• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ (terrorists killed) ହୋଇଛି । ସୋପିଆନ୍ ମୁଞ୍ଝ ମାର୍ଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଆଜି ସକାଳୁ ସକାଳୁ ସୁରକ୍ଷା ବାହିନୀ ଆତଙ୍କବାଦୀ ଷଡଯନ୍ତ୍ରକୁ ପଣ୍ଡ କରି ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ତିନି ଆତଙ୍କୀ ଲସ୍କା ଏ ତୋଇବା ସଂଗଠନ ବୋଲି ଜଣାପଡ଼ିଛି । ଆଉ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସଂପୂର୍ଣ୍ଣ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ସୁରକ୍ଷାକର୍ମୀ ।

ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ପୂର୍ବରୁ ଇନପୁଟ୍‌ ମିଳିଥିଲା । କେତେକ ଆତଙ୍କବାଦୀ ମୁଞ୍ଝ ମାର୍ଗ ଅଞ୍ଚଳରେ ପ୍ରବେଶ କରିଥିବା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଅପରେସନ ସମୟରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା । ଏହି ଗୁଳି ବିନିମୟରେ ୩ ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ।

ଅଧିକ ପଢ଼ନ୍ତୁ: କେନ୍ଦ୍ରର ବଡ଼ ପଦକ୍ଷେପ, ଅଣ-କାଶ୍ମୀରୀ ଦେବେ ଭୋଟ ! 

ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନେ କାଶ୍ମୀର ପଣ୍ଡିତ ପୁରାଣ କ୍ରିଷ୍ଣା ଭଟ୍ଟ ଓ ନେପାଳର ତିଲ ବାହାଦୁର ଥାପ୍ପାଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲେ । ଘଟଣା ସ୍ଥଳରୁ ଗୋଟିଏ AK 47 ରାଇଫଲ ଓ ୨ଟି ପିସ୍ତଲ ଜବତ ହୋଇଥିବା କାଶ୍ମୀର ADGP ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଘାଟିରୁ ୩୭୦ ହଟିବା ପରେ ପାକିସ୍ତାନ ରକ୍ତଚାଉଳ ଚୋବାଉଛି । କାଶ୍ମୀରରେ ଶାନ୍ତିର ବାତାବରଣ ଯେପରି ପଡ଼ୋଶୀ ଦେଶରେ ଯାଉନାହିଁ ।  କାଶ୍ମୀରକୁ ଅସ୍ଥିର କରିବା ପାଇଁ ପାକିସ୍ତାନ କ୍ରମାଗତ ଭାବରେ ଅସଫଳ ପ୍ରୟାସ କରୁଛି ।