/odishatv-khabar/media/post_attachments/uploadimage/library/16_9/16_9_0/terrorist-attack_1620318685.jpg)
terrorist attack
କାଶ୍ମୀରରେ ଥମିବାକୁ ନାଁ ଧରୁନି ଆତଙ୍କବାଦୀଙ୍କ ଆକ୍ରମଣ । ସୋମବାର ଶ୍ରୀନଗରର ଲାଲଚୌକରେ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ) ଉପରେ ଆକ୍ରମଣ କରିଛିନ୍ତି ଆତଙ୍କବାଦୀ। ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଆହତ ଯବାନଙ୍କୁ ଏସଏମଏଚଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଓ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସମ୍ପୃକ୍ତ ଅଞ୍ଚଳକୁ ସିଜ୍ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଏହାପୂର୍ବରୁ ଆଜି ପୁଲୱାମା ଜିଲ୍ଲାରେ ଆତଙ୍କବାଦୀମାନେ ୨ଜଣ ବାହାର ରାଜ୍ୟର ଲୋକଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଏନେଇ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିଗତ ୨୪ ଘଣ୍ଟା ମଧ୍ୟରେ ଆତଙ୍କବାଦୀଙ୍କ ଦ୍ୱିତୀୟ ଥର ରାଜ୍ୟ ବାହାର ଲୋକଙ୍କୁ ଆକ୍ରମଣ କରିଛନ୍ତି । ପୁଲୱାମାର ଲାଜୁରାରେ ସୋମବାର ଦ୍ୱିପ୍ରହରେ ଆତଙ୍କବାଦୀମାନେ ପଟଲେଶ୍ୱର କୁମାର ଓ ଜାକି ଚୌଧୁରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ତେବେ ଗତକାଲି ସୁରକ୍ଷା ବାହିନୀ ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରୁ ୪ ଜଣ ଲସ୍କର-ଏ-ତୋଏବା ସହଯୋଗୀଙ୍କୁ ଗିରଫ କରିଥିଲେ। ବାନ୍ଦିପୋରା ପୁଲିସ ଦୁଇଟି ଆତଙ୍କବାଦୀ ଆଡ୍ଡାର ପର୍ଦ୍ଦାଫାଶ କରି ନିଷିଦ୍ଧ ସଂଗଠନ ଲସ୍କର-ଏ-ତୋଏବାର ଚାରି ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଥିଲା। ପୁଲିସ କହିଥିଲା ଯେ ଅଭିଯୁକ୍ତମାନେ ଜିଲ୍ଲାରେ ଆତଙ୍କବାଦୀଙ୍କ ପାଇଁ ଲଜିଷ୍ଟିକ୍ ଏବଂ ପରିବହନ ସମନ୍ଵୟ ରକ୍ଷା କରୁଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)