/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709718065.jpg)
indigo passenger smokes beedi
ବିମାନ ଭିତରେ ବିଡ଼ି ଟାଣିବା ପଡ଼ିଲା ମହଙ୍ଗା । ବିମାନରେ ବିଡ଼ି ଟାଣୁଥିଲେ, ବନ୍ଧା ହୋଇ ଜେଲ୍ ଗଲେ । ବିମାନରେ ଯାତ୍ରା କରୁଥିବା ବେଳେ ବିଡ଼ି ଟାଣି ବନ୍ଧା ହୋଇଛନ୍ତି ଜଣେ ବ୍ୟକ୍ତି । ୪୨ ବର୍ଷୀୟ ମହମ୍ମଦ ଫାରକୁଦ୍ଦିନଙ୍କୁ ମୁମ୍ବାଇର ଚତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଗିରଫ କରାଯାଇଛି ।
ଗିରଫ ବ୍ୟକ୍ତି ଜଣଙ୍କ ହେଲେ ମହମ୍ମଦ ଫାରକୁଦ୍ଦିନ । ସେ ଇଣ୍ଡିଗୋ ବିମାନରେ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା କରିଥିଲେ । ଯାତ୍ରା ସମୟରେ ସେ ବିମାନର ଟଏଲେଟ୍କୁ ଯାଇ ବିଡ଼ି ଟାଣିଥିଲେ । ବିମାନରେ ଯାତ୍ରା କଲେ କେତେ ନିୟମ ପ୍ରତି ଧ୍ୟାନ ଦେବାକୁ ହୁଏ । ମହମ୍ମଦ ଫାରକୁଦ୍ଦିନ କିନ୍ତୁ ଏହି ନିୟମକୁ ମାନି ନଥିଲେ ।
ସେ ଟଏଲେଟରେ ବିଡ଼ି ଟାଣୁଥିବା ବେଳେ କ୍ରୁ ସଦସ୍ୟମାନେ ଧୂଆଁର ଗନ୍ଧ ଯୋଗୁ ଏହାର ଯାଞ୍ଚ କରିଥିଲେ । ବେଶ କିଛି ସମୟର ଯାଞ୍ଚ ପରେ ସେମାନେ ଅମ୍ମରୁଦ୍ଦିନଙ୍କୁ ପଚରା ଉଚରା କରାଯାଇଥିଲା । ବାରମ୍ବାର ପ୍ରଶ୍ନ କରାଯିବାରୁ ସେ ବିଡ଼ି ଟାଣିଥିବା ସ୍ୱୀକାର କରିଥିଲେ ।
ଏହାପରେ ବିମାନ ମୁମ୍ବାଇରେ ପହଞ୍ଚିବା ପରେ କ୍ରୁ ସଦସ୍ୟଙ୍କ ଅଭିଯୋଗ ଆଧାରରେ ସହର ପୁଲିସ୍ ତାଙ୍କୁ ଗିରଫ କରିଛି । ତାଙ୍କ ନାଁରେ ଆଇପିସିର ୩୬୬ ଓ ଏହାର କ୍ରାଫ୍ଟ ଆଇନର ବିଭିନ୍ନ ଦଫାରେ ମାମଲା ହୋଇଛି । ଗିରଫ ପରେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)