pahalgam
ପହଲଗାମ ଆକ୍ରମଣକୁ ଦୁଇ ମାସ ବିତି ଯାଇଥିବା ବେଳେ ଏକ ବଡ ଖୁଲାସା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)। ସଦ୍ୟ ସୂଚନା ଅନୁସାରେ ଜମ୍ମୁ କାଶ୍ମୀର ପୋଲିସ ଆକ୍ରମଣକାରୀଙ୍କ ଭୁଲ ସ୍କେଚ ପ୍ରଦାନ କରିଥିଲା। ରବିବାର ଏନଆଇଏ ପକ୍ଷରୁ ଆତଙ୍କବାଦୀଙ୍କୁ ସହାୟତା ପ୍ରଦାନ କରିଥିବା ଦୁଇ ଜଣଙ୍କୁ ଗିରଫ କରାଯିବା ପରେ ଏହି ଖବର ସାମ୍ନାକୁ ଆସିଛି।
ଅଧିକ ପଢନ୍ତୁ: ପହଲଗାମ ନରସଂହାରକୁ ମାସେ; ଏବେ ବି ପୂରା ହୋଇନି ପ୍ରତିଶୋଧ...
ଏନଆଇଏ ସୂଚନା ଅନୁସାରେ ଆତଙ୍କବାଦୀ ମାନେ ପାକିସ୍ତାନର ବୋଲି ସ୍ପଷ୍ଟ ହୋଇଛି। ତେବେ ପ୍ରଥମରୁ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ଦିଆଯାଇଥିବା ସ୍କେଚ ଭୁଲ ବୋଲି ଜଣାପଡିଛି। ପହଲଗାମ୍ ଆତଙ୍କୀ ହମଲା ଲିଙ୍କରେ ଥିବା ୨ଜଣଙ୍କୁ ଗିରଫ କରାଯାଇଛି । ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବା ୨ ସହଯୋଗୀ ଗିରଫ ହୋଇଛନ୍ତି । ବାରକୋଟର ପରଭେଜ୍ ଅହମ୍ମଦ ଓ ପହଲଗାମ୍ର ବସିର ଅହମ୍ମଦ ଗିରଫ ହୋଇଥିବା ସୂଚନା ମିଳିଛି । ସେପଟେ ୩ ଆତଙ୍କବାଦୀଙ୍କ ପରିଚୟ ଦେଇଛନ୍ତି ଗିରଫ ହୋଇଥିବା ୨ ଅଭିଯୁକ୍ତ । ୨ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଥିବା ବେଳେ ପଚରାଉଚୁରାରୁ ମିଳିଥିବା ତଥ୍ୟ ଅନୁସାରେ ଭୁଲ ସ୍କେଚ କଥା ସ୍ପଷ୍ଟ ହୋଇଛି। ୨୨ରେ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ତିନି ଜଣ ଆତଙ୍କବାଦୀ ପାକିସ୍ତାନୀ ନାଗରିକ ଏବଂ ଲସ୍କର-ଏ-ତୋଇବା ସହିତ ଜଡିତ ବୋଲି ଜାଣିବାକୁ ପାଇଛି NIA ।
ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଜାଣିବାକୁ ପାଇଛି ଯେ, ପରଭେଜ୍ ଓ ବସିର୍ ପହଲଗାମରେ ଏକ ଅସ୍ଥାୟୀ କୁଡିଆ ତିଆରି କରିଥିଲେ । ଯେଉଁଥିରେ ସେ ଏହି ୩ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ । ସେମାନଙ୍କ ଖାଇବା ପିଇବା ଆଦିର ବନ୍ଦୋବସ୍ତ ମଧ୍ୟ କରିଥିଲେ । ପହଲଗାମ ଆକ୍ରମଣ ପୂର୍ବରୁ ଆତଙ୍କୀମାନେ ପରଭେଜ୍ ଓ ବସିରଙ୍କ ଘରେ ରହିଥିଲେ ।
ସୂଚନାଯୋଗ୍ୟ, ଏପ୍ରିଲ ୨୨ ତାରିଖରେ ବୈସରନ ଭେଲ୍ଲିରେ ଘଟିଥିବା ନାରକୀୟକାଣ୍ଡରେ ୨୬ ଜଣ ନୀରିହ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ସେବେଠାରୁ, ଉପତ୍ୟକାରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏହି ଆକ୍ରମଣର ତଦନ୍ତ ଜାତୀୟ ତଦନ୍ତ ସଂସ୍ଥା (NIA)କୁ ହସ୍ତାନ୍ତର କରାଯାଇଛି । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ, NIA ତଦନ୍ତ କରୁଥିବାବେଳେ ଆତଙ୍କୀ ଲିଙ୍କ୍ରେ ଥିବା ୨ ଜଣଙ୍କୁ ଗିରଫ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pahalgam_1750681393.jpg)