Advertisment

RAW ର ନୂଆ ମୁଖ୍ୟ ହେଲେ IPS ରବି ସିହ୍ନା

ବରିଷ୍ଠ ଆଇପିଏସ୍‌ ଅଧିକାରୀ ରବି ସିହ୍ନା ହେବେ ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ପରବର୍ତ୍ତୀ ମୁଖ୍ୟ।

author-image
Manoranjan Behera
ଅଦ୍ୟତନ ହୋଇଛି
IPS officer Ravi Sinha

IPS officer Ravi Sinha

ବରିଷ୍ଠ ଆଇପିଏସ୍ ଅଧିକାରୀ ରବି ସିହ୍ନାଙ୍କୁ ଭାରତର ପ୍ରମୁଖ ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍ RAW’ର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି ।୧୯୮୮ ବ୍ୟାଚ୍‌ ଛତିଶଗଡ଼ କ୍ୟାଡରର ଆଇପିଏସ୍ ଅଧିକାରୀ ସିହ୍ନା ବର୍ତ୍ତମାନ କ୍ୟାବିନେଟ୍ ସଚିବାଳୟରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

Advertisment

ସିହ୍ନାଙ୍କୁ ଦୁଇ ବର୍ଷ ପାଇଁ RAW'ର ସଚିବ ଭାବେ ନିଯୁକ୍ତ କରିବାକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି । ପୋଲିସ ମହଲରେ ସେ ଅପରେସନ ମ୍ୟାନ ଭାବେ ପରିଚିତ। ବର୍ତ୍ତମାନ RAW’ ମୁଖ୍ୟ ସାମନ୍ତ କୁମାର ଗୋଏଲଙ୍କ କାର୍ଯ୍ୟକାଳ ୨୦୨୩ ଜୁନ୍ ୩୦ରେ ଶେଷ ହେଉଛି । ତେଣୁ ରବି ସିହ୍ନାଙ୍କୁ ଏହି ଗୁରୁ ଦାଇତ୍ୱ ମିଳିଛି ।

Raw Officer
Advertisment
Advertisment