Advertisment

ଜାମ୍ମୁ-କାଶ୍ମୀର-ହରିୟାଣାରେ ବିଧାନସଭା ନିର୍ବାଚନ, ଅକ୍ଟୋବର ୪ରେ ଫଳାଫଳ

ଚଳିତ ବର୍ଷ ଜାମ୍ମୁକାଶ୍ମୀର, ହରିୟାଣା, ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଜମ୍ମୁକଶ୍ମୀରର ଭୋଟର ତାଲିକା ଅଗଷ୍ଟ ୨୦ରେ ଆସିବ।

ଅଦ୍ୟତନ ହୋଇଛି
J&K and Haryana Assembly Election 2024 Dates

Jammu Kashmir Election

Advertisment

ଜାମ୍ମୁ-କାଶ୍ମୀର ଓ ହରିୟାଣାରେ ହେବ ବିଧାନସଭା ନିର୍ବାଚନ । ଏନେଇ ତାରିଖ ଘୋଷଣା ହୋଇସାରିଛି । ଜାମ୍ମୁ-କାଶ୍ମୀରରେ ୩ଟି ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ । ସେପ୍‌ଟେମ୍ବର ୧୮, ସେପ୍‌ଟେମ୍ବର ୨୫ ଏବଂ ଅକ୍ଟୋବର ୧ । ଆଉ ଅକ୍ଟୋବର ୪ରେ ଗଣତି । ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଏହାସହ ସେ ଆହୁରି କହିଛନ୍ତି, ଜମ୍ମୁକଶ୍ମୀରରେ ପ୍ରାୟ ୨୦ ଲକ୍ଷ ଯୁବ ଭୋଟର ଅଛନ୍ତି। । ଗତ ନିର୍ବାଚନରେ ​​ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା।

Advertisment

ଅଧିକ ପଢ଼ନ୍ତୁ: କଠୋର ହେଲେ ସରକାର,ଏଣିକି ହେଲଥକେୟାର କର୍ମଚାରୀ ହିଂସାର ଶିକାର ହେଲେ...

ଚଳିତ ବର୍ଷ ଜାମ୍ମୁକାଶ୍ମୀର, ହରିୟାଣା, ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଜମ୍ମୁକଶ୍ମୀରର ଭୋଟର ତାଲିକା ଅଗଷ୍ଟ ୨୦ରେ ଆସିବ।

Advertisment

ସେହିଭଳି ଅକ୍ଟୋବର ୧ରେ ହରିୟାଣା ଭୋଟ୍‌ । ଏଠାରେ ଗୋଟିଏ ପର୍ଯ୍ୟାୟରେ ହିଁ ଭୋଟ ଗ୍ରହଣ କରାଯିବ । ଅକ୍ଟୋବର ୧ରେ ହିଁ ଭୋଟ ଗ୍ରହଣ । ଆଉ ଅକ୍ଟୋବର ୪ରେ ଭୋଟ ଗଣତି ହେବ । ତେବେ ହରିୟାଣାରେ ୨୦ ହଜାର ୯୨୯ଟି ମତଦାନ କେନ୍ଦ୍ର ରହିବ। ରାଜ୍ୟରେ ବହୁ ବୃଦ୍ଧ ଭୋଟର ଅଛନ୍ତି। ହରିୟାଣାରେ ୨ କୋଟି ୧ ହଜାର ଭୋଟର ଥିବାବେଳେ ରାଜ୍ୟରେ ୯୦ଟି ବିଧାନସଭା ଆସନ ଅଛି। ଯେଉଁଥିରୁ ୭୩ଟି ସାଧାରଣ ସିଟ୍ ଏବଂ ୧୭ଟି ଏସସି ସିଟ୍ ରହିଛି । ଏହାର ଭୋଟର ତାଲିକା ୨୭ ଅଗଷ୍ଟରେ ପ୍ରକାଶ ପାଇବ।

Assembly Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