• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭାରତ ବିରୋଧୀ କାର୍ଯ୍ୟ କରିବୁନି- ତାଲିବାନ

  • ଆମେ କୌଣସି ଦୂତାବାସ ବା କୂଟନୈତିଜ୍ଞଙ୍କୁ ଟାର୍ଗେଟ କରୁ ନାହୁଁ

  • ଭାରତ ପକ୍ଷରୁ ଆଫଗାନିସ୍ତାନରେ ଉନ୍ନୟନ କାର୍ଯ୍ୟ ପ୍ରଶଂସାଯୋଗ୍ୟ

  • ଆତଙ୍କୀ ସଂଗଠନ ସହ ଆମକୁ ଯୋଡ଼ିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

  • କାହାକୁ ଅଫଗାନିସ୍ତାନ ମାଟିକୁ ବ୍ୟବହାର କରିବାକୁ ଦେବୁ ନାହିଁ

  • ଆଫଗାନିସ୍ତାନ ମାଟି ଭାରତ ବିରୋଧରେ କାର୍ଯ୍ୟ କରିବ ନାହିଁ

ନୂଆଦିଲ୍ଲୀ : ଭାରତକୁ ପ୍ରଶଂସା ଆଉ ଚେତାବନୀ । ଆଫଗାନିସ୍ତାନକୁ ଅକ୍ତିଆର କରୁଥିବା ତାଲିବାନ ଭାରତକୁ ଚେତାବନୀ ଦେଇଛି । ଆଫଗାନିସ୍ତାନରେ ଭାରତ ସାମରିକ ଉପସ୍ଥିତିରୁ ଦୂରେଇ ରହିବା ଉଚିତ । ସେହିପରି ଆଫଗାନିସ୍ତାନରେ ବିକାଶମୂଳକ କାମ ପାଇଁ ଭାରତକୁ ତାଲିବାନ ପ୍ରଶଂସା କରିଛି । ନୂଆଦିଲ୍ଲୀ ବିରୋଧରେ ଆଫଗାନ୍ ମାଟି ବ୍ୟବହାରକୁ ଅନୁମତି ଦି‌ଆଯିବ ନାହଁ ବୋଲି ସଂଗଠନର ମୁଖପାତ୍ର ସୁହେଲ ସାହିନ କହିଛନ୍ତି । ଆଫଗାନିସ୍ତାନରେ ଥିବା ଦୂତାବାସର କର୍ମଚାରୀମାନଙ୍କର କୌଣସି କ୍ଷତି କରାଯିବ ନାହିଁ ବୋଲି ସେ କହିଛନ୍ତି ।

ହେଲେ କାବୁଲ ସରକାରକୁ କୌଣସି ସାମରିକ ସାହାଯ୍ୟ ନ କରିବାକୁ ଚେତାବନୀ ଦେଇଛି ତାଲିବାନ । ଆଫଗାନିସ୍ତାନରେ ଭାରତ ହସ୍ତକ୍ଷେପ କଲେ କିମ୍ବା ସେଠାରେ ତାଙ୍କର ଉପସ୍ଥିତି ରହିଲେ, ସେମାନଙ୍କ ପାଇଁ ଭଲ ହେବ ନାହିଁ । ଆମେରିକା, ବ୍ରିଟେନ, ଋଷ ସମେତ ଅନେକ ଦେଶ ଆଫଗାନିସ୍ତାନର ସ୍ଥିତି ବିଷୟରେ ସବୁବେଳେ ଆଲୋଚନା କରୁଛନ୍ତି । ଏପରି ସ୍ଥିତିରେ ଆଫଗାନିସ୍ତାନ ବିଷୟରେ ଭାରତ ମୁଣ୍ଡ ନଖେଳାଇବା ଭଲ ବୋଲି କୁହାଯାଇଛି । ସେପଟେ ଭାରତ ନାଗରିକମାନଙ୍କୁ ଯଥାଶୀଘ୍ର ଆଫଗାନିସ୍ତାନ ଛାଡିବାକୁ ପରାମର୍ଶ ଦେଇଛି।

