/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663522492.jpg)
Cinema Halls
୩ ଦଶନ୍ଧି ପରେ କାଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍ । ଆଜି ପୁଲୱାମା ଓ ସୋପିଆନ୍ରେ ୨ଟି ସିନେମାହଲ୍ର ଉଦ୍ଘାଟନ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଏହି ୨ଟି ସିନେମାହଲ୍ ୧୦୦ ସିଟ୍ ବିଶିଷ୍ଟ ଏବଂ ଏହାକୁ ସରକାର ପରିଚାଳନା କରିବେ । ଏଗୁଡ଼ିକୁ ଫିଲ୍ମ ସ୍କ୍ରିନିଂ ସହିତ କାଶ୍ମୀରର ଯୁବକଯୁବତୀଙ୍କୁ ବିଭିନ୍ନ ପ୍ରଶିକ୍ଷଣଧର୍ମୀ ଭିଡିଓ ଦେଖାଇବାରେ ଏବଂ ସେମାନଙ୍କ ଦକ୍ଷତା ବିକାଶ ପାଇଁ ମଧ୍ୟ ଉପଯୋଗ କରାଯିବ ବୋଲି ସୂଚନା ମିଳିଛି ।
ଆଜିର ଦିନକୁ କାଶ୍ମୀର ପାଇଁ ଐତିହାସିକ ବୋଲି କହିଛନ୍ତି ଉପରାଜ୍ୟପାଳ । ଏଥିସହ ସେ ସିନେମା ହଲ୍ରେ ଭାଗ୍ ମିଲ୍ଖା ଭାଗ୍ ଦେଖୁଥିବା ଭିଡିଓ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି । ଆଉ ଏକ ଖୁସିର କଥା ହେଉଛି ଯେ, ଆସନ୍ତା ୨୦ ତାରିଖରେ ଶ୍ରୀନଗରରେ ଏକ ଘରୋଇ ମଲ୍ଟିପ୍ଲେକ୍ସ ଖୋଲିବାକୁ ଯାଉଛି । ସେଠାରେ ୩ଟି ସ୍କ୍ରିନ୍ ସହିତ ୫୨୦ ଦର୍ଶକଙ୍କ ଦେଖିବାର ବ୍ୟବସ୍ଥା ରହିଛି । ଏହି ମଲ୍ଟିପ୍ଲେକ୍ସରେ ପ୍ରଥମେ ଲାଲ୍ ସିଂ ଚଢ଼ା ପ୍ରଦର୍ଶିତ ହେବ । ୧୯୯୦ ମସିହା ବେଳକୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରୁ ମାଲିକ ମାନେ ସିନେମାହଲ୍ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)