Advertisment

ଏବେ ଭାରତ ଜାପାନ ସଂମ୍ପର୍କ ହେବ ଆହୁରି ମଜବୁତ୍‌। ଜାପାନୀ ‍ଜ୍ଞାନକୌଶଳକୁ ଭାରତରେ ମିଳିବ ଭିତ୍ତିଭୂମି।

ଏବେ ଭାରତର ପ୍ରଗତୀରେ ସାମିଲ ହେବ ଜାପାନ

author-image
Otv Khabar Bureau
IndoJapan

indo japan

ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମୋଦି କରିଛନ୍ତି ଆଲୋଚନା।

ୟୁନାଇଟେଡ ନେସନ ହେଉ କି ଅନ୍ୟ କୌଣସି ଅନ୍ତରାଷ୍ଟ୍ରୀୟ ମଞ୍ଚ ଭାରତଏବଂ ଜାପାନ ମଧ୍ୟରେ ଉତ୍ତମ ସମନ୍ବୟ ରହିବ। ୧୪ ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମେଳନର ଏହି ପ୍ରସଙ୍ଗରେ ସହମତି ପ୍ରକାଶ କରିଛନ୍ତି ଦୁଇ ଦେଶ। ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଶିଖରକୁ ନେବାକୁ ମଧ୍ୟ ଉଭୟ ଦେଶ ଆଗ୍ରହୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ଫୁମିୟୋ କିସିଦାଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏନେଇ ସହମତି ହୋଇଛି। ଏହି ପ୍ରସଙ୍ଗ ସମେତ ଅନ୍ୟ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ମଧ୍ୟ ଶିଖର ସମ୍ମେଳନ ଚର୍ଚ୍ଚାରେ ସାମିଲ ହୋଇଥିଲା। ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ହୋଇଥିବା ପ୍ରତିନିଧିମଣ୍ଡଳ ସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଗତୀ, ସମୃଦ୍ଧି ଏବଂ ଭାଗିଦାରୀ ଭାରତ ଏବଂ ଜାପାନ ସମ୍ବନ୍ଧର ଆଧାର ବୋଲି କହିଛନ୍ତି। ଭାରତରେ ଜାପାନ କମ୍ପାନୀଙ୍କୁ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ବିଭିନ୍ନ କାରଣରୁ ବିଶ୍ୱରେ ଅସ୍ଥିରତା ଦେଖାଦେଇଛି । ଏଭଳି ସ୍ଥିତିରେ ଭାରତ ଏବଂ ଜାପାନ ମଧ୍ୟରେ ଘନିଷ୍ଠ ଭାଗିଦାରୀ ଅତ୍ୟନ୍ତ ଜରୁରୀ ବୋଲି ମତ ରଖିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିସିଦା । ଏହା ସହ ଆଗାମୀ ପାଞ୍ଚବର୍ଷରେ ଭାରତରେ ଜାପାନ ୩ ଦଶମିକ ୨ ଟ୍ରିଲିୟନର ନିବେଶ କରିବ ବୋଲି ଘୋଷଣା କରିଛି

Advertisment
IndoJapanMeet Japan Japan PM Shinzo Abe India News
Advertisment
Advertisment