• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜମ୍ମୁର ଅନ୍ତର୍ଜାତୀୟ ସୀମାରେଖା ନିକଟରେ IED ଭର୍ତ୍ତି ଡ୍ରୋନକୁ ଖସାଇଦେଲେ ସୁରକ୍ଷା ବାହିନୀ । ଗତକାଲି ରାତିରେ କନାଚକ ଅଞ୍ଚଳରେ ଏହି ସନ୍ଦିଗ୍ଦ ଡ୍ରୋନ ଉଡୁଥିବା ଦେଖାଦେଇଥିଲା । ଏହାପରେ BSF ଯବାନମାନେ ଏହି ଡ୍ରୋନ ଉପରକୁ ଗୁଳି ଚାଳନା କରିଥିଲେ । ଫଳରେ ଡ୍ରୋନ ତଳେ ପଡିନଥିଲେ ମଧ୍ୟ ଏଥିରେ ଖଞ୍ଜା ଯାଇଥିବା ଜିନିଷ ଖସିପଡିଥିଲା । ଏଥିରେ ମ୍ୟାଗନେଟିକ IED ବିସ୍ଫୋରଣକାରୀ ପଦାର୍ଥ ଥିବା ଜଣାପଡିଥିଲା ।

୩ଟି ଟିଫିନ ବାକ୍ସ ଭିତରେ ଏସବୁକୁ ରଖାଯାଇଥିଲା । ଏଥିରେ ଭିନ୍ନ ଭିନ୍ନ ସମୟ ଉଲ୍ଲେଖ ଥିବା ଟାଇମର ସେଟ୍ ଯୋଡାଯାଇଥିଲା । ଏହାପରେ ତୁରନ୍ତ ସେହି ଅଞ୍ଚଳରେ ସୁରକ୍ଷା ବଢାଯାଇଥିଲା ବୋଲି ଜମ୍ମୁ ଜୋନ୍ ଅତିରିକ୍ତ ଡିଜିପି କହିଛନ୍ତି । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସେ କହିଛନ୍ତି ।

ସେପଟେ ଜାମ୍ମୁ ଓ କାଶ୍ମୀରର ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ସୋପୋର ଅଞ୍ଚଳରେ ଜଣେ ଆତଙ୍କବାଦୀକୁ ସୁରକ୍ଷାକର୍ମୀମାନେ ହତ୍ୟା କରିଥିଲେ । ତା ଠାରୁ ମିଳିଥିବା ଡକ୍ୟୁମେଣ୍ଟରେ ସେ ପାକିସ୍ତାନ ନାଗରିକ ବୋଲି ଜଣାପଡିଛି । ତା ଘର ଲାହୋରରେ ଏବଂ ତା ଠାରୁ ଏ.କେ-୪୭ ମିଳିଥିବା ପୋଲିସ କହିଛି । ଏହି ଏନକାଉଣ୍ଟରରେ ଆଉ ଦୁଇ ଜଣ ଆତଙ୍କୀ ଖସିଯାଇଥିବା ପୋଲିସ କହିଛି ।