ଗତ କିଛି ଦିନ ହେଲା କାନ୍ଦାହାର ଓ ହେରାତକୁ ମିଶାଇ ଆଫଗାନିସ୍ତାନର ଆଉ ୪ ନୂଆ ସହରକୁ ନିଜ କବଜାକୁ ନେଇଛି ତାଲିବାନ୍ । ୩୪ ପ୍ରାଦେଶିକ ରାଜଧାନୀ ମଧ୍ୟରୁ ୧୮ଟିକୁ ଉଗ୍ରବାଦୀ ଅଧିନସ୍ଥ କରି ସାରିଲେଣି । ବର୍ତ୍ତମାନ କାବୁଲ ଠାରୁ ମାତ୍ର ୯୦ କିଲୋମିଟର ଦୂରରେ ବିଦ୍ରୋହୀ ଥିବାବେଳେ ପ୍ରଛନ୍ନ ଭାବେ ସହାୟତା କରୁଛି ପାକିସ୍ତାନ । ଖବର ସରବରାହ ସଂସ୍ଥା AFP ଅନୁସାରେ ପୂର୍ବରୁ ହେରାତ, ଗଜନୀ ସହରକୁ ଦଖଲ କରିନେଇଥିଲା ତାଲିବାନ୍ । ଏବେ ରାଜଧାନୀ କାବୁଲ୍ ଅଭିମୁଖେ ତାଲିବାନ ଅଗ୍ରସର ହୋଇଛି ।

ସେପଟେ ଆଫଗାନିସ୍ତାନରେ ସ୍ଥିତି ନେଇ ଭାରତ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି । ଆଫଗାନିସ୍ତାନରେ ଥିବା ଭାରତୀୟଙ୍କୁ ତୁରନ୍ତ ଫେରି ଆସିବାକୁ ନୂଆଦିଲ୍ଲୀ ଅପିଲ କରିଛି । ଅନ୍ୟପକ୍ଷରେ ଆଫଗାନିସ୍ତାନରେ ଥିବା ଆମେରିକୀୟ ସୈନ୍ୟଙ୍କୁ ଉଦ୍ଧାର ପାଇଁ ପେଣ୍ଟାଗନ ପକ୍ଷରୁ ୩ ହଜାର ସୈନ୍ୟ ପଠାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଆଫଗାନିସ୍ତାନରେ ତାଲିବାନର ଦଖଲ ବଢ଼ିବା ସଙ୍ଗେ ସଙ୍ଗେ ଯୁବତୀ ଓ ମହିଳାଙ୍କ ଉପରେ ଅତ୍ୟାଚାର ମଧ୍ୟ ବଢ଼ିବାରେ ଲାଗିଛି । ତାଲିବାନ ଯୁବତୀ ଓ ମହିଳାଙ୍କୁ ଅପହରଣ କରି ବଳପୂର୍ବକ ବିବାହ କରୁଛନ୍ତି ଆତଙ୍କବାନୀ । ତାଲିବାନ ଆତଙ୍କବାଦୀ ମାନେ ଏକ ନୂତନ ଅଞ୍ଚଳ କିମ୍ବା ସହରକୁ ଦଖଲ କରିବା ମାତ୍ରେ ପୋଲିସ୍ ଏବଂ ସରକାରୀ କର୍ମଚାରୀଙ୍କ ପତ୍ନୀ ଏବଂ ବିଧବାମାନଙ୍କୁ ପ୍ରଥମେ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି । ତାଲିବାନୀ ଆତଙ୍କବାନୀଙ୍କ ଭୟରେ ନିଜ ଘରର ମହିଳା ଓ ଝିଙ୍କୁ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ପଠାଉଛନ୍ତି ପରିବାର ଲୋକ । ଯେଉଁଠାରେ ସେମାନେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇପାରିବେ । ଆଫଗାନିସ୍ତାନର ତଖାର ଏବଂ ବାଦାଖଶାନ ଅଞ୍ଚଳରେ ମହିଳାଙ୍କୁ ବାଧ୍ୟତାମୂଳକ ବିବାହ କରିବା ମାମଲା ସାମ୍ନାକୁ ଆସିଛି ।