ଜାମ୍ମୁ-କାଶ୍ମୀରରେ ଅନ୍ତିମ ପର୍ଯ୍ୟାୟ ଭୋଟିଂ; ୮ରେ ଆସିବ ରେଜଲ୍ଟ

ଆଜି ଜାମ୍ମୁ ଓ କାଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଶେଷ ପର୍ଯ୍ୟାୟରେ ୪୦ଟି ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି ।

Jammu and Kashmir Assembly elections

ଆଜି ଜାମ୍ମୁ ଓ କାଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଶେଷ ପର୍ଯ୍ୟାୟରେ ୪୦ଟି ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି । ଜାମ୍ମୁ ଅଞ୍ଚଳର ୨୪ ଓ କାଶ୍ମୀରର ୧୬ ଆସନରେ ଭୋଟିଂ କରାଯାଉଛି।ମଇଦାନରେ ଅଛନ୍ତି ୪୪୯ ଜଣ ପ୍ରାର୍ଥୀ। ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩୯.୧୮ ଲକ୍ଷ ଭୋଟର।

ଅଧିକ ପଢ଼ନ୍ତୁ: ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା; ବଢିଲା ଏଲପିଜି ଗ୍ୟାସ ଦର

କୁପଓ୍ବାରା, ସୋପୋର, ବାରମୁଲ୍ଲା, ଗୁଲମାର୍ଗ, ବାନ୍ଦିପୋରା, ଉଦ୍ଧମପୁର ଓ୍ବେଷ୍ଟ, ଉଦ୍ଧମପୁର ଇଷ୍ଟ, କାଠୁଆ ଆଦି ଆସନରେ ଭୋଟ ଗ୍ରହଣ ଚାଲିଛି।୧ ହଜାର ୪୮୪ ପୋଲିଂ ଷ୍ଟେସନରେ ମୋଟ ୧୨ ଲକ୍ଷ ଭୋଟର ମତଦାନ କରିବେ । ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ ଅଫଜଲ ଗୁରୁର ବଡ଼ଭାଇ ଏଜାଜ୍‌ ଅହମ୍ମଦ ଗୁରୁଙ୍କ ଭାଗ୍ୟ ପରୀକ୍ଷା ହେବ । ସେ ସୋପୋର ଆସନରୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ଉତ୍ତର କାଶ୍ମୀରର ଲଙ୍ଗେଟରୁ ଇଞ୍ଜିନିୟର ଶେଖ ଅବ୍‌ଦୁଲ୍‌ ରସିଦଙ୍କ ଭାଇ ଖୁର୍ସିଦ ଅହମ୍ମଦ ଶେଖ ନିର୍ବାଚନ ଲଢ଼ୁଛନ୍ତି ।

ଶେଷ ପର୍ଯ୍ୟାୟରେ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୩୮୭ ପୁରୁଷ ଓ ୨୮ ମହିଳା ରହିଛନ୍ତି । ଆସନ୍ତା ୮ ତାରିଖରେ ଫଳାଫଳ ଆସିବ । ପ୍ରଥମ ପର୍ଯ୍ୟାୟରେ ୫୯ ପ୍ରତିଶତ ମତଦାନ ହୋଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ହୋଇଥିଲା ୫୭.୦୩ ପ୍ରତିଶତ ମତଦାନ। ତୃତୀୟ ତଥା ଶେଷ ପର୍ଯ୍ୟାୟରେ ଅଧିକାଂଶ ସ୍ଥାନରେ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ, ବିଜେପି ଓ ପିଡିପି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଛି।