Advertisment

ISRO କୁ ବଡ଼ ସଫଳତା; ପୁଷ୍ପକ ବିମାନର ହାଟ୍ରିକ୍ ସଫଳ ଅବତରଣ

କ୍ରମାଗତ ଭାବେ ତୃତୀୟ ଥର ଲାଗି ଏହି RLV ଜ୍ଞାନ କୌଶଳର ସଫଲ ପରୀକ୍ଷଣ ହୋଇଛି। କର୍ଣ୍ଣାଟକର ଚିତ୍ରଦୁର୍ଗ ହେଲିପ୍ୟାଡରେ ସଫଳ ଭାବେ ଏହା ଅବତରଣ କରିଛି।

author-image
Manoranjan Behera
Indian Air Force

Indian Air Force

ISROର ଆଉ ଏକ କିର୍ତ୍ତୀମାନ। ପୁନଃବ୍ୟବହାର ହୋଇପାରୁଥିବା ‘ରି-ୟୁଜେବଲ ଲଂଚ ଭେହିକିଲ୍’ ବା RLVର ପୁଣି ଏକ ସଫଳ ପରୀକ୍ଷଣ। କ୍ରମାଗତ ଭାବେ ତୃତୀୟ ଥର ଲାଗି ଏହି RLV ଜ୍ଞାନ କୌଶଳର ସଫଲ ପରୀକ୍ଷଣ ହୋଇଛି। କର୍ଣ୍ଣାଟକର ଚିତ୍ରଦୁର୍ଗ ହେଲିପ୍ୟାଡରେ ସଫଳ ଭାବେ ଏହା ଅବତରଣ କରିଛି।

Advertisment

ବାୟୁସେନାର ଚିନୁକ ହେଲିକପଟରରରୁ ୪.୫ କିଲୋମିଟର ଉପରେ ଏହାକୁ ଛଡାଯାଇଥିଲା। ୪.୫ କିଲୋମିଟର ରିଲିଜ ପଏଣ୍ଟରୁ ସ୍ବୟଂଚାଲିତ କ୍ଷମତା ଥିବା ଏହି ବିମାନ ସଫଳ ଭାବେ ରନୱେର ଅବତରଣ କରିଛି। ଏହା ପୂର୍ବରୁ ପୁଷ୍ପକ ବିମାନ ନାମରେ ପରିଚିତ ଏହାର RLV-1 ଓ  RLV-2 ପରୀକ୍ଷଣ ସଫଳତାର ସହ ହୋଇଥିଲା।

ସଂପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନ କୌଶଲରେ ନିର୍ମିତ ଏହି ବିମାନର ବିଶେଷତ୍ୱ ହେଲା ଅଧିକ ପବନ ହେଲେ ବି ଯେ କୌଣସି ପରିସ୍ଥିତିରେ ସଫଳ ଭାବେ ଅବତରଣ କରିବା କ୍ଷମତା।

Advertisment

Indian Air Force ISRO
Advertisment
Advertisment