Advertisment

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ

ଜାମ୍ମୁ କାଶ୍ମୀରର କୁପୱାରାରେ ସୁରକ୍ଷାକର୍ମୀ- ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା…

author-image
Otv Khabar Bureau
ଅଦ୍ୟତନ ହୋଇଛି
Encounter breaks out in J-K's Kupwara

Encounter breaks out in J-K's Kupwara

ଜାମ୍ମୁ ଓ କାଶ୍ମୀରର କୁପଓ୍ୱାଡ଼ା ଜିଲ୍ଲା ଚକତରାସ କାଣ୍ଡି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ସମେତ ୨ ଜଣ ଲସ୍କର ଇ ତଏବା ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ମୃତ ପାକିସ୍ତାନୀ ଆତଙ୍କବାଦୀର ନାଁ ତୁଫେଲ୍ ବୋଲି ଜଣାପଡ଼ିଛି ହେଲେ ଅନ୍ୟ ଜଣକର ନାଁ ଜଣାପଡ଼ି ନାହିଁ ।

Advertisment

କାଶ୍ମୀର ଆଜିପି ବିଜୟ କୁମାରଙ୍କ ସୂଚନା ଅନୁଯାୟୀ, ‘ଚକତରାସ କାଣ୍ଡି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସମ୍ପର୍କରେ ସୂଚନା ମିଳିଥିଲା । ଯାହା ପରେ ଭାରତୀୟ ସେନା, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଦଳ ଏହି ଅଞ୍ଚଳକୁ ଘେରି ରହିଥିଲେ। ନିଜକୁ ଘେରି ରହିଥିବାର ଦେଖି ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ମଧ୍ୟ ଏହାର ପ୍ରତିଶୋଧ ନେଇଛନ୍ତି ଯେଉଁଥିରେ ଦୁଇଜଣ ଲଶ୍କର ଆତଙ୍କବାଦୀ ନିହତ ହୋଇଥିଲେ’।

Advertisment

ସୂଚନା ଅନୁସାରେ,ଗତ ୧୨ ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀମାନେ ଦୁଇ ଥର ଆତଙ୍କବାଦୀଙ୍କ ମୁକାବିଲା କଲେଣି । ଗତକାଲି ସନ୍ଧ୍ୟାରେ ମଧ୍ୟ ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ସୋପୋରରେ ଏକ ଏନକାଉଣ୍ଟରରେ ଲଶ୍କର-ଇ-ତାଇବାର ଆଉ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲେ। ଅନ୍ଧାରର ସୁଯୋଗ ନେଇ ୨ ପାକିସ୍ତାନୀ ଏବଂ ଜଣ ସ୍ଥାନୀୟ ଆତଙ୍କବାଦୀ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ । ତେବେ ଲୁଚି ପଳାଇଯାଇଥିବା ଅନ୍ୟ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଖୋଜୁଛି । ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ସର୍ଚ୍ଚ ଅପରେସନ୍ ଇଲାକାରୁ ଏକ AK-47 ରାଇଫଲ, ୫ ମ୍ୟାଗାଜିନ୍ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ନିହତ ଆତଙ୍କବାଦୀଙ୍କ ନିକଟରୁ ମିଳିଥିବା ଜିନିଷ ଅନୁଯାୟୀ, ସେମାନେ ପାକିସ୍ତାନର ଲାହୋରର ବାସିନ୍ଦା ହାନଜାଲାର ହୋଇଥିବାର ଜଣାପଡିଛି।

J&K Encounter Kupwara Encounter
Advertisment
Advertisment