• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୃଷକଙ୍କ ଆୟ ବଢ଼ାଇବା ପାଇଁ ସରକାରଙ୍କ ପ୍ରୟାସ । ଆନ୍ଧ୍ରପ୍ରଦେଶର YSR କଂଗ୍ରେସ ପାର୍ଟି ସରକାର ଚାଷୀଙ୍କ ପାଇଁ ଏକ ବଡ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ କୃଷକମାନେ କମ୍‌ ମୂଲ୍ୟରେ ଟ୍ରାକ୍ଟର ଓ ଅମଳରେ ଲାଗୁଥିବା ଯନ୍ତ୍ର ପାଇ ପାରିବେ । ଏହା ବ୍ୟତୀତ ସାରା ରାଜ୍ୟରେ କଷ୍ଟମ ନିଯୁକ୍ତି କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହି ଯୋଜନାର ନାମ YSR Yantra Seva ରଖାଯାଇଛି ।

ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଚୁତ୍ତୁଗୁଣ୍ଟା ଗାଁରୁ ଏହି ଯୋଜନା ଆରମ୍ଭ କରିଥିଲେ । ଏହି ଅବସରରେ ୩୮୦୦ ଟ୍ରାକ୍ଟର ଏବଂ ୩୨୦ ମେସିନ୍ ସାମିଲ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୃଷକଙ୍କ ଆକାଉଣ୍ଟକୁ ୧୭୫ କୋଟି ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ । ରିତୁ ଭରୋସା ଯୋଜନା ଅଧୀନରେ ଏହି ସହାୟତା ରାଶି ୫୨୬୦ ଚାଷୀଙ୍କୁ ପଠାଯାଇଛି ।

ଜଗନ୍‌ମୋହନ୍‌ ରେଡ୍ଡୀ କହିଛନ୍ତି, ତାଙ୍କ ସରକାର କୃଷକଙ୍କ ସ୍ୱାର୍ଥ ପ୍ରତି ପ୍ରତିବଦ୍ଧ । ରାଜ୍ୟରେ ୧୦ ହଜାରରୁ ଅଧିକ ରିତୁ ଭରସା କେନ୍ଦ୍ର ପ୍ରତିଷ୍ଠା କରାଯିବ, ଯାହା ମଞ୍ଜି ଠାରୁ ଆରମ୍ଭ କରି ଟ୍ରାକ୍ଟର ଏବଂ ଅମଳ ପର୍ଯ୍ୟନ୍ତ କୃଷି ଉପକରଣର ଉପଲବ୍ଧତା ନିଶ୍ଚିତ କରିବ । ଏହି ଯୋଜନାର ମୋଟ ମୂଲ୍ୟ ହେଉଛି ୨୦୧୬କୋଟି ।

ସରକାର ସମସ୍ତ ଯନ୍ତ୍ରପାତି ଉପରେ ୪୦ ପ୍ରତିଶତ ସବସିଡି ପ୍ରଦାନ କରିବେ ଏବଂ ଚାଷୀଙ୍କ ପାଇଁ ଋଣ ବ୍ୟବସ୍ଥା ମଧ୍ୟ କରାଯିବ । ଏଥିରେ କୃଷକମାନଙ୍କୁ ତୁରନ୍ତ ମାତ୍ର ୧୦ ପ୍ରତିଶତ ଟଙ୍କା ଦେଇ ସାମଗ୍ରୀ କିଣିବାକୁ ଦେବାକୁ ପଡିବ ।

କୃଷକ ସଂଗଠନ ୧୭୫ଟି ମଡେଲ ମଧ୍ୟରୁ ଯେକୌଣସି ଟ୍ରାକ୍ଟର କିଣି ପାରିବେ ଏବଂ ସରକାର ସବସିଡି ଦେବେ । ଏପରିକି ଜଣେ କୃଷକ YSR ସେବା ଯନ୍ତ୍ରରୁ ଟ୍ରାକ୍ଟର ଏବଂ ଅମଳକ୍ଷମ ଯନ୍ତ୍ର ନେଇପାରିବେ । ଏହାଦ୍ୱାରା ଚାଷୀମାନେ କମ୍‌ ଖର୍ଚ୍ଚରେ ଅମଳ କରିପାରିବେ ।