• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭକ୍ତଙ୍କ ଭାବନାକୁ ଆଘାତ । ଅନ୍ଧାର ରାତିରେ ମନ୍ଦିରରେ ପଶି ଶିବ ମୂର୍ତ୍ତି ଭାଙ୍ଗିଲେ ଦୃର୍ବୁତ୍ତ । ଜମ୍ମୁକାଶ୍ମୀରର ଡୋଡା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ତେବେ ଗତ ଏପ୍ରିଲ୍‌ ମାସରୁ ଏବେ ସୁଦ୍ଧା ଏହିପରି ଚାରି ଥର ହେବ ଭଗବାନଙ୍କ ମୂର୍ତ୍ତିମାନ ଭାଙ୍ଗିବା ଘଟଣା ସାମ୍ନାକୁ ଆସିଲାଣି । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । 

ଭାଙ୍ଗିଥିବା ମୂର୍ତ୍ତିଟି ଜମ୍ମୁକାଶ୍ମୀର ଡୋଡା ଜିଲ୍ଲାର ମର୍ମତ ଅଞ୍ଚଳରେ ‘ଛୋଟା ମଣି ମହେଶ’ ମନ୍ଦିରରେ ଥିଲା। କିଛି ଦୁର୍ବୃତ୍ତ ବିଳମ୍ୱତ ରାତିରେ ମନ୍ଦିରରେ ପ୍ରବେଶ କରି ଭଗବାନ ଶିବଙ୍କ ମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି । ଶିବଙ୍କର ଭଙ୍ଗା ମୂର୍ତ୍ତିର ଫଟୋ ବି ଏବେ ଚାରିଆଡ଼େ ଭାଇରାଲ୍‌ ହେବାରେ ଲାଗିଛି । ତେବେ ମାମଲାକୁ ନେଇ ଜମ୍ମୁକାଶ୍ମୀର ପୋଲିସ ନିକଟରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି ।

ମାମଲାକୁ ନେଇ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିର ବରିଷ୍ଠ ନେତା ମନୋଜ ପଢ଼ା ଭଙ୍ଗା ମୂର୍ତ୍ତିର କିଛି ଫଟୋ ନିଜ ଆକାଉଣ୍ଟରେ ଶେୟାର କରିଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି ଯେ, ‘ କାଳିଶ୍ କୁଣ୍ଡ ପରେ ଏବେ ପୁଣି ଦୁର୍ବୃତ୍ତ ଜମ୍ମୁକାଶ୍ମୀରର ଡୋଡା ଜିଲ୍ଲାର ଶିବ ମୂର୍ତ୍ତିକୁ ଭାଙ୍ଗିଛନ୍ତି । ଏହି ବିଷୟ ବସ୍ତୁ ଉପରେ ଧ୍ୟାନ ଦେବା ପାଇଁ ମୁଁ ପ୍ରଧାମନ୍ତ୍ରୀଙ୍କୁ ଅନୁରୋଧ କରୁଛି ।’

ସେହିପରି ଗତ ଜୁଲାଇ ମାସ ୯ ତାରିଖରେ ମଧ୍ୟ ଜମ୍ମୁକାଶ୍ମୀରର କାଥୁଆ ଜିଲ୍ଲାରେ ଥିବା ଏକ ମନ୍ଦିରେ କିଛି ଦୁର୍ବୃତ୍ତ ପଶି ହନୁମାନଙ୍କ ମୂର୍ତ୍ତିକୁ ଭାଙ୍ଗିଦେଇଥିଲେ । ଯାହାକୁ ବିରୋଧ କରି ସ୍ଥାନୀୟ ଲୋକେ ଆନ୍ଦୋଳନ କରିଥିଲେ ।

s

ତେବେଏହି ଘଟଣାକୁ ମାତ୍ର କିଛି ଦିନ ବିତୁଣୁ ପୁଣି ଏବେ ଶିବ ମୂର୍ତ୍ତି ଭାଙ୍ଗିବା ଘଟଣା ସାମ୍ନାକୁ ଆସିଛି । ଯାହା ଭକ୍ତଙ୍କ ଭାବନାକୁ ଆଘାତ୍‌ ଦେଇଛି । ଜମ୍ମୁରେ ବାରମ୍ୱାର ଏପରି ହିନ୍ଦୁ ଠାକୁରଙ୍କ ମୂର୍ତ୍ତି ଭାଙ୍ଗିବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି ।