• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନରସିଂହପୁର : କଥାରେ ଅଛି କନ୍ୟାଦାନ ମହାପୂଣ୍ୟ । ହିନ୍ଦୁଧର୍ମରେ କନ୍ୟାଦାନର ବିଶେଷ ମହତ୍ତ୍ୱ ରହିଛି । ହେଲେ ସମାଜରେ ସମାନତା ଆଣିବା ଲକ୍ଷ୍ୟରେ ନରସିଂହପୁର ଜିଲ୍ଲାରେ ଜନ୍ମିତ ମହିଳା ଆଇଏଏସ୍ ଅଧିକାରୀ ତପସ୍ୟା ପରିହାର ନିଜ ବିବାହରେ କନ୍ୟାଦାନ ପରମ୍ପରାକୁ ଅସ୍ୱୀକାର କରି ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ଜୋବା ଗ୍ରାମରେ ମହିଳା ଆଇଏଏସ୍ ତପସ୍ୟା ଜଣେ ଆଇଏଫ୍‌ଏସ୍‌ ଅଧିକାରୀଙ୍କୁ ବିବାହ କରିଛନ୍ତି । ଖୁବ୍ ଧୁମଧାମରେ ବିବାହ ହୋଇଥିବା ବେଳେ କନ୍ୟାଦାନ ପରମ୍ପରା କିନ୍ତୁ ହୋଇନି । ଝିଅର କଥା ରଖିଛନ୍ତି ବାପା । ବିନା କନ୍ୟାଦାରେ ଶୁଭକାର୍ଯ୍ୟ ସମ୍ପନ୍ନ ହୋଇଛି । 

ତପସ୍ୟା ପରିହେର ଏମପି କ୍ୟାଡରର ଆଇଏଏସ୍ ଅଧିକାରୀ । ଆଉ ତାଙ୍କ ସ୍ୱାମୀ ଗର୍ବିତ ଗଙ୍ଗୱାର ତାମିଲନାଡୁ କ୍ୟାଡରର ଆଇଏଫଏସ ଅଧିକାରୀ । ମସୁରିରେ ଟ୍ରେନିଂ ସମୟରେ ଉଭୟେ ଉଭୟଙ୍କୁ ଭେଟିଥିଲେ । ଆଉ ସେବେଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ହେଲେ ଭିନ୍ନ ଭିନ୍ନ ସ୍ଥାନରେ ପୋଷ୍ଟିଂ ହୋଇଥିବା ହେତୁ ବିବାହରେ ଅସୁବିଧା ହୋଇଥିଲା । ଏହା ପରେ ସ୍ୱାମୀ ଗର୍ବିତ ଗଙ୍ଗୱାର୍ କ୍ୟାଡର ଟ୍ରାନ୍ସଫର କରିବାକୁ ନିଷ୍ପତ୍ତି ନେଇଥିଲେ । କେବଳ ବିବାହ ପାଇଁ କ୍ୟାଡର ସ୍ଥାନାନ୍ତର କରାଯାଇଥାଏ । ଏଥିପାଇଁ ତପସ୍ୟା ପରିହାର ଜୁଲାଇ ମାସରେ ଗର୍ବିତ ଗଙ୍ଗୱାରଙ୍କୁ କୋର୍ଟରେ ବିବାହ କରିଥିଲେ । ନଭେମ୍ବର ମାସରେ ସ୍ୱାମୀଙ୍କ କ୍ୟାଡର ସ୍ଥାନାନ୍ତର ହୋଇଥିଲା ।

ତେବେ ଜୁଲାଇରେ କୋର୍ଟ ମ୍ୟାରେଜ୍ ପରେ ଗତ ପାଞ୍ଚ ଦିନ ପୂର୍ବରୁ ପାରମ୍ପରିକ ଢ଼ଙ୍ଗରେ ଆଇଏଏସ୍ ତପସ୍ୟା ପରିହାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କୋର୍ଟ ମ୍ୟାରେଜ ପରେ ଉଭୟେ ପରିବାର ଲୋକଙ୍କ ଉପସ୍ଥିତିରେ ଏବେ ସମ୍ପୂର୍ଣ୍ଣ ବିଧିବିଧାନରେ ବିବାହ କରିଛନ୍ତି । ତପସ୍ୟାଙ୍କ ବାପା ବିଶ୍ୱ ପରିହାର ଜଣେ କୃଷକ । ଝିଅକୁ ଆଇଏଏସ୍ କରାଇବା ଲକ୍ଷ୍ୟରେ ବହୁ କଷ୍ଟରେ ଦିଲ୍ଲୀ ପଠାଇଥିଲେ । ଆଉ ଦ୍ୱିତୀୟ ପ୍ରୟାସରେ ହିଁ ତପସ୍ୟା ପରିହାର ସଫଳତା ହାସଲ କରିଥିଲେ ।

ତେବେ ବିବାହ ସମାରୋହରେ କନ୍ୟାଦାନ ପାଇଁ ପ୍ରସ୍ତୁତି ଚାଲିଥିଲା ​​। ହେଲେ ନିଜକୁ ଦାନ କରିବା ପାଇଁ ସଫା ସଫା ମନା କରିଦେଇଥିଲେ ଆଇଏଏସ୍ ତାପସ୍ୟା । ମୁଁ ଦାନ କରିବାର ଜିନିଷ ନୁହେଁ । ମୁଁ ତୁମର ଝିଅ ଆଉ ସବୁ ସବୁଦିନ ରହିବି ବୋଲି କହିଥିଲେ ତପସ୍ୟା । ବିବାହ ପରେ ଦୁଇ ପରିବାର ଏକ ହୋଇଯାଆନ୍ତି । ଏଥିପାଇଁ ଦାନ କରିବାର କୌଣସି ଆବଶ୍ୟକତା ନାହିଁ । ଆରମ୍ଭରୁ ଏପରି ପ୍ରଥା ମୋର ପସନ୍ଦ ନୁହେଁ ବୋଲି  । ସମାଜରେ ସମାନତା ପାଇଁ ଏପରି କରିଥିବା କହିଛନ୍ତି ମହିଳା ଆଇଏଏସ୍ ।