Advertisment

୨୪ ଥର ହରର୍‌ ଫିଲ୍ମ ‘ଅରୁନ୍ଧତୀ’ ଦେଖି ଦେହରେ ନିଆଁ ଲଗାଇ ଦେଲେ ଯୁବକ, ତା’ପରେ...

ତେଲୁଗୁ ହରର୍‌ ଫିଲ୍ମ ‘ଅରୁନ୍ଧତୀ’ ଦେଖି ଜଣେ ଯୁବକ ଏତେ ମାତ୍ରାରେ ପ୍ରେରିତ ହୋଇଥିଲେ ଯେ ସେ ନିଜ ଦେହରେ ନିଆଁ ଲଗାଇବାକୁ ପଛାଇଲେ ନାହିଁ। ନିଜକୁ ଜାଳି ମୁକ୍ତି ଦେବା ପାଇଁ ଯୁବକ ଜଣକ ଶରୀରରେ ୨୦ ଲିଟର ପେଟ୍ରୋଲ ଢାଳି ଆତ୍ମାହୁତି ପାଇଁ ପ୍ରୟାସ କରିଥିଲେ।

author-image
Rajalaxmi Sahoo
Inspired By Telugu Film Arundhati Youth Dies After Immolating Himself

Inspired By Telugu Film Arundhati Youth Dies After Immolating Himself

ଆଜିକାଲିର ଯୁବପିଢ଼ିମାନେ ଫିଲ୍ମ ଦେଖି ଏତେ ମାତ୍ରାରେ ଉତ୍ସାହିତ ହୋଇଯାଉଛନ୍ତି ଯେ, ଫିଲ୍ମର କିଛି ସିନ୍‌ ରିୟଲ ଲାଇଫ୍‌ରେ କରିବାକୁ ମଧ୍ୟ ପଛାଉ ନାହାନ୍ତି। କେତେବେଳେ ଫିଲ୍ମର ଷ୍ଟଣ୍ଟ୍‌ ତ ଆଉ କେତେବେଳେ ଫିଲ୍ମର ମାର୍‌ପିଟ୍‌ ଦୃଶ୍ୟ ଇତ୍ୟାଦିକୁ ରିୟଲ ଲାଇଫ୍‌ରେ କରୁଥିବା ଦେଖିବାକୁ ମିଳିଛି। ସେମାନଙ୍କର ଏହି ଭୁଲ୍‌ ସେମାନଙ୍କୁ କେତେବେଳେ ମୃତ୍ୟୁମୁଖକୁ ଠେଲି ଦେବ ହୁଏତ ସେମାନଙ୍କୁ ଜଣାନଥିବ। କାରଣ ରିଲ୍‌ ଲାଇଫ୍‌ ଓ ରିୟଲ ଲାଇଫ୍‌ ମଧ୍ୟରେ ଅନେକ ଫରକ ରହିଛି। କର୍ଣ୍ଣାଟକରେ ଏଭଳି କିଛି ଆଶ୍ଚର୍ଯ୍ୟକର ଘଟଣା ଘଟିଛି।

Advertisment

ତେଲୁଗୁ ହରର୍‌ ଫିଲ୍ମ ‘ଅରୁନ୍ଧତୀ’ ଦେଖି ଜଣେ ଯୁବକ ଏତେ ମାତ୍ରାରେ ପ୍ରେରିତ ହୋଇଥିଲେ ଯେ ସେ ନିଜ ଦେହରେ ନିଆଁ ଲଗାଇବାକୁ ପଛାଇଲେ ନାହିଁ। ନିଜକୁ ଜାଳି ମୁକ୍ତି ଦେବା ପାଇଁ ଯୁବକ ଜଣକ ଶରୀରରେ ୨୦ ଲିଟର ପେଟ୍ରୋଲ ଢାଳି ଆତ୍ମାହୁତି ପାଇଁ ପ୍ରୟାସ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଯୁବକ ହେଲେ ୨୩ ବର୍ଷୀୟ ରେଣୁକା ପ୍ରସାଦ। ତାଙ୍କ ଘର ତୁମକୁରୁ ଜିଲ୍ଲା ମାଧୁଗିରି ତାଲୁକ ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ, ରେଣୁକା ଦେହରେ ନିଆଁ ଲଗାଇବା ପୂର୍ବରୁ ଏକ ଭିଡିଓ ରେକର୍ଡିଂ କରିଥିଲେ। ଯେଉଁଥିରେ ସେ ତାଙ୍କ ବାପାଙ୍କୁ କହିଥିଲେ, ଆତ୍ମାହୁତି ପରେ ତାଙ୍କୁ ମୁକ୍ତି ମିଳିବ। ରେଣୁକା ପାଖାପାଖି ୨୪ ଥର ତେଲୁଗୁ ହରର୍‌ ଫିଲ୍ମ ‘ଅରୁନ୍ଧତୀ’ ଦେଖିଥିଲେ। ପୂର୍ବରୁ ମଧ୍ୟ ସେ ଅନେକ ଥର ଆତ୍ମାହୁତି ପାଇଁ ପ୍ରୟାସ କରିଥିଲେ। ହେଲେ ତାଙ୍କ ବାପାମା’ ତାଙ୍କୁ ଏସବୁ କାର୍ଯ୍ୟରୁ ନିବୃତ ରହିବା ପାଇଁ ବୁଝାଇ ଥିଲେ। ହେଲେ ସେ କେବେବି କାହା କଥା ଶୁଣୁନଥିଲେ। ଏପରିକି ସେ ଦ୍ୱାଦଶ ପାଠପଢ଼ା ଅଧାରୁ ଛାଡ଼ି ଦେଇଥିଲେ।

Advertisment

ଯେଉଁଭଳି ଭାବେ ଫିଲ୍ମ ‘ଅରୁନ୍ଧତୀ’ରେ ମୁଖ୍ୟ ଚରିତ୍ର ଆତ୍ମାହୁତି କରିବା ପରେ ମୁକ୍ତି ପାଇଥିଲେ, ଠିକ୍‌ ଏପରି ରେଣୁକା କରିବାକୁ ଚାହୁଁଥିଲେ। କାରଣ ସେ ଭାବିଥିଲେ, ଯଦି ସେ ଏପରି କରନ୍ତି ତା’ହେଲେ ତାଙ୍କୁ ମଧ୍ୟ ମୁକ୍ତି ମିଳିବ। ଏଥିପାଇଁ ସେ ଗାଁରୁ ବାହାରକୁ ଯାଇ ୨୦ ଲିଟର ପେଟ୍ରୋଲ ନିଜ ଶରୀରରେ ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ସେଇ ବାଟ ଦେଇ କିଛି ଲୋକ ଏହା ଦେଖି ପୋଲିସ୍‌କୁ ଖବର ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ନିଆଁ ଲାଗିବା ଯୋଗୁ ରେଣୁକାଙ୍କ ଶରୀର ୬୦% ପୋଡ଼ି ଯାଇଥିବା ଡାକ୍ତର କହିଥିଲେ। 

Youth Death Film Arundhati
Advertisment
Advertisment