Advertisment

ଜମ୍ମୁ କାଶ୍ମୀରରେ ଲଗାତାର ଏନକାଉଣ୍ଟର: ୩ ଆତଙ୍କୀ ନିହତ

କାଶ୍ମୀରରେ କମୁଛି ଆତଙ୍କୀବାଦୀଙ୍କ ସଂଖ୍ୟା । ସେନାର ଲଗାତାର ଅପରେସନ୍ ପରେ ନିପାତ ହେବାକୁ ଲାଗିଲେଣି ଆତଙ୍କୀ ସଂଗଠନ । ତେବେ ଗତକାଲି ମଧ୍ୟ ଆତଙ୍କବାଦୀଙ୍କ ବିରୁଦ୍ଧରେ ବଡ ଆକ୍ସନ ନେଇଛନ୍ତି ସୁରକ୍ଷାକର୍ମୀ । ଗୁରୁବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ତିନି ଆତଙ୍କୀଙ୍କୁ ନିହତ କରିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Terrorist Killed

Terrorist Killed

କାଶ୍ମୀରରେ କମୁଛି ଆତଙ୍କୀବାଦୀଙ୍କ ସଂଖ୍ୟା । ସେନାର ଲଗାତାର ଅପରେସନ୍ ପରେ ନିପାତ ହେବାକୁ ଲାଗିଲେଣି ଆତଙ୍କୀ ସଂଗଠନ । ତେବେ ଗତକାଲି ମଧ୍ୟ ଆତଙ୍କବାଦୀଙ୍କ ବିରୁଦ୍ଧରେ ବଡ ଆକ୍ସନ ନେଇଛନ୍ତି ସୁରକ୍ଷାକର୍ମୀ । ଗୁରୁବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ତିନି ଆତଙ୍କୀଙ୍କୁ ନିହତ କରିଛନ୍ତି । ଏଥିସହ ଗତ ୨୪ ଘଣ୍ଟା ଭିତରେ ୯ ଆତଙ୍କୀବାଦଙ୍କର ନିହତ ହୋଇଛନ୍ତି। ଏହା ପୂର୍ବରୁ ଦକ୍ଷିଣ କାଶ୍ମୀରର ଦୁଇଟି ଜିଲ୍ଲାରେ ୬ ଆତଙ୍କୀ ନିପାତ ହୋଇଥିଲେ। ଏ ନେଇ କାଶ୍ମୀର ଜୋନ୍ ପୋଲିସ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି ଏନକାଉଣ୍ଟର ଶ୍ରୀନଗରର ପାନ୍ଥା ଛକର ଗୋମାଣ୍ଡର ମୋହଲ୍ଲାରେ ଘଟିଛି।

Advertisment

ସେନାଙ୍କ ଗୁଳିରେ ନିହତ ହୋଇଥିବା ଆତଙ୍କୀଙ୍କ ମଧ୍ୟରୁ ଜଣେ ହେଉଛି ସୁହେଲ୍ ଅହମ୍ମଦ୍ ଯିଏକି ଶ୍ରୀନଗର ଉପକଣ୍ଠ ଜେୱାନ ଠାରେ ହୋଇଥିବା ପୋଲିସ କ୍ୟାମ୍ପ ଆକ୍ରମଣର ଜଣେ ଅଭିଯୁକ୍ତ । ଗୁରୁବାର ରାତିରେ ଶ୍ରୀନଗରରେ ସର୍ଚ୍ଚ ଅପରେସନ୍ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ଏଥିରେ ତିନି ଆତଙ୍କୀ ନିହତ ହୋଇଥିବା ବେଳେ ଚାରିଜଣ ଯବାନ୍ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ତିନିଜଣ ପୁଲିସ୍ କର୍ମୀ ଓ ଜଣେ ସିଆରପିଏଫ୍ ଯବାନ ଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୂରା ଘଟଣାକୁ ନେଇ ଜମ୍ମୁ-କାଶ୍ମୀର ପୁଲିସ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଜମ୍ମୁ-କାଶ୍ମୀରରେ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି ଯେ ଯେଉଁ ତିନି ଆତଙ୍କୀଙ୍କ ନିହତ ହୋଇଛନ୍ତି, ସେମାନଙ୍କ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର, ବନ୍ଧୁକ ଜବତ କରାଇଛି। ଏବେବି ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏହା ହେଉଛି ୩୬ ଘଣ୍ଟା ମଧ୍ୟରେ ୩ ନଂ ଏନକାଉଣ୍ଟର । ବର୍ତ୍ତମାନ ଆତଙ୍କବାଦୀଙ୍କ ମୃତ ସଂଖ୍ୟା ୯ କୁ ବୃଦ୍ଧି ପାଇଛି ।

Advertisment

ଜମ୍ମୁ-କାଶ୍ମୀର ପୁଲିସ୍ ମୁତାବକ, ଜଣେ ସିନିୟର ପୁଲିସ୍ ଅଧିକାରୀ ଯେତେବେଳେ ସନ୍ଦିଗ୍ଧ ଘରକୁ ପ୍ରବେଶ କଲେ, ସେହି ସମୟରେ ଅନାଚକ ଅତର୍କିତ ଗୁଳି ବର୍ଷା ହୋଇଥିଲା। ଏଥିରେ ଦୁଇ ପୁଲିସ୍ କର୍ମୀ ଆହତ ହୋଇଥିଲେ। ତେବେ ସୁରକ୍ଷାକର୍ମୀ ମଧ୍ୟ ପ୍ରତିଆକ୍ରମଣ କରି ତିନି ଆତଙ୍କୀଙ୍କୁ ନିହତ କରିବାରେ ସଫଳ ହୋଇଥିଲେ।

ଏହା ପୂର୍ବରୁ ଦକ୍ଷିଣ କାଶ୍ମୀରରେ ଡବଲ୍ ଏନକାଉଣ୍ଟରେ ଦୁଇ ପାକିସ୍ତାନୀ ନାଗରିକଙ୍କ ସମେତ ୬ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଏଥିରେ ଭାରତର ଜଣେ ଯବାନ ସହିଦ୍ ହୋଇଥିଲେ। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ-ଏ-ମହମ୍ମଦର ଦୁଇ ଜଣ ସାମିଲ୍ ଥିଲେ, ଯେଉଁମାନେ ଶ୍ରୀନଗରରେ ଡିସେମ୍ବର ୧୩ ତାରିଖରେ ପୁଲିସ୍ ବସ୍ ଉପରକୁ ହମଲା କରିବାରେ ସଂପୃକ୍ତ ଥିଲେ।

Terrorist Killed Jammu Kashmir
Advertisment
Advertisment