Advertisment

ଜାମ୍ମୁ କାଶ୍ମୀର ଜେଲ୍ ମହାନିର୍ଦ୍ଦେଶକଙ୍କ ଗଳାକାଟି ହତ୍ୟା

ଜାମ୍ମୁ କାଶ୍ମୀର ଜେଲ୍ ବିଭାଗର ମହାନିର୍ଦ୍ଦେଶକ ତଥା ୧୯୯୨ ବ୍ୟାଚ୍ ଆଇପିଏସ୍ ଅଫିସର ହେମନ୍ତ ଲୋହିଆଙ୍କୁ ତାଙ୍କ ଜାମ୍ମୁ ଉପକଣ୍ଠ ଉଦୟିୱାଲାସ୍ଥିତ ଘରେ ଗଳା କାଟି ହତ୍ୟା କରାଯାଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
J&K DG Killed

J&K DG Killed

ଜାମ୍ମୁ କଶ୍ମୀର ଜେଲ୍ ଡିଜିଙ୍କୁ ହତ୍ୟା । ୧୯୯୨ ମସିହା ଆଇପିଏସ୍ ଅଫିସର୍ ହେମନ୍ତ ଲୋହିଆଙ୍କ ମୃତଦେହ ତାଙ୍କ ଜାମ୍ମୁ ବାସଭବନରୁ ମିଳିଛି । ଗତକାଲି ରକ୍ତାକ୍ତ ଅବସ୍ଥାରେ ମୃତଦେହକୁ ଦେଖିଥିଲେ ପରିବାରଲୋକେ । ଏହାପରେ ପରିବାରଲୋକେ ପୋଲିସ୍‌କୁ ଖବର ଦେଇଥିଲେ । 

Advertisment

ଜେଲ୍ ଡିଜିଙ୍କ ଘରେ କାମ କରୁଥିବା ସହାୟକ ଜଣକ ନିଖୋଜ ଅଛନ୍ତି । ପ୍ରାଥମିକ ଭାବେ ତାଙ୍କ ଉପରେ ସନ୍ଦେହ କରାଯାଇ ଖୋଜାଖୋଜି କରୁଛି ପୋଲିସ୍ । ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ସର୍ଚ୍ଚ ଅପରେସନ୍‌କୁ ବି ଜୋରଦାର କରାଯାଇଛି । ରାଜ୍ୟର ଟପ୍ ମୋଷ୍ଟ ପୋଲିସ୍ ଅଧିକାରୀଙ୍କ ହତ୍ୟାକୁ ନେଇ ଏବେ ଚହଳ ସୃଷ୍ଟି ହୋଇଛି । କେନ୍ଦ୍ରଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଗସ୍ତ ବେଳେ ଏତେ ବଡ଼ ଅଘଟଣ ଘଟିଥିବାରୁ ଏହାକୁ ନେଇ ନାନା ଚର୍ଚ୍ଚା ହେଉଛି ।

ଜାମ୍ମୁ କାଶ୍ମୀର ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ (ଜମ୍ମୁ ଜୋନ୍) ମୁକେଶ ସିଂହ କହିଛନ୍ତି, ତାଙ୍କ ଘରେ ସହାୟକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଜଣକ ଏବେ ଫେରାର ଅଛି ଏବଂ ତାକୁ ଧରିବା ପାଇଁ ପ୍ରୟାସ ଚାଲିଛି। ଫୋରେନସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବରିଷ୍ଠ ଅଧିକାରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଗୃହମନ୍ତ୍ରୀ ଅମିତ ଶାହ ଆଜି ତିନିଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଥିବାବେଳେ ଏଭଳି ଅପରାଧ ଘଟିଛି।

Advertisment
Crime J&K DG Killed
Advertisment
Advertisment