Advertisment

ଲଞ୍ଚ ହେବ ‘INSAT-3D’ ସାଟେଲାଇଟ୍‌, ସହଜ ହେବ ପାଣିପାଗ ପୂର୍ବାନୁମାନ

GSLV-F14 ରକେଟ୍‌ ‘INSAT-3DS’ ସାଟେଲାଇଟ୍‌କୁ ଉତ୍‌କ୍ଷେପଣର ପ୍ରାୟ ୧୮ ମିନିଟ୍‌ ପରେ ନିର୍ଦ୍ଧାରିତ କକ୍ଷ ପଥରେ ପହଞ୍ଚାଇବ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ISRO’s ‘naughty boy’ rocket

ISRO’s ‘naughty boy’ rocket

ଭାରତ ପାଇଁ ଆହୁରି ସହଜ ହେବାକୁ ଯାଉଛି ପାଣିପାଗ ପୂର୍ବାନୁମାନ। କାହିଁକି ନା ଆଜି ମହାକାଶକୁ ପୁଣି ଏକ ସାଟେଲାଇଟ୍‌ ପଠାଇବ ଇସ୍ରୋ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଆଜି ସନ୍ଧ୍ୟା ୫ଟା ୩୫ରେ ‘INSAT-3DS’ ସାଟେଲାଇଟ୍‌ର ଉତକ୍ଷେପଣ ହେବ। GSLV-F14 ରକେଟ୍ ସାହାଯ୍ୟରେ ଏହାକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରାଯିବ। ଏହି ‘INSAT-3DS’ ସାଟେଲାଇଟ ପାଣିପାଗ ପୂର୍ବାନୁମାନ ଏବଂ ବିପର୍ଯ୍ୟୟ ସଂପର୍କିତ ଆଗୁଆ ସତର୍କ ସୂଚନା ଦେବାରେ ସହାୟକ ହେବ ବୋଲି କହିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ।

Advertisment

GSLV-F14 ରକେଟ୍‌ ‘INSAT-3DS’ ସାଟେଲାଇଟ୍‌କୁ ଉତ୍‌କ୍ଷେପଣର ପ୍ରାୟ ୧୮ ମିନିଟ୍‌ ପରେ ନିର୍ଦ୍ଧାରିତ କକ୍ଷ ପଥରେ ପହଞ୍ଚାଇବ । ଏହି ସାଟେଲାଇଟ୍‌ ୧୭୦ କିମି ପେରିଜି ଓ ୩୬୬୪୭ କି.ମି. ଆପୋଜି ଯୁକ୍ତ ଅଣ୍ଡାକାର ଜିଟିଓ କକ୍ଷରେ ପରିକ୍ରମା କରିବ । ଏହି ସାଟେଲାଇଟ୍‌ର ଓଜନ ୨୨୪୭ କିଲୋଗ୍ରାମ୍ ରହିଛି । କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଏହି ସାଟେଲାଇଟ ତିଆରି କରାଯାଇଛି । ଏଥିରେ ୬ ଚ୍ୟାନେଲ ଇମେଜର ଓ ୧୯ ଚ୍ୟାନେଲ ସାଉଣ୍ଡର ମେଟ୍ରୋଲୋଜି ପେଲୋଡ୍‌ ଲାଗିଛି।

କାହିଁକି ଏହି ରକେଟ୍‌ର ନାଁ ‘ନଟି ବୟ’

ସୂଚନା ଅନୁସାରେ ଆଜି ଲଞ୍ଚ ହେବାକୁ ଥିବା ‘INSAT-3DS’ ସାଟେଲାଇଟ୍‌ ଯେଉଁ ରକେଟ୍‌ ମାଧ୍ୟମରେ ଉତକ୍ଷେପଣ କରାଯିବ, ଏହାକୁ ଇସ୍ରୋର ‘ନଟି ବୟ’ ବୋଲି କୁହାଯାଏ। ‘ଜିଓସିଙ୍କ୍ରୋନସ୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକିଲ୍‌’ (GSLV)କୁ ଇସ୍ରୋର ପୂର୍ବତନ ଅଧ୍ୟକ୍ଷଙ୍କ ଦ୍ୱାରା ‘ନଟି ବୟ’ର ନାମକରଣ କରାଯାଇଥିଲା। ଇସ୍ରୋର ତଥ୍ୟ ଓ ଏହାର ଷ୍ଟ୍ରାଇକ୍‌ ରେଟ୍‌କୁ ଦୃଷ୍ଟିରେ ରଖି ପୂର୍ବତନ ଅଧ୍ୟକ୍ଷ ଏହାର ନାମକରଣ କରିଥିଲେ। ବାସ୍ତବରେ ଏହି ରକେଟ୍‌ ତା’ର ମୋଟ୍‌ ୧୫ଟି ମିଶନରୁ କେବଳ ୬ଟିରେ ବିଫଳ ହୋଇଛି। ଅର୍ଥାତ ଏହାର ବିଫଳତା ହାର ୪୦ ପ୍ରତିଶତ ଅଟେ ।

Advertisment
ISRO GSLV Rockets
Advertisment
Advertisment