Advertisment

ରିଆସି ବସ୍‌ ହମଲା ଆତଙ୍କୀଙ୍କ ସ୍କେଚ୍ ଜାରି; ସୂଚନା ଦେଲେ ମିଳିବ ୨୦ ଲକ୍ଷ ପୁରସ୍କାର

ଜାମ୍ମୁରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ ଉପରେ ଆତଙ୍କୀ ହମଲା ଘଟଣା। ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ଜାମ୍ମୁ ପୋଲିସ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ଆତଙ୍କବାଦୀଙ୍କ ସ୍କେଚ୍ ତିଆରି କରାଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Reasi bus attack: JK Police releases sketch of terrorist, announce ₹20 lakh reward for information

Reasi bus attack Updates

ଜାମ୍ମୁରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ ଉପରେ ଆତଙ୍କୀ ହମଲା ଘଟଣା। ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ଜାମ୍ମୁ ପୋଲିସ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ଆତଙ୍କବାଦୀଙ୍କ ସ୍କେଚ୍ ତିଆରି କରାଯାଇଛି। ଆତଙ୍କୀଙ୍କ ସମ୍ପର୍କରେ ସୂଚନା ଦେଲେ ସୂଚନା ପ୍ରଦାନକାରୀଙ୍କୁ ମିଳିବ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି।

Advertisment

ରବିବାର ସଂଧ୍ୟା ପ୍ରାୟ ସାଢେ ୬ଟାରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଭିଆଇଥିଲେ ନାରକୀୟ କାଣ୍ଡ । ରିଆସି ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍‌ ଉପରେ ଅନ୍ଧାଧୂନ ଗୁଳିମାଡ କରିଥିଲେ ଆତଙ୍କବାଦୀ । ଫଳରେ ବସଟି ଦୁର୍ଘଟଣାର ଶିକାର ହୋଇ ଏକ ଖାଇରେ ଖସିପଡିଥିଲା । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପ୍ରଥମେ ବସଟି ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରୁ ଏକାଧିକ ରାଉଣ୍ଡର ଗୁଳି ଓ ଖୋକା ଜବତ ହେବା ପରେ ଏହା ଏକ ବଡଧରଣର ଆତଙ୍କୀ ହମଲା ବୋଲି ସ୍ପଷ୍ଟ ହୋଇଛି ।

ଅଧିକ ପଢ଼ନ୍ତୁ: ମାଓବାଦୀଙ୍କ ଯୋଜନା ପଣ୍ଡ; ମାଟିତଳ ମରଣଯନ୍ତାରୁ ଅଳ୍ପକେ ବର୍ତ୍ତିଲେ ଯବାନ

Advertisment

ମୃତାହତମାନେ ସମସ୍ତେ ତୀର୍ଥଯାତ୍ରୀ ଥିଲେ । ସ୍ଥାନୀୟ ଏସଏସପି ମୋହିତା ଶର୍ମାଙ୍କ ପ୍ରତିକ୍ରିୟା ଅନୁସାରେ, ଏହି ୫୩ ସିଟ ବିଶିଷ୍ଟ ବସଟି ତୀର୍ଥଯାତ୍ରୀଙ୍କୁ ନେଇ ଶିବ ଖୋରୀ ମନ୍ଦିରରୁ କାତ୍ରା ଅଭିମୁଖେ ବାହାରିଥିଲା । ସଂଧ୍ୟା ପ୍ରାୟ ସାଢେ ୬ଟା ସମୟରେ ପୋନି ଏରିଆର ତେରାଥ ଗ୍ରାମ ନିକଟରେ ଆତଙ୍କବାଦୀମାନେ ବସ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ । ଫଳରେ ବସଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା ।

ଏହି ଆକ୍ରମଣ ଉପରେ ଜାମ୍ମୁ ପୋଲିସ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରି ପୁରସ୍କାର ଘୋଷଣା କରିଛି । ସର୍ଚ୍ଚ ଅପରେସନ୍ ଜାରି ରହିଛି। ପୋଲିସ, ସେନା ଏବଂ CRPF ମିଳିତ ଅପରେସନ ଜାରି ରଖିଛନ୍ତି। ସୁରକ୍ଷା ବାହିନୀର ୧୧ଟି ଟିମ୍ ଜଙ୍ଗଲରେ ପଇଁତରା ମାରୁଛି। ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏଥିସହିତ ଡ୍ରୋନ୍ ସାହାଯ୍ୟରେ ସୁରକ୍ଷା ବାହିନୀ ମଧ୍ୟ ଆକାଶରୁ ନଜର ରଖିଛି।

Reasi bus attack: Police release sketch of terroristReasi bus attack: Police release sketch of terrorist
Terrorist Attack Jammu Kashmir
Advertisment
Advertisment