଶୋ 'ହ୍ୱାଟ୍ ଦ ହେଲ ନଭ୍ୟା ୨'ର ଏକ ଏପିସୋଡରେ ଅମିତାଭଙ୍କ ବିଷୟରେ କଥା ହେଉଥିଲେ ଏବଂ କହିଥିଲେ ଯେ ସେ ତାଙ୍କୁ କିଛି ଲୁଚାନ୍ତି ନାହିଁ। ସେ କହିଥିଲେ, “ମୋର ସବୁଠାରୁ ଘନିଷ୍ଠ ବନ୍ଧୁ ମୋ ଘର ଭିତରେ ଅଛନ୍ତି। ଏହା ସତ ଯେ ମୋ ସ୍ୱାମୀ ମୋର ସବୁଠାରୁ ଭଲ ବନ୍ଧୁ। ମୁଁ ତାଙ୍କୁ କିଛି ଲୁଚାଏ ନାହିଁ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)