Advertisment

ଉଡ଼ାଣ ଭରିବାର ମାତ୍ର ୭ ସେକେଣ୍ଡ ଭିତରେ ବିମାନରେ ଲାଗିଲା ନିଆଁ, ଯାତ୍ରା କରୁଥିଲେ ୧୮୪ ଜଣ...

ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ପରେ ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନର ଇଞ୍ଜିନରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଦିଲ୍ଲୀ ଏୟାରପୋର୍ଟରେ ଏହି ଅଭାବନୀୟ ଘଟଣା ଘଟିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
IndiGo Plane's Engine Catches Fire

IndiGo Plane's Engine Catches Fire

ବିମାନରେ ଲାଗିଲା ନିଆଁ। ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ପରେ ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନର ଇଞ୍ଜିନରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଦିଲ୍ଲୀ ଏୟାରପୋର୍ଟରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଏହି ସମୟରେ ବିମାନରେ ୧୮୪ ଜଣ ଥିଲେ। ଏମାନଙ୍କ ମଧ୍ୟରୁ ୧୭୭ ଜଣ ଯାତ୍ରୀ ଥିବାବେଳେ ୭ ଜଣ କ୍ରୁ ମେମ୍ବର୍ସ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୯ଟା ୪୫ ମିନିଟ୍‌ରେ ଇଣ୍ଡିଗୋ ବିମାନ 6E-2131 ଦିଲ୍ଲୀ ଏୟାରପୋର୍ଟରୁ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ପରେ ବିମାନର ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ଏହାପରେ ବିମାନରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଅନ୍ୟ ଏକ ବିମାନରେ ଗନ୍ତବ୍ୟସ୍ଥଳକୁ ପଠା ଯାଇଥିଲା। ଘଟଣାକୁ ନେଇ DGCA ତଦନ୍ତ ନିର୍ଦ୍ଦେଶ ଦେଇଛି। 

ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ରନ୍‌ୱେରୁ ଉଡ଼ାଣ ଭରିବାର ମାତ୍ର ୫ରୁ ୭ ସେକେଣ୍ଡ ମଧ୍ୟରେ ବିମାନର ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ଏହାପରେ ଧୀରେ ଧୀରେ ନିଆଁ ବ୍ୟାପିଥିଲା। ଏହାଦେଖି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଘଟଣା ଜଣାପଡ଼ିବା ପରେ ବିମାନକୁ ତୁରନ୍ତ ଅଟକା ଯାଇଥିଲା। ଇଞ୍ଜିନରେ କିଛି ତ୍ରୁଟି ଯୋଗୁ ଏପରି ଘଟିଥିବା କୁହାଯାଉଛି।  

Advertisment

ସୂଚନାଥାଉ କି, ଏହାପୂର୍ବରୁ ଚଳିତ ବର୍ଷ ଜୁନ୍‌ ୧୯ରେ ପାଟନାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏକ ସ୍ପାଇସ୍‌ଜେଟ୍‌ ବିମାନରେ ଉଡ଼ାଣ ଭରିବାର କିଛି ସମୟ ପରେ ନିଆଁ ଲାଗି ଯାଇଥିଲା। ଏହାପରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। ସ୍ପାଇସ୍‌ଜେଟ୍‌ର ଏହି ବିମାନଟି ପାଟନାରୁ ଦିଲ୍ଲୀ ଯାଉଥିଲା। ଏହି ସମୟରେ ବିମାନର ଗୋଟିଏ ପଟେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ତତ୍‌କ୍ଷଣାତ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା। ବିମାନର ୨ଟି ବ୍ଲେଡ୍‌ ବଙ୍କା ହୋଇଯାଇଥିଲା। ବିମାନରେ ଥିବା ୧୮୫ ଜଣ ଯାତ୍ରୀ ସୁରକ୍ଷିତ ଥିଲେ।

IndiGo Airlines Fire In Flight
Advertisment
Advertisment